ଦାଢ଼ି ରଖୁଥିଲେ ସାବଧାନ! ଦୂରେଇଯିବେ ଗାର୍ଲଫ୍ରେଣ୍ଡ

ଦାଢ଼ି ରଖୁଥିଲେ ସାବଧାନ! ଦୂରେଇଯିବେ ଗାର୍ଲଫ୍ରେଣ୍ଡ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଯୁବତୀ ହୁଅନ୍ତୁ ବା ବିବାହିତ ମହିଳା, ସମସ୍ତେ ଚାହାଁନ୍ତି ସେମାନଙ୍କ ପାର୍ଟନର ସବୁ ବେଳେ କ୍ଲିନ୍ ସେଭ୍ ସାହିତ ଷ୍ଟାଇଲିସ ଲାଗନ୍ତୁ। ଅନେକ ସମୟରେ ଦାଢ଼ି କଟାକୁ ନେଇ ସ୍ଵାମୀ-ସ୍ତ୍ରୀ, ଗାର୍ଲଫ୍ରଣ୍ଡ- ବଏଫ୍ରେଣ୍ଡ୍ ଭିତରେ ଝଗଡ଼ା ଲାଗିଥାଏ। ପୁରୁଷମାନେ ଫ୍ୟାସନ୍ ପାଇଁ ଅଳ୍ପ ଦାଢ଼ି ରଖିଲେବି ମହିଳାମାନେ ତାହାକୁ ସହ୍ୟ କରିପାରନ୍ତି ନାହିଁ। ତେବେ ଜାଣିଛନ୍ତି କି ମହିଳାମାନେ କଣ୍ ପାଇଁ ଦାଢ଼ିକୁ ପସନ୍ଦ କରନ୍ତି ନାହିଁ?
ଏବେ ଯୁବକଙ୍କଠୁ ଆରମ୍ଭ କରି ମଧ୍ୟ ବୟସ୍କ ପୁରୁଷ ମାନେ ଦାଢ଼ି ରଖିବାର ଟ୍ରେଣ୍ଡ ଚାଲିଥିବା ବେଳେ କିଛି ଦିନ ତଳେ ବିଦେଶରେ କରାଯାଇଥିବା ଏକ ଗବେଷଣାରୁ ଜଣା ପଡ଼ିଛି ଯେ ଦାଢ଼ି ରଖୁଥିବା ପୁରୁଷ ମାନଙ୍କୁ ଅଧିକାଂଶ ମହିଳା ପସନ୍ଦ କରନ୍ତି ନାହିଁ। ନ୍ୟୁଜିଲ୍ୟାଣ୍ଡ ଏବଂ କାନାଡାର ୧୯ ଜଣ ପୁରୁଷଙ୍କ ଦାଢ଼ି ସହିତ ଓ ବିନା ଦାଢ଼ି ରେ ଫଟୋ ଉଠାଯାଇଥିଲା, ଆଉ ସେଗୁଡିକୁ ୨୦୦ ଜଣ ମହିଳାଙ୍କୁ ଦେଖାଇଯାଇଥିଲା। ହେଲେ ଅଧିକାଂଶ ମହିଳା ଦାଢ଼ି ନଥିବା ଫଟୋଗୁଡିକୁ ପସନ୍ଦ କରିଥିଲେ। ଗବେଷଣାରୁ ମହିଳାମାନେ ଦାଢ଼ି ରଖୁଥିବା ପୁରୁଷମାନଙ୍କୁ ପସନ୍ଦ କରନ୍ତି ନାହିଁ ଆଉ କୋଉ କାରଣରୁ କରନ୍ତି ନାହିଁ ତାହା ମଧ୍ୟ ଜଣା ପଡ଼ିଛି। ତେବେ ଚାଲନ୍ତୁ ଦାଢ଼ିଆ ପୁରୁଷଙ୍କୁ କଣ ପାଇଁ ମହିଳାମାନେ ପସନ୍ଦ କରନ୍ତି ନାହିଁ ସେ ବିଷୟରେ ଜାଣିବା।

  • ଦାଢ଼ି ଥିବା ପୁରୁଷମାନେ ରାଗି ଓ କ୍ରୋଧି ଦେଖାଯାଇଥାନ୍ତି ବୋଲି ଅନୁସନ୍ଧାନରୁ ଜଣାପଡିଛି। ମହିଳାମାନେ ସାଧାରଣତଃ ସେମାନଙ୍କୁ କ୍ରୋଧି ଏବଂ ଦୁଷ୍ଟ, ଠକ ପ୍ରକୃତିର ଭାବିନେଇଥନ୍ତି।
    -ବିଶେଷ ମୁହୂର୍ତ୍ତରେ ସମସ୍ୟା ସୃଷ୍ଟି କରିଥାଏ। ସମସ୍ତେ ଜାଣିଥିବେ ଯେ ଚୁମ୍ବନ କିମ୍ବା ରୋମାନ୍ସ କରିବା ସମୟରେ ପୁରୁଷ ଏବଂ ସେମାନଙ୍କର ସାଥୀମାନଙ୍କର ଦାଢ଼ି ପାଇଁ ଅସୁବିଧା ହୋଇଥାଏ। ଅନେକ ସମୟରେ ଦାଢ଼ି ପାଇଁ ସ୍ଵତନ୍ତ୍ର ମୁହୂର୍ତ୍ତ ଚିଡିଚିଡ଼ା ହୋଇଯାଏ । ତେଣୁ ବିବାହିତ ମହିଳାମାନେ ମଧ୍ୟ ଦାଢ଼ି ରଖୁଥିବା ପୁରୁଷ ବା ତାଙ୍କ ସ୍ଵାମୀ ମାନଙ୍କୁ ପସନ୍ଦ କରିନଥାନ୍ତି। ଅନେକ ମହିଳାଙ୍କ ତ୍ଵଚା ଅତ୍ୟଧିକ ସମ୍ବେଦନଶୀଳ ହୋଇଥାଏ। ସେମାନଙ୍କୁ ପୁରୁଷଙ୍କ ଦାଢ଼ି ପାଇଁ ଆଲର୍ଜି ହେବାର ଆଶଙ୍କା ମଧ୍ୟ ରହିଥାଏ। ତେଣୁ ଅଧିକ ସମ୍ବେଦନଶୀଳ ତ୍ୱଚା ଥିବା ମହିଳାଙ୍କୁ ସାମାନ୍ୟ ଦାଢ଼ି ବାଜିଲେ ସଙ୍ଗେ ସଙ୍ଗେ ଘା ’ହୋଇଯାଏ, ନଚେତ୍ ଦେହ ସାରା ନାଲି ପଡ଼ିଯାଏ। ତେଣୁ ସେମାନେ ମଧ୍ୟ ଦାଢ଼ି ରଖୁଥିବା ପୁରୁଷଙ୍କୁ ପସନ୍ଦ କରିନଥାନ୍ତି।
  • ପୁରୁଷମାନଙ୍କ କ୍ଲିନ୍ ସେଭ୍ ଛବି ମହିଳାଙ୍କ ମନରେ ରହିଥାଏ। ସେମାନେ ଭାବନ୍ତି ଯେଉଁ ପୁରୁଷମାନେ କ୍ଲିନ୍ ସେଭ୍ କରନ୍ତି ସେମାନେ ପରିଷ୍କାର ପରିଚ୍ଛନ୍ନ ରୁହନ୍ତି, ଶାନ୍ତ ଓ ସରଳ ସ୍ୱଭାବର ମଧ୍ୟ ହୋଇଥାନ୍ତି। ଏହାଛଡ଼ା ସେମାନେ ଅଧିକ ଆଟ୍ରାକ୍ଟିଭି ମଧ୍ୟ ହୋଇଥାନ୍ତି। ତେଣୁ ଦାଢ଼ିଆ ପୁରୁଷଙ୍କ ଅପେକ୍ଷା ଦାଢ଼ି ନଥିବା ପୁରୁଷ ଅଧିକାଂଶ ମହିଳାଙ୍କ ପସନ୍ଦ।
  • ଅନ୍ୟପକ୍ଷରେ ଦାଢ଼ି ରଖୁଥିବା ପୁରୁଷମାନେ ଅଧିକ ବୟସ୍କ ଲାଗିଥାନ୍ତି। ତେଣୁ ମହିଳାମାନେ ଦାଢ଼ି ନରଖୁଥିବା ପୁରୁଷ ମାନଙ୍କୁ ଅଧିକ ପସନ୍ଦ କରିଥାନ୍ତି। ସବୁ ପରେବି କେତେକ ପୁରୁଷ ଦାଢ଼ି ରଖିଲେ ଅଧିକ ସୁନ୍ଦର ଦିଶିଥାନ୍ତି ବୋଲି ଜଣା ପଡିଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: