ସ୍ୱାମୀକୁ ଧୋକା ଦେଇ ଏକା ସାଙ୍ଗରେ ଦୁଇଜଣ ପର ପୁରୁଷଙ୍କ ଦୁଇ ସନ୍ତାନଙ୍କୁ ଜନ୍ମ ଦେଲେ ମହିଳା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ପରକ୍ରୀୟା ପ୍ରୀତିର ଅନେକ ମାମଲା ଆପଣ ଶୁଣିଥିବେ ବା ଦେଖିଥିବେ। ମହିଳାମାନେ ନିଜ ସ୍ବାମୀ ସଂସାର ଛାଡ଼ି ପରପୁରୁଷ ସହ ସମ୍ପର୍କ ରଖିବାର ବହୁ ମାମଲା ଦେଖିବାକୁ ମିଳେ। କିନ୍ତୁ ଜଣେ ମହିଳା ଏକାସାଙ୍ଗରେ ଦୁଇ ପୁରୁଷଙ୍କ ସନ୍ତାନର ମା’ ହେବା କଥାଟି ନିହାତି ଅଜବ । ଆପଣ ହୁଏତ ଏହିଭଳି ଘଟଣା ବିଷୟରେ କ୍ଵଚିତ ଶୁଣିଥିବେ ବା କେବେ ଶୁଣି ନଥିବେ। କିନ୍ତୁ ଏଭଳି ସତ୍ୟ ଘଟଣା ଚାଇନାରୁ ଆସିଛି। ରିପୋର୍ଟ ଅନୁଯାୟୀ, ମହିଳାଙ୍କର ଏପରି କରିବାର କୌଣସି ଯୋଜନା ନଥିଲା। ବରଂ ମହିଳା ଜଣକ ନିଜ ଖୁସି ପାଇଁ ତାଙ୍କ ସ୍ୱାମୀଙ୍କୁ ଧୋକା ଦେଇ ଅନ୍ୟ ପୁରୁଷଙ୍କ ସହ ସମ୍ପର୍କ ରଖିଥିଲେ, କିନ୍ତୁ ସେ ଆଶା କରିନଥିଲେ ଯେ ଏହି ଘଟଣା ତାଙ୍କ ସ୍ବାମୀ ବା ଅନ୍ୟମାନେ ଜାଣି ପାରିବେ ବୋଲି। ମହିଳାଙ୍କର ଏହି କାର୍ଯ୍ୟ ସ୍ୱାମୀଙ୍କ ସାମ୍ନାରେ ସେତେବେଳେ ପ୍ରକାଶ ହେଲା ଯେତେବେଳେ ସେ ଏକା ସଙ୍ଗେ ଦୁଇ ସନ୍ତାନଙ୍କୁ ଜନ୍ମ ଦେଇଥିଲେ।
ବାସ୍ତବରେ ଉଭୟ ପିଲାଙ୍କ ଚେହେରା ସଂପୂର୍ଣ୍ଣ ଅଲଗା ଥିଲା। ଏହା ପରେ ମହିଳାଙ୍କ ସ୍ୱାମୀ ସନ୍ଦେହ କରି ସେହି ପିଲାମାନଙ୍କ ଡିଏନ୍ଏ ପରୀକ୍ଷା କରିଥିଲେ। ଡିଏନ୍ଏ ପରୀକ୍ଷା ରିପୋର୍ଟ ବାହାରିବା ପରେ ଯାହା ଜଣା ପଡିଲା ତାକୁ ଦେଖି ସ୍ୱାମୀଙ୍କ ହୋସ ଉଡ଼ି ଯାଇଥିଲା। ଡିଏନ୍ଏ ପରୀକ୍ଷା ରିପୋର୍ଟରୁ ଜଣାପଡିଥିଲା ଯେ ଉଭୟ ଶିଶୁ ମହିଳାଙ୍କ ସ୍ୱାମୀଙ୍କ ଔରସରୁ ହୋଇ ନାହାନ୍ତି,ବରଂ ଏହି ଦୁଇ ପିଲା ଦୁଇଟି ଭିନ୍ନ ବ୍ୟକ୍ତିଙ୍କର ଥିଲେ। ତେବେ ନିଜ ଧୋକବାଜ କଥା ଜଣା ପଡିବା ପରେ ମହିଳା ଜଣକ ମଧ୍ୟ ସ୍ୱୀକାର କରିଥିଲେ ଯେ ତାଙ୍କ ସ୍ୱାମୀଙ୍କ ବ୍ୟତୀତ ଅନ୍ୟ ଦୁଇ ପୁରୁଷଙ୍କ ସହିତ ତାଙ୍କର ସମ୍ପର୍କ ଥିଲା, ଏହି ଦୁଇ ପିଲା ସେମାନଙ୍କର ସନ୍ତାନ ଥିଲେ। ତେବେ ଏପରି ଘଟଣା ସାରା ବିଶ୍ବରେ ଅତ୍ୟନ୍ତ ବିରଳ, ଯେଉଁଥିରେ ଜଣେ ମହିଳା ଦୁଇଟି ଭିନ୍ନ ପୁରୁଷଙ୍କ ସନ୍ତାନର ମାତା ଏକା ସଙ୍ଗେ ହୁଅନ୍ତି। ଚାଇନାର ଜିଆମେନ ସହରରେ ଏହି ଘଟଣା ଘଟିଥିବାର ଜଣା ପଡ଼ିଛି। ଏହା ପରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବହୁତ ଝଗଡା ହୋଇଥିଲା ଏବଂ ସ୍ୱାମୀ ମହିଳାଙ୍କଠାରୁ ଛାଡପତ୍ର ନେଇଥିଲେ।

Leave a Reply

Your email address will not be published. Required fields are marked *