ଗଛକୁ ଏମିତି ଭୟଙ୍କର ଶାସ୍ତି ଦେଉଥିଲେ ଇଂରେଜ, ୧୨୧ ବର୍ଷ ହେଲା ଗଛ ଗିରଫ

ଗଛକୁ ଏମିତି ଭୟଙ୍କର ଶାସ୍ତି ଦେଉଥିଲେ ଇଂରେଜ, ୧୨୧ ବର୍ଷ ହେଲା ଗଛ ଗିରଫ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଭାରତରେ ବ୍ରିଟିଶ ଶାସନ କାଳରେ କେବଳ ମଣିଷମାନଙ୍କୁ ଭୟଙ୍କର ଦଣ୍ଡ ଦିଆଯାଇନଥିଲା, ବରଂ ବୃକ୍ଷମାନଙ୍କୁ ମଧ୍ୟ ଅନେକ ନିର୍ଯାତନା ଦିଆଯାଇଥିଲା। ଆପଣ କେବେ ଗଛର ଗିରଫ ବିଷୟରେ ଶୁଣିଛନ୍ତି କି? ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ। ଏମିତି ଗୋଟିଏ ବୃକ୍ଷ ଅଛି ଯାହାକି ଗତ ୧୨୧ ବର୍ଷ ହେଲା ଶିକୁଳିରେ ବନ୍ଦୀ ହୋଇ ରହିଛି। ଏକ ଆଇନ ହେତୁ ପାକିସ୍ତାନର ଖାଇବର ପାଖତୁନଖୱା ପ୍ରଦେଶରେ ଗୋଟିଏ ବର ଗଛକୁ ଶିକୁଳିରେ ବାନ୍ଧି ରଖାଯାଇଛି।
ତେବେ ସେହି ଗଛ ଉପରେ ଏକ ପ୍ଲାକାର୍ଡ ମଧ୍ୟ ଅଛି, ଯେଉଁଥିରେ ଲେଖା ଅଛି – ମୋତେ ଗିରଫ କରାଯାଇଛି । ଏହି ବର ଗଛକୁ ପାକିସ୍ତାନର ଲାଣ୍ଡି କୋଟାଲ ସେନାରେ ଲଗାଯାଇଛି। ଏହି ଗଛ ଗିରଫ ହେବା ପଛରେ ଅତ୍ୟନ୍ତ ନିଷ୍ଠୁର କାହାଣୀ ରହିଛି। ଏହି କାହାଣୀ ୧୮୯୮ ମସିହାରୁ ଆରମ୍ଭ ହୋଇଥିଲା, ଯେତେବେଳେ ଜଣେ ଇଂରାଜୀ ଅଧିକାରୀ ଜେମ୍ସ ସ୍କ୍ୱାଡ ଲାଣ୍ଡି କୋଟାଲ ଆର୍ମି କ୍ୟାଣ୍ଟନମେଣ୍ଟରେ ମଦ୍ୟପାନ କରୁଥିଲେ। ଏହି ସମୟରେ ବ୍ରିଟିଶ ଅଧିକାରୀଙ୍କ ମନରେ ଉତ୍ତେଜନା ସୃଷ୍ଟି ହୋଇ ଦେଖାଦେଇଥିଲା ଯେ ସାମ୍ନାରେ ଥିବା ବର ଗଛ ତାଙ୍କ ଆଡକୁ ଆସୁଛି। ଏହା ପରେ ସେ ନିକଟସ୍ଥ ପୋଲିସ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ଗଛକୁ ଗିରଫ କରାଯାଉ। ଏହା ପରେ ପୋଲିସ ଅଧିକାରୀମାନେ ଏହି ନିର୍ଦ୍ଦେଶକୁ ଅନୁସରଣ କରି ଗଛକୁ ଶିକୁଳିରେ ବାନ୍ଧିଥିଲେ। ଆଜକୁ ୧୨୧ ବର୍ଷ ବିତି ଯାଇଥିଲେ ମଧ୍ୟ ଏହି ଗଛ ଶିକୁଳିରେ ସେମିତି ବନ୍ଧା ହୋଇ ଠିଆ ହୋଇଛି।
ଏହି ଗିରଫ ଗଛରେ ଭାରି ଶିକୁଳି ଝୁଲୁଛି। ଏହି ଗିରଫ ଗଛରେ ଏକ ପ୍ଲାକାର୍ଡ ମଧ୍ୟ ଝୁଲୁଛି। ଏହି ପ୍ଲାକାର୍ଡରେ ଗଛର ଉଦ୍ଧୃତ ଭାବରେ ‘ମୋତେ ଗିରଫ କରାଯାଇଛି’ ବୋଲି ଲେଖାଯାଇଛି। ଏହି ଗଛରୁ ଆଜି ପର୍ଯ୍ୟନ୍ତ ଶିକୁଳି ହଟାଯାଇ ନାହିଁ, କାରଣ ଏହାଦ୍ବାରା ବ୍ରିଟିଶ ଶାସନର କ୍ରୁରୁତା ଦେଖାଯାଇପାରିବ।
ଲୋକମାନେ କହିଛନ୍ତି ଯେ ବନ୍ଦୀ ବୃକ୍ଷଟି ବ୍ରିଟିଶ ରାଜର ଅନ୍ୟତମ ଅନ୍ଧ ନିୟମ ବ୍ରିଟିଶ ରାଜ ଫ୍ରଣ୍ଟିୟର କ୍ରାଇମ ରେଗୁଲେସନ ଆକ୍ଟର ବର୍ବରତାକୁ ଦର୍ଶାଉଛି। ବ୍ରିଟିଶ ଶାସନ ସମୟରେ ପସ୍ତୁନ ବିରୋଧୀଙ୍କ ମୁକାବିଲା ପାଇଁ ଏହି ନିୟମ ଲାଗୁ କରାଯାଇଥିଲା।
ଏହି ନିୟମ ବଳରେ ବ୍ରିଟିଶ ସରକାର ପସ୍ତୁନ ଜନଜାତିର କୌଣସି ବ୍ୟକ୍ତି କିମ୍ବା ପରିବାରକୁ ଅପରାଧ ପାଇଁ ସିଧାସଳଖ ଦଣ୍ଡ ଦେବାର ଅଧିକାର ଥିଲା। ଆଜି ମଧ୍ୟ ଉତ୍ତର-ପଶ୍ଚିମ ପାକିସ୍ତାନ ଫେଡେରାଲ୍ ଆଡମିନିଷ୍ଟ୍ରେଡ୍ ଆଦିବାସୀ ଅଞ୍ଚଳରେ ଏଫସିଆର ନିୟମ ବଳବତ୍ତର ରହିଛି। ଏହି ଆଇନ ସେଠାରେ ଥିବା ଲୋକଙ୍କୁ ଅପିଲ କରିବାର ଅଧିକାର, ଆଇନଗତ ପ୍ରତିନିଧିତ୍ୱ କରିବାର ଅଧିକାର ଏବଂ ଆବଶ୍ୟକ ପ୍ରମାଣ ଦେବାର ଅଧିକାରକୁ ବ୍ୟାହତ କରିଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: