ବ୍ରେକ ଅପ୍ ପରେ ସହର ସାରା ପ୍ରେମିକାର ଫଟୋ ଲଗେଇ କିଛି ଏଭଳି କଲା ଯୁବକ

ବ୍ରେକ ଅପ୍ ପରେ ସହର ସାରା ପ୍ରେମିକାର ଫଟୋ ଲଗେଇ କିଛି ଏଭଳି କଲା ଯୁବକ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ପ୍ରେମ ପାଇଗଲେ ସବୁଠୁ ସୁନ୍ଦର ଅନୁଭୂତି ଦେଇଥାଏ ଆଉ ହାରିଗଲେ ବିଷଠୁ ବି ଅଧିକ ମାରାତ୍ମକ ହୋଇଯାଏ। ପ୍ରେମରେ ହାରିବା ପରେ କେହି କେହି ନିଜର କ୍ଷତି କରିଥାନ୍ତି ତ ଆଉ କେହି କେହି ଧୋକା ଦେଇଥିବା ଲୋକଠୁ ପ୍ରତିଶୋଧ ନେବାକୁ ଉଦ୍ୟମ କରନ୍ତି। ବିଶେଷ କରି ପୁଅମାନେ ନିଜ ଗର୍ଲଫ୍ରେଣ୍ଡମାନଙ୍କୁ ହଇରାଣ କରନ୍ତି, କିମ୍ବା ତାଙ୍କୁ ବଦନାମ କରିବା ପାଇଁ ଚେଷ୍ଟା କରନ୍ତି। ହେଲେ ଇଣ୍ଡୋନେସିଆରେ ଜଣେ ଯୁବକ ତାଙ୍କ ପ୍ରେମିକାଙ୍କ ଦ୍ୱାରା ପ୍ରତାରିତ ହେବା ପରେ ପ୍ରତିଶୋଧ ନେବା ପାଇଁ ଏପରି କିଛି କରିଥିଲେ, ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ଲୋକ ରାଗି ଯାଇଛନ୍ତି। ଏହି ଯୁବକ ଜଣକ ତାଙ୍କ ଗର୍ଲଫ୍ରେଣ୍ଡ ସହିତ ବ୍ରେକଅପ୍ ପରେ ତାଙ୍କୁ ଏକ ଉଚିତ୍ ଶିକ୍ଷା ଦେବା ପାଇଁ ଅଜବ କାମ କରିଥିବା ଜଣା ପଡ଼ିଛି।
ଯୁବକ ଜଣକ ନିଜ ପ୍ରେମିକାଙ୍କୁ ଶିକ୍ଷା ଦେବା ପାଇଁ ସହରର ବିଭିନ୍ନ ମୁଖ୍ୟ ସ୍ଥାନରେ ତାଙ୍କୁ ଧୋକାବାଜ କହି ପୋଷ୍ଟର ଲଗାଇଥିଲେ। ସେ ଯେଉଁ ଭଳି କାର୍ଯ୍ୟ କରିଛନ୍ତି ତାହା କେହି ଭାବି ପାରିବେ ନାହିଁ ମଧ୍ୟ। ଯେତେବେଳେ ଯୁବକଙ୍କ ଗର୍ଲଫ୍ରେଣ୍ଡ ତାଙ୍କୁ ପ୍ରତାରଣା କରିଥିଲେ ଯୁବକ ଜଣକ ତାଙ୍କ ନିଜ ଅବସ୍ଥା ବିଷୟରେ ଜଣାଇବା ପାଇଁ ଭଡାରେ ଏକ ବିଲବୋର୍ଡ ଆଣିଥିଲେ। ଏହି ବିଲବୋର୍ଡରେ ସେ ତାଙ୍କ ଗର୍ଲଫ୍ରେଣ୍ଡର ଏକ ଫଟୋ ଲଗାଇ ସେଥିରେ ଏକ ମେସେଜ୍ ଲେଖିଥିଲେ। ଟ୍ୱିଟରରେ ବିଲବୋର୍ଡର ଫଟୋ ଏବେ ଭାଇରାଲ ହେଉଛି। ସେଥିରେ ଏହା ସ୍ପଷ୍ଟ ଦେଖାଯାଉ ଛି ଯେ ଗୋଟିଏ ଝିଅର ଫଟୋ ସେଥିରେ ଲଗାଯାଇଛି, ଏହା ସହିତ ବୋର୍ଡରେ ଲେଖା ହୋଇଛି – ତୁମେ ମୋର ହୃଦୟ ଭାଙ୍ଗିଲ, ତୁମେ ମୋତେ ପ୍ରତାରଣା କଲ, ମୁଁ ତୁମ ସହିତ ବ୍ରେକଅପ୍ କରିବାକୁ ଚାହୁଁଛି।
ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଛି। ଭିଡିଓରେ ଦେଖିବାକୁ ମିଳିଥିଲା ​​ଯେ ସେହି ପ୍ରେମୀ ଯୁଗଳ ଛକ ରାସ୍ତାରେ ଝଗଡ଼ା କରୁଛନ୍ତି। ଯୁବକଙ୍କ ଏହି କାର୍ଯ୍ୟରେ ଝିଅଟି ଚିନ୍ତିତ ଦେଖାଯାଉଥିଲା। ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଝିଅଟି ଛକଉପରେ ପୁଅ ସହିତ ଭୟଙ୍କର ଭାବେ ଝଗଡା କରୁଛି। ଏହି ଭିଡିଓ ଦେଖି ଅଧିକାଂଶ ୟୁଜର୍ଶ ଯୁବକଙ୍କର ଏହି କାର୍ଯ୍ୟକୁ ନାପସନ୍ଦ କରିବା ସହ ଗାଳି ଦେଇଛନ୍ତି। ତେବେ ଯୁବତୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ନାହିଁ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: