ନଭେମ୍ବର ୨୯ରୁ ଆରମ୍ଭ ସଂସଦ ଶୀତ ଅଧିବେଶନ

ନଭେମ୍ବର ୨୯ରୁ ଆରମ୍ଭ ସଂସଦ ଶୀତ ଅଧିବେଶନ

ପ୍ରିଜମ ନ୍ୟୁଜ ବ୍ୟୁରୋ:ନଭେମ୍ବର ୨୯ରୁ ଆରମ୍ଭ ହେବ ସଂସଦ ଶୀତ ଅଧିବେଶନ। ଲୋକସଭା ବାଚସ୍ପତି ଓମ ବିରଳା ସଂସଦର ଆଗାମୀ ଶୀତ ଅଧିବେଶନ ନେଇ ଆଜି ସୂଚନା ଦେଇଛନ୍ତି। ନଭେମ୍ବର ୨୯ ତାରିଖରୁ ଅଧିବେଶନ ଆରମ୍ଭ ହେବ ବୋଲି ସେ କହିଛନ୍ତି। ଏଥର ଅଧିବେଶନ ବେଶ ସୁଚାରୁ ଅନୁଷ୍ଠିତ ହେବ ବୋଲି ବାଚସ୍ପତି ଆଶାବ୍ୟକ୍ତ କରିଥିବା ବେଳେ ସବୁ ବିଷୟରେ ଆଲୋଚନା ହେବ ବୋଲି କହିଛନ୍ତି। ଏହା ଛଡା ଜନପ୍ରତିନିଧିମାନେ ନିଜନିଜ କ୍ଷେତ୍ରରେ କରିଥିବା ଉଲ୍ଲେଖନୀୟ କାର୍ଯ୍ୟର ମଧ୍ୟ ଏଥର ସଂସଦରେ ଚର୍ଚ୍ଚା ହେବ ବୋଲି ସେ କହିଛନ୍ତି ।ତେବେ ବାଚସ୍ପତିଙ୍କ ପୂର୍ବରୁ ଲୋକସଭା ସଚିବାଳୟ ଆଗାମୀ ସଂସଦ ଅଧିବେଶନ ନେଇ କାର୍ଯ୍ୟସୂଚୀ ପ୍ରକାଶ କରିଛନ୍ତି। ସପ୍ତଦଶ ଲୋକସଭାର ସପ୍ତମ ଅଧିବେଶନ ୨୯ ନଭେମ୍ବର ୨୦୨୧ରୁ ଆରମ୍ଭ ହେବାକୁ ଯାଉଥିବା ଏଥିରେ ସୂଚିତ କରାଯାଇଛି। ଏଥିରେ ରାଷ୍ଟ୍ରପତି ରାଜ୍ୟସଭା ଅଧିବେଶନ ୨୯ ନଭେମ୍ବର ୨୦୨୧ରେ ଆହ୍ୱାନ କରିବେ। ଉଚ୍ଚସଦନର ଏହି ଅଧିବେଶନ ୨୩ ଡିସେମ୍ବର ୨୦୨୧ ପର୍ଯ୍ୟନ୍ତ ଚାଲିବ ବୋଲି କୁହାଯାଇଛି।ଲୋକସଭା ଅନୁରୂପ ରାଜ୍ୟସଭା ପକ୍ଷରୁ ମଧ୍ୟ ସଂସଦ ଅଧିବେଶନ ନେଇ କାର୍ଯ୍ୟସୂଚୀ ଜାରି ହୋଇଛି। ସେହିପରି ରାଜ୍ୟରେ ଏଥର ବିଧାନସଭାରେ ଶୀତ ଅଧିବେଶନ ଡିସେମ୍ବର ୧ ରୁ ଆରମ୍ଭ ହୋଇ ୩୧ ପର୍ଯ୍ୟନ୍ତ ଚାଲିବ। ଏଥର ରାଜ୍ୟ ବିଧାନସଭା ଅଧିବେଶନରେ ୨୬ଟି କର୍ଯ୍ୟଦିବସ ରହିଛି। ଏହାସହ ଏଥର ଅଧିବେଶନରେ ତିନି କୃଷି ଆଇନ ପ୍ରତ୍ୟାହାର କରାଯିବ ବୋଲି ପ୍ରଧାମନ୍ତ୍ରୀ ଶୁକ୍ରବାର ସୂଚନା ଦେଇଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: