ଜାନୁୟାରୀରୁ ମହଙ୍ଗା ହେବ ଜୋତା-ପୋଷାକ! ବଢିଲା GST

ଜାନୁୟାରୀରୁ ମହଙ୍ଗା ହେବ ଜୋତା-ପୋଷାକ! ବଢିଲା GST

ପ୍ରିଜମ ନ୍ୟୁଜ ବ୍ୟୁରୋ: ଜାନୁୟାରୀ ୨୦୨୨ରୁ ରେଡିମେଡ ପୋଷାକ ଓ ଜୋତା ହେବ ମହଙ୍ଗା । ଏହିସବୁ ଜିନିଷରେ ପ୍ରଚଳିତ ୫ ପ୍ରତିଶତ ସାମଗ୍ରୀ ଓ ସେବା କର (ଜିଏସଟି)କୁ ୧୨ ପ୍ରତିଶତକୁ ବୃଦ୍ଧି କରାଯାଇଛି। ଏଣୁ ଟେକ୍ସଟାଇଲ ଉତ୍ପାଦ ସାଙ୍ଗକୁ ଫୁଟୱେର ବି ମହଙ୍ଗା ହେବ ବୋଲି ଆଶଙ୍କା କରାଯାଇଛି।ଏପରି ଫିନିସଡ୍ ସାମଗ୍ରୀ ଉପରେ ଏପର୍ଯ୍ୟନ୍ତ ୫ ପ୍ରତିଶତ ଜିଏସଟି ଲାଗୁ ହେଉଥିଲା। ଯାହାକି ବୃଦ୍ଧି ହୋଇ ୧୨ ପ୍ରତିଶତ କରାଯାଇଥିବା ସେଣ୍ଟ୍ରାଲ ବୋର୍ଡ ଅଫ ଇନଡାଇରେକ୍ଟ ଟ୍ୟାକ୍ସ(ସିବିଆଇସି) ଶନିବାର ଜାରି କରିଥିବା ନୋଟିଫିକେସନରେ ସୂଚିତ କରିଛନ୍ତି । ନୂଆ ଶୁଳ୍କ ଜାନୁୟାରୀ ୨୦୨୨ରୁ ଲାଗୁ ହେବ। ଏହା ପୂର୍ବରୁ କେବଳ ୧୦୦୦ ଟଙ୍କା ମୂଲ୍ୟରୁ ଅଧିକ ଦରର ପୋଷାକ ଓ ଫୁଟୱେରରେ ୫ ପ୍ରତିଶତ ଜିଏସଟି ଲାଗୁ ହେଉଥିଲା। କିନ୍ତୁ ଏବେ ସମସ୍ତ ମୂଲ୍ୟର ପୋଷାକ ଆଉ ଜୋତା ଉପରେ ୧୨ ପ୍ରତିଶତ ଶୁଳ୍କ ଲାଗୁ ହେବ। ସେହିପରି ଟେକ୍ସଟାଇଲ ଯେପରିକି ହାତ ବୁଣା ପୋଷାକ, ସିନ୍ଥେଟିକ ୟାର୍ଣ୍ଣ, ପାଇଲ ଫେବ୍ରିକ୍ସ, ବ୍ଲାଙ୍କେଟ, ଟେଣ୍ଟ ଓ ଟେବୁଲ କ୍ଲଥ ପରି ସାମଗ୍ରୀ ଉପରେ ମଧ୍ୟ ୫ ବଦଳେ ୧୨ ପ୍ରତିଶତ ଜିଏସଟି ଲାଗୁ ହେବ। ତେବେ ସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ ସିଏମଏଆଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଟେକ୍ସଟାଇଲ ଜିନିଷ ଉପରେ ସରକାର ଜିଏସଟି ବୃଦ୍ଧି କରିବା ନିରାଶାଜନକ ବୋଲି ସଂଘ କହିଛି। ସଂଘ ପକ୍ଷରୁ କୁହାଯାଇଛି ଯେ, ଏମିତିରେ ଉଦ୍ୟୋଗ କଞ୍ଚାମାଲ ମୂଲ୍ୟ ବୃଦ୍ଧି ଯୋଗୁ ଚାପରେ ରହିଛି। ଏହାଛଡା ପ୍ୟାକେଜିଂ, ମେଟେରିଆଲ ଓ ପରିବହନ ଭଡ଼ା ମଧ୍ୟ ବୃଦ୍ଧି ହୋଇଛି। ଏଥିରେ ଜିଏସଟି ବୃଦ୍ଧି ଗ୍ରାହକଙ୍କୁ ପ୍ରଭାବିତ କରିବ ନିଶ୍ଚିତ ବୋଲି ସଂଘ କହିଛି। ଜିଏସଟି ବୃଦ୍ଧି ନ ହେଉ ବୋଲି ବଜାର ଚାହୁଁଥିବା ବେଳେ ସରକାରଙ୍କ ଶୁଳ୍କ ନୀତି ବାସ୍ତବିକ ନିରାଶାଜନକ ବୋଲି ସଂଘର ସଭାପତି କହିଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: