‘ଆର୍ୟନ ନିର୍ଦ୍ଦୋଷ, ନାହିଁ ଆପରାଧିକ ପ୍ରମାଣ’

‘ଆର୍ୟନ ନିର୍ଦ୍ଦୋଷ, ନାହିଁ ଆପରାଧିକ ପ୍ରମାଣ’

ପ୍ରିଜମ ନ୍ୟୁଜ ବ୍ୟୁରୋ: ମୁମ୍ବାଇ କ୍ରୁଜ୍‌ ଡ୍ରଗ୍ସ ମାମଲାରେ ଜଡିତ ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ବେଲ୍‌ ଅର୍ଡରର ସବିଶେଷ ତଥ୍ୟ ଜାରି କରିଛନ୍ତି ବମ୍ବେ ହାଇକୋର୍ଟ। ଆର୍ୟନ ଖାନ କୌଣସି ନିଶା ଦ୍ରବ୍ୟ ନେଇ ନ ଥିଲେ ଏବଂ ଆର୍ୟନ, ଅରବାଜ ମର୍ଚ୍ଚାଣ୍ଟ ଓ ମୁନମୁନ ଧାମେଚାଙ୍କ ମଧ୍ୟରେ କୌଣସି ନିଶା କାରବାର ନେଇ କୌଣସି ଷଡ଼ଯନ୍ତ୍ର ହୋଇନଥିଲା ବୋଲି ବେଲ୍‌ ଅର୍ଡର୍‌ରେ ପ୍ରକାଶ ପାଇଛି। ଆର୍ୟନଙ୍କ ବେଲ୍ ଅର୍ଡରେ ବମ୍ବେ ହାଇକୋର୍ଟ କହିଛନ୍ତି ଯେ ଆର୍ୟନ ଖାନଙ୍କ ଫୋନ୍‌ ଚାଟ୍‌ ଅନ୍ୟ ଅଭିଯୁକ୍ତଙ୍କ ସହିତ ଷଡ଼ଯନ୍ତ୍ର ନେଇ କୌଣସି ପ୍ରମାଣ ମିଳି ନାହିଁ। ଏହା ଅପ୍ରାସଙ୍ଗିକ ଚାଟ ଥିଲା। ତେବେ ଅନ୍ୟ ତିନି ଅଭିଯୁକ୍ତ ସହିତ ଷଡ଼ଯନ୍ତ୍ର ନେଇ କୌଣସି ପ୍ରମାଣ ନାହିଁ ବୋଲି ବେଲ୍ ଅର୍ଡର୍‌ରେ କୁହାଯାଇଛି। ସମସ୍ତ ଅପରାଧୀ ମିଳିମିଶି ଆପରାଧିକ କାର୍ଯ୍ୟ ଭିଆଇବା ପାଇଁ ଷଡ଼ଯନ୍ତ୍ର କରିଥିବା ନେଇ କୌଣସି ଠୋସ୍ ପ୍ରମାଣ ନାହିଁ ଯେଉଁଥିରେ କୋର୍ଟ ବିଚାର କରିବେ ବୋଲି ବେଲ୍‌ ଅର୍ଡରେ କୁହାଯାଇଛି।ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ ଅନ୍ୟମାନଙ୍କ ସହିତ ଶାହରୁଖ ଖାନ୍‌ଙ୍କ ପୁଅ ଆର୍ୟନ ଖାନ୍‌ଙ୍କୁ ମଧ୍ୟ ଅକ୍ଟୋବର ୨ ତାରିଖରେ ଗିରଫ କରିଥିଲା ଏନ୍‌ସିବି। ପ୍ରାୟ ୨୮ ଦିନ ଜେଲରେ ରହିବା ପରେ ସେ ଘରକୁ ଫେରିଥିଲେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: