ଡିସେମ୍ବର ୧ରୁ ଶୀତ ଅଧିବେଶନ, ଏଥର ୨୬ ଦିନ କର୍ଯ୍ୟଦିବସ

ଡିସେମ୍ବର ୧ରୁ ଶୀତ ଅଧିବେଶନ, ଏଥର ୨୬ ଦିନ କର୍ଯ୍ୟଦିବସ

ପ୍ରିଜମ ନ୍ୟୁଜ ବ୍ୟୁରୋ: ଆସନ୍ତା ଡିସେମ୍ବର ୧ରୁ ଆରମ୍ଭ ହେବ ବିଧାନସଭାର ଶୀତ ଅଧିବେଶନ । ପ୍ରଥମ ଦିନ ଆସିବ ଅତିରିକ୍ତ ବଜେଟ। ଡିସେମ୍ବର ୧ରୁ ଆରମ୍ଭ ହେବାକୁ ଥିବା ଏହି ଅଧିବେଶନ ୩୧ ତାରିଖ ଯାଏ ଚାଲିବ । ଶୀତ ଅଧିବେଶନରେ ରହିଛି ୨୬ଟି କାର୍ଯ୍ୟଦିବସ । ସାମ୍ବିଧାନିକ ବିଧିବ୍ୟବସ୍ଥା ଅନୁସାରେ ବର୍ଷକୁ ବିଧାନସଭା ଅଧିବେଶନ ୬୦ ଦିନ ବସିବାର ନିୟମ ରହିଛି । ଏଥିପାଇଁ ଚଳିତବର୍ଷ ଆଉ ୨୬ ଦିନ ବାକି ରହିଛି । ଶୀତ ଅଧିବେଶନ ବସିବା ପାଇଁ ରାଜ୍ୟପାଳ ଓ ରାଜ୍ୟ ସରକାରଙ୍କୁ ବିଧାନସଭା ପକ୍ଷରୁ ଚିଠି କରାଯାଇଥିଲା । ଚଳିତ ଅଧିବେଶନରେ ଅନେକ ବିଷୟବସ୍ତୁ ଉପରେ ଆଲୋଚନା ହେବ ବୋଲି ସୂଚନା ରହିଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: