ବଢିଲା CBI ଓ ED ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ

ବଢିଲା CBI ଓ ED ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ

ପ୍ରିଜମ ନ୍ୟୁଜ ବ୍ୟୁରୋ:ଜାତୀୟ ତଦନ୍ତକାରୀ ବ୍ୟୁରୋ (CBI) ଏବଂ ପ୍ରବର୍ତ୍ତନ ନିର୍ଦେଶାଳୟ (ED) ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ୫ ବର୍ଷ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ଏ ନେଇ କେନ୍ଦ୍ରପକ୍ଷରୁ ଅଧ୍ୟାଦେଶ ଜାରି ହୋଇଥିବା ଆଜି ସୂଚନା ଦେଇଛନ୍ତି। ପୂର୍ବରୁ CBI ଏବଂ ED ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ୨ ବର୍ଷ ରହିଥିଲା ଯାହାକି ଏଣିକି ୫ ବର୍ଷ ହେବ । କେବଳ ଆକସ୍ମିକ ବିୟୋଗ କିମ୍ବା ଅନ୍ୟ କୌଣସି ଅପରାଧିକ ମାମଲାକୁ ଛାଡି ଅନ୍ୟ କୌଣସି କାରଣରୁ କାର୍ଯ୍ୟକାଳ ପୂରିବା ଆଗରୁ ସେମାନଙ୍କୁ କାର୍ଯ୍ୟରୁ କଢ଼ାଯାଇ ପାରିବ ନାହିଁ । କେନ୍ଦ୍ର ସରକାର ଚାହିଁଲେ କାର୍ଯ୍ୟକାଳ ଆଉ ଏକ ବର୍ଷ ପାଇଁ ବଢାଇ ପାରିବେ । ନୂଆ ଅଧ୍ୟାଦେଶ ଦ୍ଵାରା CBI ଏବଂ ED ନିର୍ଦେଶକଙ୍କ କାର୍ଯ୍ୟକାଳକୁ ୨ ବର୍ଷରୁ ୫ ବର୍ଷକୁ ବୃଦ୍ଧି କରାଯାଇଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: