ଅଜାତିରେ ବାହା ହେବାରୁ ଭଉଣୀର ସ୍ୱାମୀକୁ ମାରିଦେଲା ଭାଇ

ଅଜାତିରେ ବାହା ହେବାରୁ ଭଉଣୀର ସ୍ୱାମୀକୁ ମାରିଦେଲା ଭାଇ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ :ଦିଲ୍ଲୀର ମଡେଲ ଟାଉନ୍ ଅଞ୍ଚଳରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ଅନ୍ୟଧର୍ମରେ ବିବାହକୁ ନେଇ ୨୬ ବର୍ଷିୟ ଜଣେ ବ୍ୟକ୍ତିଙ୍କୁ ତାଙ୍କ ସ୍ତ୍ରୀର ଭାଇ ଓ ତାଙ୍କର ବନ୍ଧୁ ଗୁଳି କରିଥିବାର ଜଣାପଡ଼ିଛି । ଏଠାରେ ଏକ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲୁ ରହିଛି । ପୁଲିସ୍ ରବିବାର କହିଛି କି ପୀଡ଼ିତ ଦେବା ଆଦର୍ଶ ନଗରରେ ଜିମ୍‌ ସେଣ୍ଟର ଚଳାନ୍ତି । ଦେବାଙ୍କୁ ଜହାଙ୍ଗିରପୁରୀ ନିବାସୀ ତାଙ୍କର ଶାଳକ ଶାହନୱାଜ ଓରଫ ଶାହବାଜ (୨୧) ଓ ଉତ୍ତର ପ୍ରଦେଶର ବଦାୟୁଁ ଜିଲ୍ଲାରେ ରହୁଥିବା ତାଙ୍କର ବନ୍ଧୁ ହର୍ଷିତ ଓରଫ ଋତିକଙ୍କ ସହ ମିଶି ଆକ୍ରମଣ କରିଥିଲେ । ମଡେଲ ଟାଉନ ଶାଲିମାର ପାର୍କ ଅଞ୍ଚଳରେ ଗୁଳି ବାଜିବାରୁ ଜଣେ ବ୍ୟକ୍ତି ଆହତ ହୋଇ ରାସ୍ତା ଉପରେ ପଡ଼ିଥିବାର କାଲି ନିଲମ୍ୱିତ ରାତିରେ ପୋଲିସକୁ ଖବର ମିଳିଥିବାର ଅଧିକାରୀ କହିଛନ୍ତି ।
ପୁଲିସ୍‌ ନିଜ ଯାଞ୍ଚରେ ଜାଣିବାକୁ ପାଇଥିଲା କି ଅଭିଯୁକ୍ତ ଶାହନୱାଜ ପୀଡ଼ିତା ଦେବାଙ୍କର ପତ୍ନୀଙ୍କର ଭାଇ ଓ ହର୍ଷିତ ତାଙ୍କର ବନ୍ଧୁ । ତାଙ୍କ ଭଉଣୀ ପରିବାର ଇଚ୍ଛା ବିରୋଧରେ ଅନ୍ୟ ସଂପ୍ରଦାୟର ଦେବଙ୍କୁ ବିବାହ କରିଥିବାରୁ ସେଥିରେ ରାଗିଯାଇ ନିଜ ବନ୍ଧୁ ହର୍ଷିତ ସାହାଯ୍ୟରେ ଦେବାଙ୍କୁ ମାରିବାକୁ ବହୁଦିନ ହେଲା ଯୋଜନା କରିଆସୁଥିଲା ।
ଉତ୍ତର-ପଶ୍ଚମ ଡେପୁଟୀ କମିଶନର ଉଷା ରଙ୍ଗନାନୀ କହିଛନ୍ତି ଯେ, ଶାହନୱାଜ ଓ ହର୍ଷିତ ଦେଶୀ ବନ୍ଧୁକରୁ ଦେବାଙ୍କ ଉପରକୁ ଗୁଳି କରିଥିଲେ। ଆଉ ସେଠାରେ ଫେରାର ହୋଇଯାଇ ଥିଲେ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: