ଦୀପାବଳି ପରେ ଖୋଲିବ ପ୍ରଥମରୁ ସପ୍ତମ ପିଲାଙ୍କ ସ୍କୁଲ!

ଦୀପାବଳି ପରେ ଖୋଲିବ ପ୍ରଥମରୁ ସପ୍ତମ ପିଲାଙ୍କ ସ୍କୁଲ!

ପ୍ରିଜମ୍ ନ୍ୟୁଜ ବ୍ୟୁରୋ :ରାଜ୍ୟରେ ଦୀପାବଳି ପରେ ଖୋଲିପାରେ ସମସ୍ତ ସ୍କୁଲ । ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ପରେ ପର୍ଯ୍ୟାୟ କ୍ରମେ ସ୍କୁଲ ଖୋଲିବାକୁ ଯୋଜନା ରହିଥିବାର ସୂଚନା ମିଳିଛି । ସ୍କୁଲ ଖୋଲିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବିଚାର ବିମର୍ଶ କରୁଛି । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି । ଅକ୍ଟୋବରରୁ ରାଜ୍ୟରେ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସ ରୁମ ପାଠ ପଢା ଆରମ୍ଭ ହୋଇଥିବା ବେଳେ ଦୀପାବଳୀ ପରେ ପ୍ରଥମରୁ ସପ୍ତମ ପିଲାଙ୍କ ଆଫଳାଇନ କ୍ଲାସ ହୋଇପାରେ ବୋଲି କୁହାଯାଉଛି।
ସେ ଆହୁରୀ କହିଛନ୍ତି ଯେ, ସ୍କୁଲ ଖୋଲିବା ଏକ ସ୍ୱାଭାବିକ ପ୍ରକ୍ରିୟା । ଦୀପାବଳି ପରେ ପ୍ରଥମରୁ ସପ୍ତମ ପିଲାଙ୍କ ସ୍କୁଲ ଖୋଲିବା ପାଇଁ ଯୋଜନା କରାଯାଇଛି । ପିଲାମାନଙ୍କ ମଧ୍ୟରେ ସ୍କୁଲ ଯିବା ପାଇଁ ଆଗ୍ରହ ସୃଷ୍ଟି ହେଲାଣି । ବର୍ତ୍ତମାନ ଶ୍ରେଣୀଗୃହରେ ପ୍ରାୟ ୭୦ ପ୍ରତିଶତ ଉପସ୍ଥାପନ ଆସୁଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ପିଲାମାନଙ୍କ ଶିକ୍ଷା ସହ ସ୍ୱାସ୍ଥ୍ୟକୁ ଗୁରୁତ୍ୱପୂର୍ଣ୍ଣ ଦିଆଯାଉଛି। ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ସୁରୁଖୁରରେ ଶ୍ରେଣୀଗୃହ ପାଠପଢ଼ା ଚାଲିଛି । ଅନ୍ୟ ଶ୍ରେଣୀ ଗୁଡିକ ମଧ୍ୟ ଖୁବ ଶୀଘ୍ର ଖୋଲାଯିବ। ସରକାରଙ୍କର ସଂଶୋଧିତ ସିଲାବସ୍ ଅନୁସାରେ ପାଠ ପଢ଼ାଯିବା ବୋଲି କହିଛନ୍ତି ସ୍କୁଲ ଓ ଗଣ ଶିକ୍ଷାମନ୍ତ୍ରୀ ସମୀର ଦାସ । ଗତ ୨୫ ତାରିଖରୁ ରାଜ୍ୟରେ ଅଷ୍ଟମ ଶ୍ରେଣୀ ଗୃହ ପାଠ ପଢା ଆରମ୍ଭ ହୋଇଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: