ବିନା ପୋଷାକରେ ନିଜଘରେ ବୁଲିଲେ ଯିବାକୁ ପଡ଼େ ଜେଲ୍

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ପ୍ରତ୍ୟେକ ଦେଶର ନିଜସ୍ୱ ନିୟମ ରହିଛି। କେତେକ ଦେଶରେ ନିୟମ ଉଲ୍ଲଂଘନ କିମ୍ବା ନିୟମ ଭାଙ୍ଗିବା ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ବେଳେ କେତେକ ସ୍ଥାନରେ ସେହି ସମାନ ପ୍ରସଙ୍ଗରେ ସହଜ ହୋଇଥାଏ। ତଥାପି, କିଛି ନିୟମ ଅଛି, ଯାହା ଜାଣିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଆମେ ଏପରି ଏକ ଅଭୁତ ନିୟମ ବିଷୟରେ କହିବାକୁ ଯାଉଛୁ। ସେହି ନିୟମ ଅନୁଯାୟୀ ଯଦି ଆପଣ ବିନା ପୋଷାକରେ ଘରେ ବୁଲାବୁଲି କରୁଛନ୍ତି, ତେବେ ଆପଣ ଜେଲ୍ ଯାଇପାରନ୍ତି। ବିନା ପୋଷାକରେ ଘରେ ବୁଲିବା ଉପରେ କଠୋର ନିୟମ ସିଙ୍ଗାପୁରରେ ରହିଛି। ଏଠାରେ ପ୍ରଚଳିତ ନିୟମ ଅନୁଯାୟୀ, ଯଦି ଘରର ପରଦା ଖୋଲି ବାହାରେ କେହି ଆପଣଙ୍କୁ ବିନା ପୋଷାକରେ ଦେଖେ, ତେବେ କେବଳ ଜୋରିମାନା ନୁହେଁ ଜେଲ ଦଣ୍ଡ ମଧ୍ୟ ମିଳିପାରେ। ଏହା କରୁଥିବା ବ୍ୟକ୍ତିଙ୍କୁ ୨,୦୦୦ ଡଲାର ଅର୍ଥାତ୍ ଭାରତୀୟ ମୁଦ୍ରାରେ ଏକ ଲକ୍ଷରୁ ଅଧିକ ଟଙ୍କା ଏବଂ ତିନି ମାସ ଜେଲ ଦଣ୍ଡ ଭୋଗିବାକୁ ପଡିଥାଏ।

Leave a Reply

Your email address will not be published. Required fields are marked *