କୋଭାକ୍ସିନ୍‌କୁ ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀଦେଲା WHO

କୋଭାକ୍ସିନ୍‌କୁ ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀଦେଲା WHO

ପ୍ରିଜମ୍ ନ୍ୟୁଜ ବ୍ୟୁରୋ:ଭାରତୀୟ କରୋନା ଟିକା କୋଭାକ୍ସିନ୍‌କୁ ମିଳିଲା ବିଶ୍ଵ ସ୍ବାସ୍ଥ୍ୟ ସଙ୍ଗଠନର ସିକୃତି। ଭାରତ ବାୟୋଟେକ୍‌ ଦ୍ୱାରା ବିକଶିତ କରୋନା ଟିକା କୋଭାକ୍ସିନ୍‌କୁ ମଞ୍ଜୁରୀ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଜରୁରୀକାଳୀନ ବ୍ୟବହାର ପାଇଁ ଏହି ଅନୁମତି ପ୍ରଦାନ କରିଛି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ।ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଟେକ୍ନିକାଲ୍‌ ପରାମର୍ଶ ଗ୍ରୁପ୍‌ ବା ଟିଏଜି Emergency Use Listing (EUL) ବା ଜରୁରୀକାଳୀନ ବ୍ୟବହୃତ ଔଷଧ ଶ୍ରେଣୀରେ କୋଭାକ୍ସିନ୍‌କୁ ଯୋଡ଼ିବା ପାଇଁ ବୁଧବାର ନିଷ୍ପତ୍ତି ନେଇଛନ୍ତି । ୨୬ ଅକ୍ଟୋବରରେ ବସିଥିବା ଟିଏଜିର ବୌଠକରେ କୋଭାକ୍ସିନ୍‌ର ପ୍ରସ୍ତୁତିକୁ ନେଇ ଅଧିକ ତଥ୍ୟ ମଗାଯାଇଥିଲା । ଏହାପରେ ବିଶ୍ୱରେ ଏହା ବ୍ୟବହୃତ ହୋଇପାରିବ କି ନାହିଁ ସେ ନେଇ ନିଷ୍ପତ୍ତି ନିଆଯିବ ବୋଲି ନ୍ୟୁଜ୍‌ ଏଜେନ୍ସି ଏନ୍‌ଆଇକୁ WHO ପକ୍ଷରୁ ସୂଚନା ଦିଆଯାଇଥିଲା । ସୂଚନାଯୋଗ୍ୟ ଯେ କୋଭାକ୍ସିନ୍‌କୁ ଜରୁରୀକାଳୀନ ସ୍ଥିତିରେ ବ୍ୟବହାର କରିବା ପାଇଁ ଡବ୍ଲୁଏଚଓ ନିକଟରେ ଭାରତ ବାୟୋଟେକ ଆବେଦନ କରିଥିଲା । ଏଥିପାଇଁ ଡବ୍ଲ୍ୟୁଏଚ୍‌ଓ ମାଗିଥିବା ସମସ୍ତ ତଥ୍ୟ ବାୟୋଟେକ ପର୍ଯ୍ୟାୟକ୍ରମେ ଦାଖଲ କରିଥିଲା। ଆଜି କୋଭାକ୍ସିନକୁ ଡବ୍ଲ୍ୟୁଏଚ୍‌ଓ ମାନ୍ୟତା ମିଳିଲା ପରେ ଏହି ଟିକାର ଦୁଇଟି ଡୋଜ ନେଇଥିବା ଭାରତୀୟଙ୍କୁ ବିଦେଶ ଯାତ୍ରା ପାଇଁ ଅନୁମତି ମିଳିବ। ପ୍ରକାଶ ଯେ ବର୍ତ୍ତମାନ ସୁଦ୍ଧା ଡବ୍ଲ୍ୟୁଏଚ୍‌ଓ ବିଶ୍ୱର ୬ଟି ଟିକାକୁ ଅନୁମୋଦନ କରିଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: