୮ ବର୍ଷପରେ ପ୍ରକାଶ ପାଇଲା ପାଟନାର ଗାନ୍ଧୀ ମଇଦାନ ବିସ୍ଫୋରଣ ମାମଲାର ରାୟ,୪ ଜଣଙ୍କୁ ଫାଶୀ ଦଣ୍ଡ

୮ ବର୍ଷପରେ ପ୍ରକାଶ ପାଇଲା ପାଟନାର ଗାନ୍ଧୀ ମଇଦାନ ବିସ୍ଫୋରଣ ମାମଲାର ରାୟ,୪ ଜଣଙ୍କୁ ଫାଶୀ ଦଣ୍ଡ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ:ପାଟନାର ଗାନ୍ଧୀ ମଇଦାନରେ ଆଠ ବର୍ଷ ପୂର୍ବେ ହୋଇଥିବା ବମ୍ ବ୍ଲାଷ୍ଟ୍ ମାମଲାର ରାୟ ପ୍ରକାଶ କରିଛନ୍ତି କୋର୍ଟ । ଏହି ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୯ ଜଣଙ୍କ ମଧ୍ୟରୁ ୪ ଜଣଙ୍କୁ କୋର୍ଟ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛନ୍ତି। ଆଜି ଏନଆଇଏ କୋର୍ଟ ଅଭିଯୁକ୍ତ ହାୟଦର ଅଲି, ନୋମାନ ଅନସାରୀ, ମୁଜିବୁଲ୍ଲା ଅନସାରୀ, ଇମତିଆଜ ଅନସାରୀଙ୍କୁ ଫାଶୀ ଦଣ୍ଡ ଶୁଣାଇଥିବା ବେଳେ ଅନ୍ୟ ଦୁଇ ଦୋଷୀ ଓମାର ସିଦ୍ଦିକି, ଅଜହରୁଦ୍ଦିନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେହିପରି ଅହମ୍ମଦ ହୁସେନ୍, ଫିରୋଜ ଅସଲାମଙ୍କୁ ୧୦ ବର୍ଷ ଲେଖାଏଁ ଦଣ୍ଡାଦେଶ ଦେଇଛନ୍ତି ।
ଏହା ବ୍ୟତୀତ ଇଫତିକର ଆଲାମକୁ ସାତ ବର୍ଷ ପାଇଁ ଦଣ୍ଡିତ କରାଯାଇଛି। ସୂଚନା ଥାଉ କି ୨୦୧୩ ମସିହା ଅକ୍ଟୋବର ୨୭ ତାରିଖ ଦିନ ଗାନ୍ଧୀ ମଇଦାନରେ ବିଜେପିର ଏକ ସମାବେଶକୁ ସମ୍ବୋଧିତ କରିବା ପାଇଁ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାଟନାକୁ ଯାଇଥିଲେ। ଆଉ ଏହି ସମୟରେ ସିରିଏଲ ବୋମା ବିସ୍ଫୋରଣ ଘଟିଥିଲା। ଏହି ଘଟଣାରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮୯ ଜଣ ଆହତ ହୋଇଥିଲେ । ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ଷଡଯନ୍ତ୍ରକାରୀ ହାୟଦର ଅଲି ସମେତ ୧୦ଜଣଙ୍କ ବିରୋଧରେ ଏନଆଇଏ ପକ୍ଷରୁ କୋର୍ଟରେ ଚାର୍ଜସିଟ୍ ଦାଖଲ କରାଯାଇଥିଲା।
ଏହି ଘଟଣାରେ ଏନଆଇଏ ଦ୍ୱାରା ଅନୁସନ୍ଧାନ ପରେ, ୨୧ ଅଗଷ୍ଟ ୨୦୧୪ରେ ହାୟଦର ଅଲି, ନୋମାନ ଅନସାରୀ, ମୁଜିବୁଲ୍ଲା ଅନସାରୀ, ଇମତିଆଜ ଆଲାମ, ଅହମ୍ମଦ ହୁସେନ୍, ଫାକରୁଦ୍ଦିନ, ଫିରୋଜ ଅସଲମ, ଇମତିଆଜ ଅନସାରୀ, ଇଫତିକର ଆଲାମ, ଅଝରୁଦ୍ଦିନ କୁରେସି ଏବଂ ଜଣେ ନାବାଳକଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରାଯାଇଥିଲା। ତେବେ ଫାକରୁଦ୍ଦିନଙ୍କୁ ନିର୍ଦ୍ଦୋଷରେ ଖଲାସ କରି ଅନ୍ୟ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି।
ଘଟଣା ଦିନ ବିସ୍ଫୋରଣ କରିବା ପାଇଁ ସକାଳେ ୮ ଜଣ ଅପରାଧି ବସ୍‌ରେ ଆସି ପାଟନାରେ ପହଞ୍ଚିଥିଲେ। ଯୋଜନା ମୁତାବକ ସେମାନେ ଅଲଗା ଅଲଗା ହୋଇ କାମ କରିବାକୁ ଲାଗିଲେ। ଇତିମଧ୍ୟରେ ପାଟନା ଜଙ୍କସନ୍‌ ପ୍ଲାଟଫର୍ମ ସୌଚାଳୟରେ ଜଣେ ଆତଙ୍କବାଦୀ ନିଜକୁ ଉଡ଼ାଇ ଦେଇଥିଲା।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: