୧୨ ଲକ୍ଷ ଦୀପରେ ଝଲସିଲା ଅଯୋଧ୍ୟା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ:

ପ୍ରିଜମ୍ ନ୍ୟୁଜ ବ୍ୟୁରୋ:ଦୀପାବଳୀ ପାଇଁ ଉତ୍ତରପ୍ରଦେଶର ଅଯୋଧ୍ୟାରେ ବୁଧବର ସନ୍ଧ୍ୟାରେ ଏକ ବିଶାଳ ଦିପୋତ୍ସବ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ପ୍ରଭୁ ଶ୍ରୀ ରାମଙ୍କ ସହର ୧୨ ଲକ୍ଷ ଦୀପରେ ଝଲସି ଉଠୁଛି। ୧୨ ଲକ୍ଷ ଦୀପରୁ ୯ ଲକ୍ଷ ରାମଙ୍କ ପିଣ୍ଡିରେ ଏବଂ ବାକି ୩ ଲକ୍ଷ ଅଯୋଧ୍ୟାର ବିଭିନ୍ନ ସ୍ଥାନରେ ଜଳାଯାଇଛି। ଦୀପ ଗଣନା ପାଇଁ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ ଦଳ ମଧ୍ୟ ଏଠାରେ ପହଞ୍ଚିଛନ୍ତି। ୩୬ ହଜାର ଲିଟର ସୋରିଷ ତେଲରେ ଏହି ୧୨ ଲକ୍ଷ ଦୀପ ଜଳଯାଇଛି। ସରୟୁ ଉପତ୍ୟକାରେ ଏକ ଚମତ୍କାର ଦୃଶ୍ୟ ଦେଖିବାକୁ ମିଳିଛି। ଅନ୍ୟ ପକ୍ଷରେ ଲେଜର ସୋ ମଧ୍ୟ ଆରମ୍ଭ ହୋଇଛି। ଲୋକମାନେ ଭର୍ଚୁଆଲ ମାଧ୍ୟମରେ ରାମାୟଣ ଦେଖୁଛନ୍ତି।ଆଜିର ଏହି ଦୀପୋତ୍ସବ କାର୍ଯ୍ୟକ୍ରମରେ ସିଏମ ଯୋଗୀ ଆଦିତ୍ୟ ନାଥ ଯୋଗ ଦେଇ କହିଛନ୍ତି ଯେ, ଆମ ସରକାର ନିଷ୍ପତ୍ତି ନେଇଛି ଯେ ଅଯୋଧ୍ୟାକୁ ଦୀପୋତ୍ସବ କାର୍ଯ୍ୟକ୍ରମ ମାଧ୍ୟମରେ ଏହାର ନୂତନ ପରିଚୟ ଦେବାକୁ। ଆଜି ଆପଣ ଅଯୋଧ୍ୟାକୁ ଦେଖୁଛନ୍ତି। ୧୨ ଲକ୍ଷ ଦୀପ କେମିତି ଆଲୋକିତ କରୁଛି। ଯେତେବେଳେ ଅଯୋଧ୍ୟାରେ ଶ୍ରୀ ରାମଙ୍କ ମନ୍ଦିର ନିର୍ମାଣ ହେବ, ସେତେବେଳେ ଅଯୋଧ୍ୟା ଦେଶ ତଥା ବିଶ୍ଵର ସର୍ବୋତ୍ତମ ଧାର୍ମିକ ତଥା ଆଧ୍ୟାତ୍ମିକ ସହର ହେବ।

Leave a Reply

Your email address will not be published. Required fields are marked *