ହ୍ୱାଇଟ୍ ଫଙ୍ଗସ୍ ଅଧିକ ବିପଦଜ୍ଜନକ

ହ୍ୱାଇଟ୍ ଫଙ୍ଗସ୍ ଅଧିକ ବିପଦଜ୍ଜନକ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: କରୋନା ମହାମାରୀ ପ୍ରକୋପ ବୃଦ୍ଧି ପାଇବା ସହ ଦେଶରେ ବ୍ଲାକ୍ ଫଙ୍ଗସ୍ ମାମଲା ମଧ୍ୟ ଦ୍ରୁତଗତିରେ ବଢ଼ିବାରେ ଲାଗିଛି । ଏବେ ହ୍ବାଇଟ୍ ଫଙ୍ଗସ୍ ଦେଶବାସୀଙ୍କ ଚିନ୍ତା ପଢ଼ାଇ ଦେଇଛି । କୁହାଯାଉଛି, କରୋନା ଏବଂ ବ୍ଲାକ୍ ପଙ୍ଗସ୍ ଠାରୁ ଅଧିକ ଭୟଙ୍କର ହେଉଛି ହ୍ବାଇଟ୍ ଫଙ୍ଗସ୍ ସଂକ୍ରମଣ।

ବିହାରରେ ହ୍ବାଇଟ୍ ଫଙ୍ଗସ୍ ମାମଲା ଚିହ୍ନଟ ହେବା ପରେ ବିଶେଷଜ୍ଞ ଠାରୁ ଆରମ୍ଭ କରି ଲୋକେ ଭୟଭତ ହୋଇପଡ଼ିଛନ୍ତି ।  ଦୁର୍ବଳ, ରୋଗପ୍ରତିରୋଧକ କ୍ଷମତା କମ୍ ଥିବା ଲୋକ ଏହି ଫଙ୍ଗସ୍ ଦ୍ବାରା ସଂକ୍ରମିତ ହେଉଛନ୍ତି । ବିଶେଷ କରି କରୋନା ସଂକ୍ରମିତ ଲୋକେ ଏହାର ଶିକାର ହେଉଛନ୍ତି । ହ୍ବାଇଟ୍ ଫଙ୍ଗସ୍ ଲକ୍ଷଣ, କରୋନାର ଲକ୍ଷଣ ସହ ସମାନ ଅଟେ ।    

 ବ୍ଲାକ୍ ଫଙ୍ଗସ୍ ଅପେକ୍ଷା ହ୍ବାଇଟ୍ ଫଙ୍ଗସ୍ ଅଧିକ ମାତ୍ରାରେ ବିସ୍ତାର ହୋଇଥାଏ । ବ୍ଲାକ୍ ଫଙ୍ଗସ୍ ପରି ଏହା ଫୁସଫୁସ, ଚର୍ମ ଏବଂ ମସ୍ତିଷ୍କ ଉପରେ ପ୍ରଭାବ ପକାଇବା ସହ ଶରୀରର ଅନ୍ୟାନ୍ୟ ଅଂଶ ଯଥା ମସ୍ତିଷ୍କ, ହଜମ ପ୍ରକ୍ରିୟା, କିଡନୀରେ ବ୍ୟାପିଥାଏ । ବ୍ଲାକ୍ ଫଙ୍ଗସ୍ ଅପେକ୍ଷା ଅଧିକ କ୍ଷତି ଘଟାଉଛିବାରୁ ଏହା ଅଧିକ ବିପଜ୍ଜନକ ବୋଲି କୁହାଯାଉଛି । | କରୋନା ସଂକ୍ରମିତ, ଏଚ୍.ଆଇ.ଭି.-ଏଡ୍ସ, ମଧୁମେହ କିମ୍ବା ଆଜମା ରୋଗୀ ଏହା ଶିକାର ହେବାର ଅଧିକ ସମ୍ଭାବନା ଅଛି । ତେବେ ଏହାର ଲକ୍ଷଣ ହେଉଛି-ଜ୍ବର ହେବା, ନିଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ହେବା,  ଦୁର୍ବଳ ଲାଗିବା, କାଶରେ ରକ୍ତ ଜମାଟ ବାନ୍ଧିବା, ଗଣ୍ଠି ଯନ୍ତ୍ରଣା, ଓଜନ କମ୍ ହେବା, ନାକରୁ ରକ୍ତସ୍ରାବ ଏବଂ ଚର୍ମରେ ଦାଗ ଦେଖାଦେବା ଇତ୍ୟାଦି।

ହ୍ବାଇଟ୍ ଫଙ୍ଗସ୍ ଠାରୁ ସୁରକ୍ଷିତ ରହିା ପାଇଁ କିଛି ସତର୍କତା ଅବଲମ୍ବନ କରନ୍ତୁ । ଯେପରି ଧୂଳିଧୂଷ ସ୍ଥାନକୁ ନଯିବା । ଆବର୍ଜନାପୂର୍ଣ୍ଣ ସ୍ଥାନକୁ ଯିବା ଠାରୁ ଦୂରେଇ ରହିବା । ବାହାରକୁ ଗଲେ ଭଲ ଭାବରେ ମାସ୍କ ବ୍ୟବହାର କରିବା ଉପରେ ଗୁରୁତ୍ବ ଦିଅନ୍ତୁ । ନିୟମିତ ବ୍ୟାୟାମ ଏବଂ ଯୋଗ କରନ୍ତୁ । ଏଥିସହ ନିଜର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରନ୍ତୁ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: