ଅଧିକ ପାଣି ପିଉଥିଲେ ସାବଧାନ! ଭୟଙ୍କର ରୋଗରେ ପଡ଼ିପାରନ୍ତି

ଅଧିକ ପାଣି ପିଉଥିଲେ ସାବଧାନ! ଭୟଙ୍କର ରୋଗରେ ପଡ଼ିପାରନ୍ତି

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: କୁହାଯାଏ ଜଳ ବିହୁନେ ସୃଷ୍ଟି ନାଶ ଜଳ ବହୁଳେ ସୃଷ୍ଟି ଧ୍ଵଂସ। ଏହାର ଅର୍ଥ ହେଲା ଜଳ କମ ହେଲେ ପୃଥିବୀରେ ଅନର୍ଥ ହେବ ଜଳ ଅଧିକ ହେଲେବି ସର୍ବନାଶ ହେବ। ସେହି ପରି ଅମା ଶରୀର ପାଇଁ ପାଣି ହୋଇଥାଏ। କମ ପାଣି ପିଇବା ଦ୍ଵାରା ଯେପରି ଅମା ଶରୀରରେ ବିଭିନ୍ନ ରୋଗ ସୃଷ୍ଟି ହୋଇଥାଏ। ସେହିଭଳି ଅଧିକ ପାଣି ଅମା ଶରୀର ପାଇଁ ଅନେକ ବିପଦ ଡାକି ଆଣିଥାଏ। ପାଣି ଆମ ଶରୀରକୁ ସୁସ୍ଥ ରଖିବା ପାଇଁ ନିହାତି ଜରୁରୀ। କିନ୍ତୁ ଆପଣ ଜାଣିଛନ୍ତି କି ମାତ୍ରାଧିକ ପାଣି ପିଇବା ଶରୀର ପାଇଁ କ୍ଷତିକାରକ ହୋଇଥାଏ। ଅନେକ ଲୋକ ଭାବିଥାନ୍ତି ଯେତେ ଅଧିକ ପାଣି ପିଇବ ସେତେ ସୁସ୍ଥ ରହିବ କିନ୍ତୁ ଏହା ଏକ ଭୁଲ ଧାରଣା । ତେବେ ଜାଣିରଖନ୍ତୁ ଆବଶ୍ୟକତା ଠାରୁ ଅଧିକ ପାଣି ପିଇବା ଦ୍ଵାରା ଆମର କଣ କ୍ଷତି ହୋଇଥାଏ ଓ ଶରୀରରେ କେଉଁ ସବୁ ସମସ୍ୟା ଦେଖାଯାଏ । ବିଶେଷ କରି ମହିଳା ଓ ଶିଶୁଙ୍କ ପାଇଁ ଅଧିକ ପାଣି ପିଇବା କ୍ଷତିକାରକ ହୋଇଥାଏ
– ଅଧିକ ମାତ୍ରାରେ ପାଣି ପିଇବା ଦ୍ଵାରା ଶରୀରରେ ପାଣି ସଂକ୍ରମଣ ହୋଇଥାଏ। ଶରୀରକୁ ଆବଶ୍ୟକୀୟ ପରିମାଣର ସୋଡିୟମ ମିଳିନଥାଏ। ଏହାଦ୍ୱାରା ବ୍ୟକ୍ତିର ଚିନ୍ତା କରିବା ଶକ୍ତି ଉପରେ ମଧ୍ୟ ପ୍ରଭାବ ପଡିଥାଏ। ଯେଉଁଥି ପାଇଁ ସେମାନେ ନିଜ ଉପରେ ଅନେକ ସମୟରେ ନିୟନ୍ତ୍ରଣ ରଖିପାରନ୍ତି ନାହିଁ । ସେମାନଙ୍କର ପାଠ ମଧ୍ୟ ମନ ରହେନି।
– ଆବଶ୍ୟକଠାରୁ ଅଧିକ ପାଣି ପିଇବା ଦ୍ଵାରା ଖାଦ୍ୟ ହଜମ କରିବାରେ ସାହାଯ୍ୟ କରୁଥିବା ପାଚକ ରସ କାମ କରିବା ବନ୍ଦ କରିଦିଏ । ଯାହାଦ୍ୱାର ଆପଣ ଖାଦ୍ୟ ହଜମ ସମସ୍ୟା ଭୋଗିପାରନ୍ତି। କେବଳ ସେତିକି ନୁହେଁ ଅଧିକ ପାଣିପିଇବା ଦ୍ଵାରା ହୃଦଘାତ ବା ଅନ୍ୟାନ୍ୟ ହୃଦୟ ଜନିତ ରୋଗ ହେବାର ଆଶଙ୍କା ରହିଥାଏ। ଏହାସହ କିଡନୀ ଉପରେ ମଧ୍ୟ ଏହା ପ୍ରଭାବ ପକାଇଥାଏ। କାରଣ ଅଧିକ ପାଣି ପିଇବା ଦ୍ଵାରା କିଡନୀକୁ ଅଧିକ କାମ କରିବାକୁ ପଡିଥାଏ।
– ଶରୀରରେ ପାଣିର ମାତ୍ରା ବଢିବା ଦ୍ଵାରା ଲୁଣର ମାତ୍ରା କମି ଯାଇଥାଏ। ଏହି ଅବସ୍ଥାକୁ ହଏପୋନାଟ୍ରିମିୟା କୁହାଯାଇଥାଏ। ଏହା ଫଳରେ ବାରମ୍ବାର ବାନ୍ତି ଲାଗିବା ସହ ମୁଣ୍ଡବିନ୍ଧି ଥାଏ । ଯଦି ଆପଣଙ୍କୁ ଶୋଷ ଲାଗୁନଥିଲେ ମଧ୍ୟ ପାଣି ପିଉଛନ୍ତି ତେବେ ଏହାଦ୍ଵାରା ଆପଣଙ୍କୁ ଭଲ ନିଦ ହୋଇନଥାଏ। ତେଣୁ ନିଦ୍ରା ହିନତାରୁ ଅନ୍ୟ ରୋଗ ମଧ୍ୟ ମାଡ଼ି ବସେ।
-ଅତ୍ୟଧିକ ଜଳ ପିଇବା ହେତୁ ସୋଡିୟମ୍ ସ୍ତର ହ୍ରାସ ହୋଇଥାଏ। ଏହା ଯୋଗୁଁ ବାହାରୁ ତରଳ ପଦାର୍ଥ କୋଷ ଭିତରକୁ ଯାଇଥାଏ ଏବଂ ଶିରା ଫୁଲିଯାଏ। ଵିଶେଷ କରି ମସ୍ତିଷ୍କ କୋଷଗୁଡ଼ିକରେ ଏପରି ଘଟିବା ଫଳରେ ଏହା ବିପଜ୍ଜନକ ଏବଂ ଜୀବନ ପ୍ରତି ବିପଦ ହୋଇପାରେ।
-ଅଧିକ ପାଣି ପିଇବା ଫଳରେ ରକ୍ତରେ ପାଣିର ମାତ୍ରା ବଢ଼ିଯାଇଥାଏ। ଏହା ରକ୍ତରେ ଥିବା ଇଲେକ୍ଟ୍ରୋଲାଇଟ, ବିଶେଷ କରି ସୋଡିୟମ ସହ ମିଶି ରକ୍ତରେ ଲବଣାଂଶ କମ କରିଦେଇଥାଏ। ଏହାସହ ରକ୍ତଚାପ ବୃଦ୍ଧି ହୋଇଥାଏ, ମାଂସପେଶୀରେ କଷ୍ଟ ଅନୁଭବ ହୋଇଥାଏ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: