ଆଉ ନାହାନ୍ତି ‘ଚିପକୋ ଆନ୍ଦୋଳନ’ର ଅଗ୍ରଣୀ ନେତା

ଆଉ ନାହାନ୍ତି ‘ଚିପକୋ ଆନ୍ଦୋଳନ’ର ଅଗ୍ରଣୀ ନେତା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ବିଶିଷ୍ଟ ପରିବେଶବିତ୍ ସୁନ୍ଦରଲାଲ ବହୁଗୁଣାଙ୍କ ପରଲୋକ। କୋରୋନା ସଂକ୍ରମିତ ହେବା ପରେ ତାଙ୍କୁ ଋଷିକେଶ AIIMS ରେ ଭର୍ତ୍ତି କରାଯାଇଥିଲା। ୯୪ ବର୍ଷୀୟ ବହୁଗୁଣା ଶନିବାର ରାତି ପ୍ରାୟ ୧୨.୩୦ ସମୟରେ AIIMSରେ ଭର୍ତ୍ତି ହୋଇଥିଲେ । କୋରୋନା ପଜିଟିଭ ଚିହ୍ନଟ ସହ ଏକ ସପ୍ତାହ ଧରି ଜ୍ୱର ଓ କାଶରେ ଆକ୍ରାନ୍ତ ହୋଇଥିଲେ ପରିବେଶବିତ୍ ସୁନ୍ଦର ଲାଲ ବହୁଗୁଣା । ‘ଚିପକୋ’ ଆନ୍ଦୋଳନର ଅଗ୍ରଣୀ ନେତା ଭାବରେ ପରିଚିତ ବହୁଗୁଣା ହିମାଳୟ ଏବଂ ନଦୀ ସୁରକ୍ଷା ପାଇଁ ଆନ୍ଦୋଳନ କରି ଚର୍ଚ୍ଚାକୁ ଆସିଥିଲେ । ତାଙ୍କ ଦେହାନ୍ତ ପରେ ଏବେ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: