ଧଳା ଡେନିମ୍ ରେ ଲାଗନ୍ତୁ ଷ୍ଟାଇଲିସ୍

ଧଳା ଡେନିମ୍ ରେ ଲାଗନ୍ତୁ ଷ୍ଟାଇଲିସ୍

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଧଳା ପୋଷାକ ଅନେକ ଲୋକଙ୍କ ପସନ୍ଦ ରହିଥାଏ, ବିଶେଷ କରି ଖରାଦିନେ। ତେବେ ଖରାଦିନ ହେଉ କି ଶୀତ ଧଳା ଡେନିମ୍ ଆପଣଙ୍କୁ ୟୁନିକ୍ ଓ କୁଲ୍ ଲୁକ ଦେବା ସହ ଆରାମଦାୟକ ରହିଥାଏ । ବିଶେଷ କରି ଧଳା ରଙ୍ଗର ଡ୍ରେସ୍‌, ଡେନିମ୍‌ ଜିନ୍ସ ଓ ସ୍କର୍ଟ ଅଧିକାଂଶ ମହିଳାଙ୍କ ପ୍ରଥମ ପସନ୍ଦ ରହିଥାଏ । ପାର୍ଟି ହେଉ ବା ଅଫିସ୍ ଧଳା ଡେନିମ୍ ସବୁଠି ଏକ କୁଲ୍ ଓ କ୍ଲାସି ଲୁକ୍ ଦେଇଥାଏ । ତେବେ ଏହାସହ କେଉଁ ରଙ୍ଗର କମ୍ବିନେସନ୍ ଆପଣଙ୍କୁ ଅଧିକ ଷ୍ଟାଇଲିସ୍ ଲୁକ୍ ଦେବ, ସେ ସମ୍ପର୍କରେ ଆସନ୍ତୁ ଜାଣିବା…
ଧଳା ଟପ୍ ସହଧଳା ଡେନିମ୍ – ଧଳା ଡେନିମ୍ ସହ ଭଲ କମ୍ବିନେସନ୍ ପାଇଁ ଆପଣ ଧଳା ଟପ୍ ବା ଧଳା ସାର୍ଟ ପିନ୍ଧିପାରିବେ । ଏହା ସହିତ ଗୋଲ୍ଡ ବା ସିଲଭରର୍ ବ୍ରେସ୍‌ଲେଟ୍‌, ଘଡି, ଇୟରରିଙ୍ଗ୍ ଓ ଷ୍ଟାଇଲିସ୍ ଜୋତା ମଧ୍ୟ ପିନ୍ଧିପାରିବେ । ଧଳା ଡେନିମ କମ୍ବିନେସନ୍ ସହ ଗୋଲ୍ଡ ଓ ସିଲଭରର୍ ଏସୋସରିଜ୍ ଆପଣଙ୍କୁ ୟୁନିକ୍ ଓ ଖାସ୍ ଲୁକ୍ ଦେବ ।
ଧଳା ଡେନିମ୍ ସହ ଗ୍ରେ ଟପ୍ – ପ୍ରିଣ୍ଟେଡ ବା ପ୍ଲେନ୍ ଗ୍ରେ ଟପ୍ ସହିତ ପ୍ଲେନ୍ ଧଳା ଜିନ୍ସ୍ କ୍ଲାସିକ୍ ଲାଗିଥାଏ, ଏହା ଆଟ୍ରାକ୍ଟିଭ୍ ଲାଗିବା ସହିତ ଏହି ପୋଷାକ ସମସ୍ତଙ୍କୁ ମାନିଥାଏ। ବିନା ଏସୋସରିଜରେ ଏହି ଷ୍ଟାଇଲ ଆପଣଙ୍କୁ ଏକ ଭିନ୍ନ ଲୁକ୍ ଦେଇପାରିବ ।
ପିଚ୍ ରଙ୍ଗର ଟପ୍ ସହ ଧଳା ଡେନିମ୍‌- ନେଟ୍‌, ସିଲ୍କ ବା ଯେକୌଣସି ପିଚ୍ ରଙ୍ଗର ଟପ୍‌କୁ ଧଳା ଡେନିମ୍ ସହ ପିନ୍ଧିପାରିବେ । ପ୍ରଫେସନାଲ୍ ଓ ସ୍ମାର୍ଟ ଲୁକ୍ ପାଇଁ ଏହା ସହିତ ମେଟ୍ ଗୋଲ୍ଡେନ୍ ରଙ୍ଗର ଆସେସୋରିଜ ପିନ୍ଧନ୍ତୁ । ଏହା ଛଡା ଷ୍ଟାଇଲିସ୍ ହାଣ୍ଡ ବ୍ୟାଗ୍‌, ଜୋତା ଓ ବେଲ୍ଟ୍ ଏହି ଲୁକକୁ ଆହୁରି ଖାସ୍ କରି ଦେଇଥାଏ ।
ଧଳା ଡେନିମ୍ ସହ ବ୍ଲାକ୍‌- ସବୁବେଳେ ବ୍ଲାକ୍ ସହ ହ୍ଵାଇଟ ବେଷ୍ଟ କମ୍ବିନେସନ୍ ଭାବେ ଜଣାଶୁଣା । ପ୍ରିଣ୍ଟ, ପ୍ଲେନ୍ ଓ ଡିଜାଇନର ଧଳା ଜିନ୍ସ ସହ ପିନ୍ଧି ପାରିବେ । ବ୍ଲାକ୍ ଓ ଧଳା ରଙ୍ଗର ମ୍ୟାକ୍ସି ଟପ୍ ମଧ୍ୟ ଡେନିମ୍ ଜିନ୍ସରେ ଖୁବ୍ ଭଲ ମାନିଥାଏ ।
ଧଳା ଡେନିମ୍ ସହ ନେଭି ବ୍ଲୁ- ଗାଢ଼ ନୀଳ ରଙ୍ଗର ଫ୍ଲୋରାଲ୍ ଜ୍ୟାକେଟ୍ ବା ଟପ୍ ସହ ଧଳା ଡେନିମ୍ ଜିନ୍ସ ଭଲ ମାନିଥାଏ । ଏହା ସହିତ ଚାହିଁଲେ ନେଭି ବ୍ଲୁ ଟପ୍ ବା ଫୁଲ୍ ଟି ସାର୍ଟ ମଧ୍ୟ ପିନ୍ଧିପାରିବେ ।
ମେଟାଲିକ୍ ସହ ଧଳା ଡେନିମ୍‌- ମେଟାଲିକ୍ ଟପ୍ ସହ ଧଳା ଡେନିମ୍ ପିନ୍ଧି ପାରିବେ । ଏହାକୁ ଆପଣ ସନ୍ଧ୍ୟା ସମୟରେ ଥିବା ପାର୍ଟିରେ ପିନ୍ଧି ଗଲେ ବା ମାର୍କେଟ ଯିବା ସମୟରେ ପିନ୍ଧିଲେ ଖାସ ଦେଖା ଯିବେ । ସ୍ମୋକି ଆଇ ମେକ୍‌ଅପ୍ ଆପଣଙ୍କ ଏହି ଲୁକ୍‌କୁ ଆହୁରି ଗର୍ଜିଅସ କରିଥାଏ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: