ଏହି ଦେଶରେ ଜମାରୁ ନାହିଁ ATM, କାର କିଣିବାକୁ ଅପେକ୍ଷା କରିବାକୁ ପଡ଼େ ବର୍ଷ ବର୍ଷ

ଏହି ଦେଶରେ ଜମାରୁ ନାହିଁ ATM, କାର କିଣିବାକୁ ଅପେକ୍ଷା କରିବାକୁ ପଡ଼େ ବର୍ଷ ବର୍ଷ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ବିଶ୍ଵର ସମସ୍ତ ଦେଶରେ କିଛିନା କିଛି ଭିନ୍ନତା ରହିଥାଏ, ତାଛଡା କିଛି ନିଜସ୍ୱ ନିୟମ ମଧ୍ୟ ରହିଥାଏ। ଏବଂ ପ୍ରତ୍ୟେକ ଦେଶର ନାଗରିକଙ୍କୁ ସେହି ନିୟମ ଅନୁଯାୟୀ କର୍ଯ୍ୟକରିବାକୁ ପଡିଥାଏ। ଏହା ଦେଶରେ ଶୃଙ୍ଖଳା ଆଣିବା ସହ ଏକତା ବଜାୟ ରଖିଥାଏ। କିନ୍ତୁ ଅନେକ ଦେଶରେ ଏପରି ନିୟମ ଅଛି ଯାହା ବିଷୟରେ ଆପଣ ହୁଏତ କେବେ ଶୁଣି ନଥିବେ। ଆଫ୍ରିକାର ଏକ ଦେଶରେ ଟିଭି ଦେଖିବା ଏବଂ ମୋବାଇଲ୍ ବ୍ୟବହାର ପାଇଁ ସରକାରଙ୍କଠାରୁ ଅନୁମତି ନେବାକୁ ପଡିଥାଏ। ବାସ୍ତବରେ, ଆଫ୍ରିକୀୟ ଦେଶ ଇରିଟ୍ରିଆରେ ଏହି ସମସ୍ତ କାର୍ଯ୍ୟ ପାଇଁ ସରକାରଙ୍କଠାରୁ ଅନୁମତି ନେବାକୁ ପଡିଥାଏ। ଏହି ଦେଶଟି ଇରିଟ୍ରିଆ ରାଜ୍ୟ ଭାବରେ ମଧ୍ୟ ପରିଚିତ।
ଏଠାରେ କେବଳ ଗୋଟିଏ ରାଜନୈତିକ ଦଳ କ୍ଷମତାରେ ରହିଥିବା ବେଳେ ଅନ୍ୟ ଦଳ ଗଠନ ବେଆଇନ ହୋଇଥାଏ। କେବଳ ସେତିକି ନୁହେଁ, ସରକାର ଆହୁରି ଅନେକ ଦୈନନ୍ଦିନ ଜିନିଷ ଉପରେ ନିଜର ମନମାନି କରନ୍ତି ଯେପରି ବ୍ୟାଙ୍କରୁ ଟଙ୍କା ଉଠାଇବା, ଫୋନ୍ କିମ୍ବା ସିମ୍ କିଣିବା ସମୟରେ ନାଗରିକମାନଙ୍କୁ ସରକାରଙ୍କ ଅନୁମୋଦନ ନେବା ନିହାତି ଜରୁରୀ ହୋଇଥାଏ। ଏହି ଦେଶରେ ଗୋଟିଏ ବି ଏଟିଏମ୍ ନଥିବା ବେଳେ ଲୋକଙ୍କୁ ବ୍ୟାଙ୍କରୁ ଟଙ୍କା ଉଠାଇବାକୁ ପଡ଼ିଥାଏ। କେବଳ ସେତିକି ନୁହେଁ, ସରକାରୀ ନିୟମ ଅନୁଯାୟୀ, ଗୋଟିଏ ମାସରେ କେବଳ ବ୍ୟାଙ୍କ ଆକାଉଣ୍ଟରୁ ୨୩,୫୦୦ ଟଙ୍କା ଉଠା ଯାଇପାରିବ।
ଯେଉଁଥିପାଇଁ ଲୋକମାନେ ଅନେକ ସମୟରେ ବହୁତ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ବିବାହ ପରି ଅନେକ ସମୟରେ ଟଙ୍କା ଉଠାଣରେ କିଛି ରିହାତି ଦିଆଯାଇଥାଏ। କିନ୍ତୁ ଯଦି ସେଠାରେ କେହି କାର କିଣିବାକୁ ଚାହାଁନ୍ତି ତେବେ ତାଙ୍କୁ ମାସ ମାସ ଅପେକ୍ଷା କରିବାକୁ ପଡ଼ିଥାଏ। ଆମ ଦେଶରେ ଆମେ ସହଜରେ ମୋବାଇଲ୍ ଏବଂ ସିମ୍ କିଣି ପରୁଛେ କିନ୍ତୁ ଇରିଟ୍ରିଆରେ ଏହା କରିବା ସହଜ ନୁହେଁ। କାରଣ ଏଥିପାଇଁ ମଧ୍ୟ ସ୍ଥାନୀୟ ପ୍ରଶାସନ ଠାରୁ ଅନୁମୋଦନ ନେବାକୁ ପଡିବ ଏବଂ ଯଦି ଆପଣ ସିମ୍ ନେଇଛନ୍ତି, ତେବେ ଆପଣ ସେଥିରେ ଇଣ୍ଟରନେଟ୍ ବ୍ୟବହାର କରିପାରିବେ ନାହିଁ, କାରଣ ସିମରେ ମୋବାଇଲ୍ ଡାଟା ନଥାଏ। ଏଥି ସହିତ, ଏଠାରେ ରହୁଥିବା ବିଦେଶୀ ଲୋକଙ୍କୁ ମଧ୍ୟ ସିମ୍ କିଣିବା ପାଇଁ ସରକାରଙ୍କଠୁ ଆବେଦନ ନେବାକୁ ପଡିଥାଏ। ଏଥି ପାଇଁ ତିନିରୁ ଚାରି ଦିନ ସମୟ ଲାଗିଥାଏ। ଏହା ସହ ସେଠାକା ପ୍ରଶାସନ ଦ୍ବାରା ପର୍ଯ୍ୟଟକଙ୍କୁ ସିମ୍ ଯୋଗାଇ ଦିଆଯାଉଛି ଏବଂ ସେମାନଙ୍କୁ ଦେଶ ଛାଡିବା ପୂର୍ବରୁ ସିମ୍ ଫେରସ୍ତ କରିବାକୁ ପଡ଼ିଥାଏ। ଇରିଟ୍ରିଆର ଲୋକଙ୍କ ପାଖରେ କେବଳ ଗୋଟିଏ ଯୋଗାଯୋଗ ନେଟୱାର୍କ ଅଛି, ଅର୍ଥାତ୍ ସେଠାରେ ସବୁବେଳେ କେବଳ ଗୋଟିଏ କମ୍ପାନୀର ମୋବାଇଲ୍ ନମ୍ବର ବ୍ୟବହାର କରିବାକୁ ପଡ଼ିଥାଏ। ଆମେ ଆପଣଙ୍କୁ କହିବୁ ଯେ ‘ଇରିଟାଲ୍’ ହେଉଛି ଏକମାତ୍ର ଟେଲିକମ୍ କମ୍ପାନୀ ଏବଂ ଏହା ମଧ୍ୟ ସରକାରଙ୍କ ଦ୍ୱାରା ନିୟନ୍ତ୍ରିତ । ମିଡିଆ ରିପୋର୍ଟ ଅନୁଯାୟୀ, ଏହି କମ୍ପାନୀର ସେବା ବହୁତ ଖରାପ ଅଟେ। ଯେଉଁଥିପାଇଁ ଲୋକଙ୍କୁ କଲ କରିବାକୁ PCO କୁ ଯିବାକୁ ପଡେ।
କେବଳ ଏତିକି ନୁହେଁ, ଇରିଟ୍ରିଆ ସରକାର ଦେଶର ନାଗରିକଙ୍କ ଉପରେ ଅନେକ ନିୟମ ଲାଗୁ କରିଛନ୍ତି। ଯେଉଁଥିପାଇଁ ଆପଣ କେବଳ ସେହି ଚ୍ୟାନେଲଗୁଡ଼ିକୁ ଟିଭିରେ ଦେଖିପାରିବେ ଯାହା ସରକାର ଆପଣଙ୍କୁ ଦେଖାଇବାକୁ ଚାହୁଁଛନ୍ତି । ଏହି କାରଣରୁ ଗଣମାଧ୍ୟମ ସରକାରଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିପାରିବ ନାହିଁ କିମ୍ବା ସରକାରଙ୍କ ବିରୋଧରେ କିଛି ଲେଖିପାରିବ ନାହିଁ। ଏହି ଦେଶରେ ଆହୁରି ଅନେକ ବିଚିତ୍ର ନିୟମ ରହିଛି, ଯାହାକି ଲୋକଙ୍କୁ ଆଶ୍ଚର୍ଯ୍ୟ କରେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: