ଏବେ ହଜାରେ ବର୍ଷରୁ ଅଧିକ ଦିନ ବଞ୍ଚିବ ମଣିଷ, ଦୁଇ ବର୍ଷରେ ସତ ହେବ ସ୍ୱପ୍ନ!

ଏବେ ହଜାରେ ବର୍ଷରୁ ଅଧିକ ଦିନ ବଞ୍ଚିବ ମଣିଷ, ଦୁଇ ବର୍ଷରେ ସତ ହେବ ସ୍ୱପ୍ନ!

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ମଣିଷ ଜନ୍ମ ଓ ମୃତ୍ୟୁର ରହସ୍ୟ କେହି ଏପର୍ଯ୍ୟନ୍ତ ଜାଣି ପାରି ନାହାନ୍ତି। ମଣିଷ ମାରିବା ପରେ ତାସହ କଣ୍ ହୁଏ ସେ କିପରି ଅଧିକ ଦିନ ବଞ୍ଚି ରହିବ ସେ ନେଇ ଅନେକ ସମୟରେ ଗବେଷଣା ଜାରି ରହିଥିଲେ ମଧ୍ୟ କୌଣସି ଫଳ ମିଲେନି। ମଣିଷର ସବୁବେଳେ ରହିଥିବା ଅମର ହେବାର ଇଚ୍ଛା ଏବେ ପୁରଣ ହେବାକୁ ଯାଉଛି। ବୈଜ୍ଞାନିକମାନେ ଏପରି ଏକ ଔଷଧ ପ୍ରସ୍ତୁତ କରିବାକୁ ଯାଉଛନ୍ତି, ଯାହା ମଣିଷଙ୍କୁ ଅମର କରିଦେବ। ଏବେ ଶହେ ନୁହେଁ ବରଂ ହଜାରେ ବର୍ଷ ବଞ୍ଚିବ ମଣିଷ ଏବଂ ତାର ଶହ ଶହ ପିଢ଼ି ଦେଖି ପାରିବ। ବୈଜ୍ଞାନିକମାନେ ଦାବି କରିଛନ୍ତି ସ୍ୱପ୍ନ ପରି ଲାଗୁଥିବା ଏହି କଥା ମାତ୍ର ୨ ବର୍ଷ ମଧ୍ୟରେ ପୂରଣ ହେବ।
ମଣିଷ ଦେହରେ ଯେପରି ବାର୍ଦ୍ଧକ୍ୟର ଛାପ ନପଡ଼ିବ, ସେ ନେଇ ପ୍ରଫେସର ଡେଭିଡ ସିଂକ୍ଲିୟର ଏକ ପରୀକ୍ଷଣ କରୁଛନ୍ତି। ଏହି ପରୀକ୍ଷଣଟି ମୂଷାମାନଙ୍କ ଉପରେ ଟେଷ୍ଟ କରାଯାଇଛି, ଯେଉଁଥିରୁ ଆଶ୍ଚର୍ଯ୍ୟଜନକ ସତ୍ୟ ପ୍ରକାଶ ପାଇଲା ଯେ ତାହାର ମସ୍ତିଷ୍କ ଏବଂ ଅନ୍ୟାନ୍ୟ ଅଙ୍ଗକୁ ଗ୍ରାସ କରୁଥିବା ବୃଦ୍ଧାବସ୍ଥାକୁ ଓଲଟପାଲଟ କରିହେବ। ପରୀକ୍ଷଣର ସଫଳତା ପରେ ସେ ଏକ ସାକ୍ଷାତକାର ରେ କହିଛନ୍ତି ଯେ – ‘ପରୀକ୍ଷଣରୁ ଏହା ଜଣାପଡିଛି ଯେ ଏକ ଭ୍ରୁଣ ଜିନ୍ ହୋଇଥାଏ। ଯଦି ଏହାକୁ ବୟସ୍କ ପଶୁମାନଙ୍କ ଭିତରେ ଇଞ୍ଜେକ୍ସନ ଦ୍ଵାରା ଦିଆଯାଇପାରେ, ତେବେ ଏହା ବୟସ ସହିତ ଜଡିତ କୋଷଗୁଡ଼ିକୁ ପୁନଃ ନିର୍ମାଣ କରିଥାଏ। ସଠିକ୍ ଭାବରେ କାମ କରିବାକୁ ୪ ରୁ ୮ ସପ୍ତାହ ଲାଗିଥାଏ। ‘ସେ ଏକ ଦୃଷ୍ଟିହୀନ ମୂଷାର ଉଦାହରଣ ଦେଇ କହିଛନ୍ତି ଯାହା ବୟସ ବୃଦ୍ଧି ହେତୁ ଦୃଷ୍ଟି ଶକ୍ତି ହରାଇଛି। ସେ କହିଛନ୍ତି ଯେ ମସ୍ତିଷ୍କ ଏବଂ ନ୍ୟୁରର ସଂଯୋଗ ଠିକ୍ ନହେବା କାରଣ ଏହା ଘଟେ। ଯଦି ସେହି ବୟସ୍କ ମୂଷାଙ୍କ ନ୍ୟୁର ମରାମତି ହୁଏ, ତେବେ ଏହା ପୁଣି ଯୁବାଅବସ୍ଥାକୁ ଫେରି ଆସି ପୁଣି ଦେଖିପାରିବ।
ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ପ୍ରଫେସର ଡେଭିଡ କହିଛନ୍ତି ଯେ ଗତ ବର୍ଷ ଡିସେମ୍ବରରେ ପ୍ରକାଶିତ ତାଙ୍କ ଅନୁସନ୍ଧାନରେ ଏହା ପ୍ରମାଣିତ ହୋଇଛି। ସେ ଦାବି କରନ୍ତି ଯେ ମାନବ କୋଷଗୁଡ଼ିକ ଯୌବନାବସ୍ଥା ଆଡକୁ ଅଣାଯାଇପାରିବ। ଭ୍ରୁଣୀୟ ଜିନ୍ ବା ଏମ୍ବ୍ରୋନିକ୍ ଜିନ୍ ବିଷୟରେ ପ୍ରଫେସର ଡେଭିଡ୍ କହିଛନ୍ତି ଯେ ସେ ବର୍ତ୍ତମାନ ମୂଷାଙ୍କ ମସ୍ତିଷ୍କର ବୟସରେ ଏହି ପରୀକ୍ଷଣ କରୁଛନ୍ତି, ଯାହା ଦ୍ଵାରା ସେମାନେ ପୁନର୍ବାର ନିଜର କ୍ଷମତା ହାସଲ କରିପାରିବେ।
ଏହାସହ ସେ ତାଙ୍କ ଦାବିକୁ ନେଇ କହିଛନ୍ତି ଯେ ମାତ୍ର ୨ ବର୍ଷରୁ କମ୍ ସମୟ ମଧ୍ୟରେ ମଣିଷ ଉପରେ ଏହାକୁ ଅଧ୍ୟୟନ କରାଯିବ। ସେମାନେ କହିଛନ୍ତି ଯେ ଆଜିର ଦିନରେ ପିଲାମାନେ ସେମାନଙ୍କର ସର୍ବାଧିକ ଜୀବନ ବଞ୍ଚିବାକୁ ଲକ୍ଷ୍ୟ ରଖିବା ଉଚିତ୍। ମଣିଷର ଜୀବନର କୌଣସି ସୀମା ନାହିଁ, ତେଣୁ ୧୦୦ ବର୍ଷ ବଞ୍ଚିବାକୁ ଲକ୍ଷ୍ୟ ରଖି ଆଗକୁ ବଢିବା ଉଚିତ୍।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: