କୋଭାକ୍ସିନକୁ ଅନୁମତି ଦେଲାନି ଆମରିକା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: କୋଭାକ୍ସିନର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଲାନି ଆମେରିକା। ଆମେରିକାର ଖାଦ୍ୟ ଏବଂ ପ୍ରଶାସନ (ଏଫଡିଏ) କୋଭାକ୍ସିନ ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଭାରତ ବାୟୋଟେକର ଆବେଦନକୁ ପ୍ରତ୍ୟାଖ୍ୟାନ କରିଛି। ଫଳରେ କମ୍ପାନୀକୁ ଆମେରିକାରେ ଟିକା ଆରମ୍ଭ କରିବାକୁ ଆଉ କିଛି ସମୟ ଅପେକ୍ଷା କରିବାକୁ ପଡ଼ିବ। କିଛି ଦିନ ପୂର୍ବେ କୋଭାକ୍ସିନ ପାଇଁ ଆମେରିକାର ଅଂଶୀଦାର କମ୍ପାନୀ ଓକୁଗେନ ଏହି ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମାଗିଥିଲା। ଓକୁଗେନ ପକ୍ଷରୁ କୁହାଯାଇଛି ଯେ, ଏଫଡିଏ, କମ୍ପାନୀକୁ ଆଉ ଏକ ଅତିରିକ୍ତ ପରୀକ୍ଷା ଆରମ୍ଭ କରିବାକୁ କହିଛି। ଯାହା ଦ୍ୱାରା କମ୍ପାନୀ ବାୟୋଲୋଜିକାଲ ଲାଇସେନ୍ସ ଆବେଦନ କରିପାରିବ।

Leave a Reply

Your email address will not be published. Required fields are marked *