ଅତିଥିଙ୍କ ଉପହାର ଦାମ ଅନୁସାରେ ବାହାଘରରେ ପରଷା ଯିବ ଭୋଜି

ଅତିଥିଙ୍କ ଉପହାର ଦାମ ଅନୁସାରେ ବାହାଘରରେ ପରଷା ଯିବ ଭୋଜି

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ବାହାଘରରେ ଅତିଥିମାନଙ୍କୁ ଖୁସି କରିବା ପାଇଁ ବିଭିନ୍ନ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ ହୋଇଥାଏ। ଅତିଥିଙ୍କ ଭାରତୀୟ ସଂସ୍କୃତିରେ ଦେବତାଙ୍କ ସହ ତୁଳନା କରାଯାଉଥିବା ବେଳେ ସେମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ସବୁ ବ୍ୟବସ୍ଥା କରାଯାଇଥାଏ। କିନ୍ତୁ ଯଦି କୌଣସି ବାହାଘରରେ ଅତିଥିଙ୍କ ଖାଇବା ପାଇଁ ଅଦ୍ଭୁତ ନିୟମ ରହିଥାଏ? ଯଦି ଅତିଥିମାନଙ୍କୁ କୁହାଯାଏ ଯେ ଉପହାର ଯେତେ ମହଙ୍ଗା, ଖାଦ୍ୟ ସେତେ ଭଲ ମିଳିବ। ତେବେ ଏହା ନିହାତି ଅଦ୍ଭୁତ ଓ ଅପମାନଜନକ କଥା ହେବ କିନ୍ତୁ ଏଭଳି ଗୋଟିଏ ଘଟଣା ବାସ୍ତବରେ ଘଟିଛି। ସୋସିଆଲ ମିଡିଆ ପ୍ଲାଟଫର୍ମ ରେଡ୍ଡିଟରେ ଜଣେ ବ୍ୟକ୍ତି କିଛି ଫଟୋ ସେୟାର କରି ଜଣାଇଛନ୍ତି ଯେ ତାଙ୍କୁ ଗୋଟିଏ ବାହାଘରରେ ସାମିଲ ହେବା ପାଇଁ ଜଣେ ଦମ୍ପତି ନିମନ୍ତ୍ରଣପତ୍ର ଦେଇଥିଲେ ଏବଂ ସାଙ୍ଗରେ ଅନ୍ୟ ଏକ ଫର୍ମ ମଧ୍ୟ ଦେଇଥିଲେ, ଯେଉଁଥିରେ ଜଣେଇବାକୁ କୁହାଯାଇଥିଲା ଯେ ସେମାନେ କେତେ ମହଙ୍ଗା ଉପହାର ଆଣିବେ? ପ୍ରକୃତରେ, ସେହି ଉପହାର ଅନୁଯାୟୀ, ସେମାନଙ୍କୁ ବିବାହରେ ଖାଦ୍ୟ ପରିବେଷଣ କରାଯାଇଥିଲା।
ସୂଚନା ଅନୁଯାୟୀ, ନୋଟରେ ଲେଖାଥିଲା, “ଯାହାଫଳରେ ଆମେ ଆପଣଙ୍କ ପାଇଁ ଆପଣଙ୍କ ପ୍ରିୟ ରାତ୍ରୀ ଭୋଜନ ପ୍ରସ୍ତୁତ କରିପାରିବୁ, ଦୟାକରି ଆପଣଙ୍କର ଉପହାର ଲେଭଲ୍ ଚିହ୍ନଟ କରନ୍ତୁ।”ଦମ୍ପତିଙ୍କ ଅନୁଯାୟୀ, ୨୫୦ ଡଲାର ପର୍ଯ୍ୟନ୍ତ ଉପହାର ଆଣିଥିବା ଅତିଥିମାନଙ୍କୁ ରୋଷ୍ଟ ଚିକେନ୍ କିମ୍ବା ସୋର୍ଡ ଫିସ୍ ଦିଆଯିବ, ଯାହା ଏକ ମହଙ୍ଗା ଖାଦ୍ୟ। ଯଦି ଅତିଥିମାନେ Smoked salmon or sliced steak ଖାଇବାକୁ ପସନ୍ଦ କରନ୍ତି, ତେବେ ସେମାନଙ୍କୁ ସିଲଭର ଲେଭଲ୍ ଉପହାର ଅର୍ଥାତ୍ ୫୦୦ ଡଲାର ପର୍ଯ୍ୟନ୍ତ ଦେବାକୁ ପଡିବ।
ଅନ୍ୟ ପଟେ, ଗୋଲଡେନ୍ ଲେଭଲ୍ ଉପହାରରେ ୧୦୦୦ ଡଲାର ପର୍ଯ୍ୟନ୍ତ କୌଣସି ଉପାହର ଅନ୍ତର୍ଭୂକ୍ତ ହେବ ଏବଂ ଏହାକୁ ପ୍ରଦାନ କରୁଥିବା ଅତିଥିମାନେ ଏକ ଫିଲେଟ୍ ମାଇଗନ୍ କିମ୍ବା ଲବଷ୍ଟର ଲାଞ୍ଜ(filet mignon or lobster tail) ଖାଇବାକୁ ଦିଆଯିବ କିନ୍ତୁ ଯଦି କେହି ପ୍ଲାଟିନମ୍ ଲେଭଲର ଉପହାର ଦେବାକୁ ଇଚ୍ଛା କରନ୍ତି, ଅର୍ଥାତ୍ ଯଦି ସେ ୧୦୦୦ଡଲାର ଅଧିକ ୨୫୦୦ ଡଲାର ପର୍ଯ୍ୟନ୍ତ ଦିଅନ୍ତି, ତେବେ ତାଙ୍କୁ Two-pound lobster and a souvenir champagne goblet ଖାଇବାକୁ ଦିଆଯିବ।
ତେବେ ଏହି ଅଭୁତ ନିମନ୍ତ୍ରଣ ଓ ଭୋଜି ବିଷୟରେ ଜାଣିବା ପରେ ଲୋକମାନେ ସୋସିଆଲ ମିଡିଆରେ ଦମ୍ପତିଙ୍କୁ ଧିକାର କରିବା ସହ କହିଛନ୍ତି ଯେ ଯଦି ସେମାନଙ୍କୁ ଏଭଳି କୁହାଯାଇଥାନ୍ତା ତେବେ ସେମାନେ ନିଜେ ଖାଦ୍ୟ ନେଇ ସେଠାକୁ ଯାଇଥାନ୍ତେ ହେଲେ ସାଙ୍ଗରେ କୌଣସି ଉପହାର ନେଇ ନଥାନ୍ତେ। ଏଥିସହିତ ଆଉ ଜଣେ ଉପଭୋକ୍ତା କହିଛନ୍ତି, ‘ଏପରି ବିବାହରେ ମହଙ୍ଗା ଉପହାର ଦେବା ଅପେକ୍ଷା ସେହି ଟଙ୍କାରେ କୌଣସି ସ୍ଥାନକୁ ଯାଇ ବୁଲି ଆସିବା ଭଲ’।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: