୯.୫ ମିଲିୟନ followers ଥିଲେବି ଜଣଙ୍କୁ ଫୋଲୋ କରନ୍ତି ନୀଳ ନୟନା ଐଶ୍ୱର୍ଯ୍ୟା

୯.୫ ମିଲିୟନ followers ଥିଲେବି ଜଣଙ୍କୁ ଫୋଲୋ କରନ୍ତି ନୀଳ ନୟନା ଐଶ୍ୱର୍ଯ୍ୟା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ବି-ଟାଉନର ସବୁଠାରୁ ପ୍ରିୟ ଓ ପରିଚିତ ଅଭିନେତ୍ରୀମାନଙ୍କ ମଧ୍ୟରୁ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଅନ୍ୟତମ। ଯଦିଓ ପୂର୍ବତନ ମିସ୍ ୱାର୍ଲ୍ଡଙ୍କର ଏବେ କିଛି ଫିଲ୍ମ ଆସିନି, ତଥାପି ସେ ସୋସିଆଲ ମିଡିଆରେ ବେଶ ଲୋକ ପ୍ରିୟ। ତାଙ୍କର ଶେଷ ସିନେମା ୨୦୧୮ ରେ ରିଲଜ ହୋଇଥିବା ବେଳେ ତାର ନାମ ‘Fanne Khan’ ଥିଲା। ତେବେ ସେହିବର୍ଷ ଅର୍ଥାତ୍ ୨୦୧୮ ରେ ସୋସିଆଲ ମିଡିଆରେ ଡେବ୍ୟୁ କରିବା ପରେ ତାଙ୍କ ଫଲୋରସ୍(followers) ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। କିନ୍ତୁ ଆପଣ ଜାଣନ୍ତି କି ଐଶ୍ୱର୍ଯ୍ୟା ରାୟ ଇନଷ୍ଟାଗ୍ରାମରେ କେବଳ ଜଣେ ବ୍ୟକ୍ତିଙ୍କୁ ଫଲୋ କରନ୍ତି। ତେବେ ଆଜି ଆମେ ଆପଣଙ୍କୁ ସେହି ବ୍ୟକ୍ତିଙ୍କ ନାମ କହିବା ଯାହାକୁ କେବଳ ଐଶ୍ୱର୍ଯ୍ୟା ଫଲୋ କରୁଛନ୍ତି।
ଯଦି ଆପଣ ସେହି ଲୋକମାନଙ୍କ ମଧ୍ୟରୁ ଜଣେ ଅଟନ୍ତି, ଯେଉଁମାନେ ଇନଷ୍ଟାଗ୍ରାମରେ ବଚ୍ଚନ ପରିବାରର ବୋହୂଙ୍କୁ ଫଲୋ କରନ୍ତି, ତେବେ ଆପଣ ଜାଣିଥିବେ ଯେ ଐଶ୍ୱର୍ଯ୍ୟା ତାଙ୍କ ପରିବାର ସହ ସମୟ ବିତେଇବାର୍ ଫଟୋ ସେୟାର କରିବାକୁ ଭଲ ପାଆନ୍ତି। ତାଙ୍କ ଫଟୋ ବା ପୋଷ୍ଟରେ ସ୍ୱାମୀ ଅଭିଷେକ ବଚ୍ଚନ, ଝିଅ ଆରାଧ୍ୟା ବଚ୍ଚନ, ତାଙ୍କ ଶ୍ୱଶୁର ତଥା ମେଗାଷ୍ଟାର ଅମିତାଭ ବଚ୍ଚନ, ତାଙ୍କ ମା ଏବଂ ପରିବାରର ଅନ୍ୟ ସଦସ୍ୟମାନଙ୍କ ଫଟୋ ରହିଥାଏ।
ଅନ୍ୟ ସେଲିବ୍ରିଟିଙ୍କ ଇନଷ୍ଟାଗ୍ରାମ ଫିଡ ପରି, ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ସୋସିଆଲ ମିଡିଆ ଆକାଉଣ୍ଟ କେବଳ ସେହି ଫଟୋଗୁଡ଼ିକରେ ଭରପୂର, ଯାହା ସେ ପସନ୍ଦ କରନ୍ତି। ଫଟୋ ସେୟାରିଂ ପ୍ଲାଟଫର୍ମରେ ତାଙ୍କର ବହୁ ସଂଖ୍ୟକ ଫଲୋରସ୍ ଅଛନ୍ତି, ଯାହାର ସାଂଖ୍ୟ ବର୍ତ୍ତମାନ ୯.୫ ମିଲିୟନ। ଏତେ ସଂଖ୍ୟକ ଫଲୋରସ୍ ଥିବା ପରେ ମଧ୍ୟ ସେ ଇନଷ୍ଟାଗ୍ରାମରେ କେବଳ ଜଣେ ଲୋକଙ୍କୁ ଫଲୋ କରନ୍ତି ଯାହାକି ଅନେକଙ୍କୁ ଆଶ୍ଚର୍ଯ୍ୟ କରେ। ତେବେ ସିଏ କେବଳ ତାଙ୍କ ସ୍ୱାମୀ ଅଭିଷେକ ବଚ୍ଚନଙ୍କୁ ଅନୁସରଣ କରନ୍ତି। ସ୍ୱାମୀଙ୍କ ବ୍ୟତୀତ ନା ସୁପରଷ୍ଟାର ବା ଶଶୁର ଅମିତାଭ ବଚ୍ଚନଙ୍କୁ ନା ପରିବାରର ଆଉ କାହାକୁ ଅନୁସରଣ କରନ୍ତି ଐଶ୍ୱର୍ଯ୍ୟା। ଏଠାରେ ସୂଚନା ଥାଉକି ଅଭିଷେକ ଏବଂ ଐଶ୍ୱର୍ଯ୍ୟାଙ୍କ ବାଉଘର ୨୦୦୭ ମସିହାରେ ହୋଇଥିବା ବେଳେ ୨୦୧୧ ରେ ତାଙ୍କ ଝି ଆରାଧ୍ୟା ଜନ୍ମ ହୋଇଥିଲେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: