ପ୍ରଧାନମନ୍ତ୍ରୀ ମୋଦିଙ୍କ ମୟୂର ପ୍ରେମ: ସୋସିଆଲ ମିଡିଆରେ ଭିଡିଓ ଭାଇରଲ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଜାତୀୟ ପକ୍ଷୀ ମୟୂର ପ୍ରେମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଛି । ଏମିତିରେ ତ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରକୃତି ପ୍ରତି ଥିବା ଅହେତୁକ ପ୍ରେମ ହୁଏତ କାହାକୁ ଅଛପା ନାହିଁ । ନିଜର ଅନେକ ସାକ୍ଷାତକାରରେ ବି ସେ ଏବାବଦରେ କହିଛନ୍ତି । ନିକଟରେ ହିଁ ପିଏମ ନିଜର ଏକ ଭିଡିଓ ନିଜ ଇନ୍ଷ୍ଟଗ୍ରାମ ଓ ୟୁ ଟ୍ୟୁବ ଆକାଉଣ୍ଟରେ ସେୟାର କରିଛନ୍ତି । ଯେଉଁଥିରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ରାଷ୍ଟ୍ରୀୟ ପକ୍ଷୀ ମୟୁରକୁ ନିଜ ହାତରେ ଦାନା ଖୁଆଉଥିବାର ନଜର ଆସିଛନ୍ତି । ଭିଡିଓଟିକୁ ସୋସିଆଲ ମିଡିଆରେ ସେୟାର କରିବା ସହ ପିଏମ ଏକ କବିତା ମଧ୍ୟ ଲେଖିଛନ୍ତି । ପ୍ରକୃତରେ ଏହି ମୟୁରଟି ପ୍ରଧାନମନ୍ତ୍ରୀ ଆବାସରେ ହିଁ ବାସ କରିଥାଏ । ଏହି ସ୍ୱତନ୍ତ୍ର ମୟୁର ଟିକୁ ପିଏମ ମୋଦି ପୂର୍ବରୁ ଅନେକ ଥର ନିଜ ବଗିଚାରେ ଖେଳୁଥିବା ଅବସ୍ଥାରେ ଦେଖେଇ ସାରିଛନ୍ତି ।

ଏବେ ନିଜ ଇନଷ୍ଟାଗ୍ରାମ ୟୁ ଟ୍ୟୁବ ବ୍ୟତୀତ ପିଏମ ଅନ୍ୟ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ବି ଏହି ଭିଡିଓ ଟିକୁ ପୋଷ୍ଟ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କର ପ୍ରକୃତି ପ୍ରତି ଏକ ଅହେତୁକ ଭଲ ପାଇବା ରହିଛି । ଅବଶର ସମୟ ନିଜ ବଗିଚାରେ ସମୟ କାଟିବାକୁ ବେଶୀ ଭଲ ପାଆନ୍ତି । ନିଜ ବଗିଚାରେ ଯୋଗ କରୁଥିବା ସମୟରେ ବି ପିଏମ ନଜର ଆସିଛନ୍ତି । ପ୍ରକୃତି ପ୍ରତି ତାଙ୍କର ଥିବା ନିବିଡ ଭଲ ପାଇବା ଏପରି ଘଟଣା ମାନଙ୍କରୁ ବେଶ ବାରି ହୋଇପଡେ । ମୟୂର ସହ ଖେଳୁଥିବା ସମୟର ଏହି ପୋଷ୍ଟକୁ ଅନେକ ଜଣ ଖୁବ ପସନ୍ଦ ମଧ୍ୟ କରିଛନ୍ତି । ଏହା ସହ ଅନେକେ ଏହା ଉପରେ ନିଜ ପ୍ରତିକ୍ରିୟା ବି ରଖିଛନ୍ତି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: