‘ଆପଣଙ୍କ ଗୋଡ଼ ବହୁତ ଲମ୍ୱା, ଆପଣ ଏଠାରେ ବସନ୍ତୁ’, ଧୋନିଙ୍କ ବଦାନ୍ୟତା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ନିଜ ମଣିଷ ପଣିଆ ଏବଂ ମହାନ୍ ଗୁଣ ପାଇଁ ସର୍ବଦା ପ୍ରଶଂସିତ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମମହେନ୍ଦ୍ର ସିଂହ ଧୋନିଙ୍କ ବଦାନ୍ୟତା ପୁଣି ଥରେ ଦେଖିବାକୁ ମିଳିଛି। ଆଇପିଏଲ୍‌ ଖେଳିବା ପାଇଁ ଶୁକ୍ରବାର ଚେନ୍ନାଇ ସୁପର୍‌ କିଙ୍ଗସ୍ ଦଳ ସହ ୟୁଏଇ ଯାତ୍ରା ବେଳେ ଏହାର ଆଉ ଏକ ଉଦାହରଣ ଦେଖାଇଛନ୍ତି ମାହି।

ଚେନ୍ନାଇରୁ ଦୁବାଇ ଯାତ୍ରା କଲା ସମୟରେ ବିମାନରେ ନିଜ ପାଇଁ ଥିବା ବିଜିନେସ୍ କ୍ଲାସ ସିଟ୍‌କୁ ସେ ସିଏସ୍‌କେର ନିର୍ଦ୍ଦେଶକ କେ ଜର୍ଜ ଜନଙ୍କୁ ସମର୍ପି ଦେଇଥିଲେ। ଏହାସହ ସେ ନିଜେ ଇକୋନୋମି କ୍ଲାସ୍‌ରେ ଦୁବାଇ ଯାତ୍ରା କରିଥିଲେ। ଇକୋନୋମି କ୍ଲାସ୍‌ ସିଟ୍‌ରେ ବସି ଉପ ଅଧିନାୟକ ସୁରେଶ ରାଇନା ଓ ଅନ୍ୟ ସାଥୀ ଖେଳାଳିଙ୍କ ସହ ଆଲୋଚନା କରୁଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି। ଏହି କଥାକୁ ନିଜେ ଜନ୍ ଟ୍ବିଟ୍‌ କରି ଜଣାଇଛନ୍ତି। ଆପଣଙ୍କ ଗୋଡ଼ ବହୁତ ଲମ୍ୱା, ତେଣୁ ଆପଣ ଏଠାରେ (ବିଜନେସ୍ କ୍ଲାସ୍) ବସନ୍ତୁ, ମୁଁ ଇକୋନୋମି କ୍ଲାସରେ ବସିଯିବି ବୋଲି ଧୋନି ଜନଙ୍କୁ କହିଥିଲେ।

ସିଏସକେ ନିର୍ଦ୍ଦେଶକଙ୍କ ଟ୍ୱିଟ୍

ଧୋନିଙ୍କ ଏହି ବଦାନ୍ୟତା ପରେ ଦର୍ଶକ ଓ ଶୁଭେଚ୍ଛୁମାନେ ଧୋନିଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି


ସେପ୍ଟେମ୍ବର ୧୯ରୁ ଆଇପିଏଲ୍‌ ଆରମ୍ଭ ହେବାକୁ ଯାଉଥିବା ବେଳେ ସିଏସ୍‌କେ ଦଳ ଦୁବାଇରେ ଅବସ୍ଥାନ କରିବ। ଧୋନି ଏବଂ ରାଇନା ଅବସର ନେଇଥିଲେ ମଧ୍ୟ ଆସନ୍ତା ଆଇପିଏଲ୍‌ରେ ଖେଳ ଜାରି ରଖିବେ। ପ୍ରାୟ ୧୪ ମାସ ପରେ ଧୋନିଙ୍କୁ କ୍ରିକେଟ୍ ପଡ଼ିଆରେ ଦେଖିବାକୁ ପାଇବେ ଦର୍ଶକ।


Leave a Reply

Your email address will not be published. Required fields are marked *