କଂଗ୍ରେସରେ ପରିବର୍ତ୍ତନର ସ୍ୱର: ଦିଲ୍ଲୀରେ କଳି, ଓଡ଼ିଶାରେ ମେଳି

କଂଗ୍ରେସରେ ପରିବର୍ତ୍ତନର ସ୍ୱର: ଦିଲ୍ଲୀରେ କଳି, ଓଡ଼ିଶାରେ ମେଳି

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଯୁବ ଭୋଟର କଂଗ୍ରେସରୁ ମୁହଁ ମୋଡିଛନ୍ତି। କାରଣ କ’ଣ, ତାହା ଖୋଜି ଯୁବପିଢିଙ୍କୁ ଅଧିକ ପ୍ରାଧାନ୍ୟ ଦିଆଯାଉ। ଆମୂଳଚୂଳ ପରିବର୍ତ୍ତନ ପାଇଁ ୫ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ,ବହୁ ସିଡବ୍ଲୁସି ସଦସ୍ୟ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ ସାଂସଦ ସୋନିଆଙ୍କୁ ଚିଠି ଲେଖିଛନ୍ତି। କହିଛନ୍ତି, ଯୁବ ଭୋଟରମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିର୍ଣ୍ଣାୟକ ଭାବରେ ଭୋଟ୍‌ ଦେଇଛନ୍ତି। ଯୁବ ଭୋଟର କଂଗ୍ରେସରୁ ମୁହଁ ମୋଡିଛନ୍ତି। କାରଣ କଣ, ତାହା ଖୋଜି ଯୁବପୀଢିଙ୍କୁ ଅଧିକ ପ୍ରାଧାନ୍ୟ ଦିଆଯାଉ। ଦଳକୁ ଏକ ପୂର୍ଣ୍ଣକାଳୀନ ଓ ପ୍ରଭାବଶାଳୀ ନେତୃତ୍ୱ ମିଳୁ। ଯିଏ ତୃଣମୂଳସ୍ତରେ ଆଖି ଦୃଶିଆ ଓ ସକ୍ରିୟ ରହିବ। ଦଳରେ ସଂସ୍କାର ପାଇଁ କ୍ଷମତାର ବିକେନ୍ଦ୍ରୀକରଣ, ରାଜ୍ୟ ସଂଗଠନକୁ ଅଧିକ କ୍ଷମତା ପ୍ରଦାନ ଓ ପ୍ରତିସ୍ତରରେ ସାଂଗଠନିକ ନିର୍ବାଚନ ପାଇଁ ପ୍ରସ୍ତାବ ଦିଆଯାଇଛି। ଏପରିକି ସିଡବ୍ଲୁସି ସଦସ୍ୟ ନିର୍ବାଚନ ପାଇଁ ମଧ୍ୟ ପ୍ରସ୍ତାବ ଦିଆଯାଇଛି। ନିଷ୍ଠାର ସହ ଆତ୍ମଚିନ୍ତନର ଉପରେ ଗୁରୁତ୍ୱ ଦେଇଛନ୍ତି ୨୩ ଜଣ ନେତା। ଏହି ଚିଠି ପରେ ସୋନିଆ ଅନ୍ତରୀଣ ଅଧ୍ୟକ୍ଷ ପଦ ଛାଡିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

୨୩ ବରିଷ୍ଠ ନେତାଙ୍କ ଚିଠି ପରେ, କଂଗ୍ରେସରେ ଏବେ ଦ୍ୱିମତ। ଗୋଟିଏ ଗୋଷ୍ଠୀ ସୋନିଆ-ରାହୁଲ ସପକ୍ଷରେ। ଆଉ ଏକ ଗୋଷ୍ଠୀ ଗାନ୍ଧୀ ପରିବାର ଛାଡି ଅନ୍ୟ ଜଣଙ୍କୁ ନେତା କରିବାକୁ ଚାହୁଁଛନ୍ତି। ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ସୋନିଆଙ୍କ ସପକ୍ଷରେ ଅଛନ୍ତି। ୨୦୧୪ରେ ହାରିଥିଲା କଂଗ୍ରେସ। ୨୦୧୯ରେ ସ୍ଥିତି ଆହୁରି ଖରାପ ହେଲା। ମାନସ ମନ୍ଥନ ହୋଇଛି। ନିଷ୍କର୍ଷ ବାହାରି ପାରୁନି। ଏଭଳି ସ୍ଥିତିରେ, କଂଗ୍ରେସରେ ଉଠିଲା ପରିବର୍ତ୍ତନର ସ୍ୱର। ବରିଷ୍ଠ ନେତାଙ୍କ ଉଦ୍‌ବେଗକୁ ହାଇକମାଣ୍ଡ କେତେ ଦୂର ଗ୍ରହଣ କରୁଛନ୍ତି, କ’ଣ ପରିବର୍ତ୍ତନ ହେଉଛି ତା’ ଉପରେ ସମସ୍ତଙ୍କ ନଜର ରହିଛି।

ଦିଲ୍ଲୀରେ କଂଗ୍ରେସ କଂପନ ପରେ ଓଡ଼ିଶାରେ ଦଳରେ କ’ଣ ପଡ଼ିବ ପ୍ରଭାବ। ଆରମ୍ଭ ହେଲାଣି ବରିଷ୍ଠ ନେତାଙ୍କ ବିଚାରବିମର୍ଶ। ସିଡବ୍ଲୁସି ପୂର୍ବରୁ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ବାସଭବନରେ ଦଳର କିଛି ବିଧାୟକ ଓ ନେତା ଏକାଠି ହୋଇ ଆଲୋଚନା କରିଛନ୍ତି । ୨୦ ବର୍ଷ ହେଲାଣି ରାଜ୍ୟରେ କ୍ଷମତାଠାରୁ ଦୂରରେ ରହିଛି କଂଗ୍ରେସ । ଓଡ଼ିଶାରେ ବି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ସ୍ୱର ଉଠୁଛି। କିନ୍ତୁ ଦଳରେ କୌଣସି ପରିବର୍ତ୍ତନ ଆସି ନାହିଁ। ତାରା କହିଛନ୍ତି, ପୂର୍ବରୁ କନେଷ୍ଟବଳ ଭାବରେ ଏକ ନମ୍ବର ଥିଲି । ଯୁବ କଂଗ୍ରେସ ସଭାପତିରେ ଏକ ନମ୍ବର ଓ ବିଧାୟକ ଭାବେ ଏକ ନମ୍ବର ହୋଇଛି । ପିସିସି ସଭାପତି ହେଲେ ଏକ ନମ୍ବର ହେବି ବୋଲି ତାରା କହିଛନ୍ତି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: