ମୋ ହିରୋଇନ୍ ଥିଲେ ଫଳ ବିକୁଥିବା ରିଙ୍କି: ସୁପରଷ୍ଚାର ସବ୍ୟସାଚୀ; ଆଉ କ’ଣ କହିଲେ ଜାଣନ୍ତୁ….

ମୋ ହିରୋଇନ୍ ଥିଲେ ଫଳ ବିକୁଥିବା ରିଙ୍କି: ସୁପରଷ୍ଚାର ସବ୍ୟସାଚୀ; ଆଉ କ’ଣ କହିଲେ ଜାଣନ୍ତୁ….

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ‘ରିଙ୍କି, ମୋ କ୍ୟାରିଅର ଆରମ୍ଭ ସମୟରେ ଗୋଟେ ଆଲବମ୍ ଗୀତରେ ମୋର ହିରୋଇନ୍ ଥିଲେ। ବର୍ତ୍ତମାନ ଯାତ୍ରା ଜଗତର ପାର୍ଶ୍ଵ ଅଭିନେତ୍ରୀ ଭାବେ କାମ କରୁଛନ୍ତି। ସମସ୍ତଙ୍କ ପରି ତାଙ୍କ ଜୀବନ ମଧ୍ୟ ଲକ୍ ଡାଉନ୍ ପରେ ବଦଳି ଯାଇଛି। ମାଙ୍କ ପାରାଲିଶିସ୍, ବାପାଙ୍କ ହାତ କଟିଯାଇଥିବା ପରର ଖର୍ଚ୍ଚ, ଔଷଧ, ଘର ଭଡ଼ା ଏମିତି ଅନେକ । କିନ୍ତୁ ସେ ହାର ମାନିନାହାନ୍ତି, ଫଳ ଓ ପରିବା ଦୋକାନ ଦେଇ ଚେଷ୍ଟା କରୁଛନ୍ତି ସବୁ ଅସୁବିଧାକୁ ସାମ୍ନା କରିବାକୁ’ ଏହା ହେଉଛି ଓଲିଉଡ୍ ର ସୁପରଷ୍ଟାର ସବ୍ୟସାଚୀ ମିଶ୍ରଙ୍କ ଅଭିନେତ୍ରୀ ରିଙ୍କୁକୁ ନେଇ ଆଜିର ପୋଷ୍ଟ । ସୋସିଆଲ ମିଡିଆ ଓ ମୁଖ୍ୟ ସ୍ରୋତର ଗଣମାଧ୍ୟମରେ ଅଭିନେତ୍ରୀ ରିଙ୍କିଙ୍କ ସମ୍ପର୍କରେ ଖବର ପ୍ରସାରଣ ପରେ ସବ୍ୟଙ୍କ ପ୍ରତିକ୍ରିୟା ।

ତିନି ଦିନ ତଳେ, ମୋ ନମ୍ୱର୍ ଖୋଜି ମତେ କଲ୍ କଲେ। ମୁଁ ତାଙ୍କ କଷ୍ଟ ଆଉ ସାହସ କୁ ସମ୍ମାନ ଜଣେଇ ମୋର ସାହାଯ୍ୟର ହାତ ବଢ଼େଇଲି। କିଛି ସାମ୍ବାଦିକ ବନ୍ଧୁଙ୍କୁ ତାଙ୍କ କଥା ଜଣାଇଲି। ଆଶା କରୁଚି, ରିଙ୍କି ଓ ତାଙ୍କ ଭଳି ଅନେକ କଳାକାର ବନ୍ଧୁ, ଯୋଉମନେ ନିଜ ସ୍ୱାଭିମାନ ପଛରେ କଷ୍ଟରେ ଅଛନ୍ତି, ତାଙ୍କୁ କିଛି ସାହାଯ୍ୟ ମିଳିବ।


୧୦ବର୍ଷ ତଳେ ଯେବେ ଆଲବମ୍ ଦେଖିବାକୁ ଓଡିଆ ଦର୍ଶକ ପାଗଳ ପ୍ରାୟ ହେଉଥିଲେ ସେତେବେଳେ ‘ତୋ’ର ଚକଲେଟ ଖିଆ ବୟସ ଯାଇନି ପ୍ରେମ କୋଉଠୁ ଶିଖିଲୁ…ଭଳି ହିଟ୍ ଆଲବମରେ ସୁମନଙ୍କ ଅଭିନୟ କରି ଚର୍ଚ୍ଚାକୁ ଆସିଥିଲେ । ଏହାପରେ ସେ ଅଭିନେତା ସବ୍ୟସାଚୀ ସମେତ କିଛି ବଡ କଳାକାରଙ୍କ ନାୟିକା ଭାବେ ଆଲବମରେ ଅଭିନୟ କଲେ । ମାତ୍ର ଛୋଟ ପରଦାରେ ତିଷ୍ଠି ପାରିଲେ ନାହିଁ । ପରିବାରର ଗୁଜୁରାଣ ମେଣ୍ଟାଇବା ପାଇଁ ଘର ଏରୁଣ୍ଡି ଡେଇଁବାକୁ ବାଧ୍ୟ ହେଲେ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: