ଅଭାଗିନୀ ଅଭିନେତ୍ରୀଙ୍କ କୋହଭରା କାହାଣୀ: ରାସ୍ତାକୁ ଆସିଲେ ଫଳ ବି ବିକିଲେ, ଲକଡାଉନରେ ସାଥ୍ ଦେଲାନି ଲକ୍, ଜାଣନ୍ତୁ କିଏ ଏହି ଅଭିନେତ୍ରୀ….

ଅଭାଗିନୀ ଅଭିନେତ୍ରୀଙ୍କ କୋହଭରା କାହାଣୀ: ରାସ୍ତାକୁ ଆସିଲେ ଫଳ ବି ବିକିଲେ, ଲକଡାଉନରେ ସାଥ୍ ଦେଲାନି ଲକ୍, ଜାଣନ୍ତୁ କିଏ ଏହି ଅଭିନେତ୍ରୀ….

ପ୍ରିଜମ ନ୍ୟୁଜ ବ୍ୟୁରୋ: କରୋନା ମହାମାରୀ ସତେ ଯେମିତି ମୃତ୍ୟୁର ଭାଇରସ ସାଜି ଆସିଛି । କାହାକୁ ମାରୁଛି, କାହାକୁ ସଂକ୍ରମିତ କରୁଛି ପୁଣି କାହାକୁ ତଳି ତଳାନ୍ତ କରୁଛି । ହଜାର ହଜାର ଦିନମଜୁରିଆଙ୍କ ରୋଜଗାର ଛଡ଼ାଇ ନେଇଛି ପୁଣି କାହାକୁ ବେଘର କରିଛି । କାହା ପରିବାର ଉଜାଡ଼ି ଦେଇଛି ଆଉ କାହାକୁ ରାସ୍ତା ଉପରକୁ ଆଣି ଦେଇଛି । ସେମିତି ଜଣେ ଅଭାଗିନୀ ଅଭିନେତ୍ରୀ ଏବେ ରାସ୍ତା କଡ଼ରେ ଫଳ ବିକ୍ରି କରି ନିଜର ପରିବାର ପ୍ରତିପୋଷଣ କରୁଛନ୍ତି । ଯାହାକୁ ନେଇ ସୋସିଆଲ ମିଡିଆରେ ଭାରି ଚର୍ଚ୍ଚା ।

ଖବର ଅନୁସାରେ ତାଲାବନ୍ଦ ଯୋଗୁଁ ଆର୍ଥିକ ସ୍ଥିତି ବିଗିଡିବା ପରେ ଫଳ ଦୋକାନ କରି ପେଟ ପୋଷୁଛନ୍ତି ଆଲବମ ହିରୋଇନ୍ ତଥା ଯାତ୍ରା ଅଭିନେତ୍ରୀ ରିଙ୍କି । ଶହେରୁ ଉର୍ଦ୍ଧ ଆଲବମ୍ ଓ ବଡ ବଡ ଯାତ୍ରା ପାର୍ଟିରେ କାମ କରିଥିବା ଅଭିନେତ୍ରୀ ରିଙ୍କି ବର୍ତମାନ ଫଳ ବେପାର କରୁଛନ୍ତି । ତାଲାବନ୍ଦ ପାଇଁ ଯାତ୍ରା ବନ୍ଦ୍, ଆଲବମ୍ ସୁଟିଂ ବନ୍ଦ୍ ହୋଇଯିବାରୁ ନିଜର ଗୁଜୁରାଣ ମେଂଟାଇବା ପାଇଁ ଆଉ କିଛି ବାଟ ନପାଇ ରାଜଧାନୀରେ ଫଳ ବିକୁଛନ୍ତି ଅଭିନେତ୍ରୀ ।


୧୦ବର୍ଷ ତଳେ ଯେବେ ଆଲବମ୍ ଦେଖିବାକୁ ଓଡିଆ ଦର୍ଶକ ପାଗଳ ପ୍ରାୟ ହେଉଥିଲେ ସେତେବେଳେ ‘ତୋ’ର ଚକଲେଟ ଖିଆ ବୟସ ଯାଇନି ପ୍ରେମ କୋଉଠୁ ଶିଖିଲୁ…ଭଳି ହିଟ୍ ଆଲବମରେ ସୁମନଙ୍କ ଅଭିନୟ କରି ଚର୍ଚ୍ଚାକୁ ଆସିଥିଲେ । ଏହାପରେ ସେ ଅଭିନେତା ସବ୍ୟସାଚୀ ସମେତ କିଛି ବଡ କଳାକାରଙ୍କ ନାୟିକା ଭାବେ ଆଲବମରେ ଅଭିନୟ କଲେ । ମାତ୍ର ଛୋଟ ପରଦାରେ ତିଷ୍ଠି ପାରିଲେ ନାହିଁ । ପରିବାରର ଗୁଜୁରାଣ ମେଣ୍ଟାଇବା ପାଇଁ ଘର ଏରୁଣ୍ଡି ଡେଇଁବାକୁ ବାଧ୍ୟ ହେଲେ ।

ବଡ଼ବଡ଼ କଳାକାରଙ୍କୁ ଯାତ୍ରାରେ ଅଗ୍ରୀମ ମିଳିଯାଏ, କିନ୍ତୁ ରିଙ୍କିଙ୍କ ଭଳି ପାର୍ଶ୍ବ ଅଭିନେତ୍ରୀଙ୍କୁ ଦରମା ମିଳେ ଯାତ୍ରା ଋତୁ ଆରମ୍ଭରେ। ରିଙ୍କିଙ୍କ ଏପରି ଦୁର୍ଦ୍ଦଶା ବାବଦରେ ଜାଣିବା ପରେ ଅଭିନେତା ସବ୍ୟସାଚୀ ତାଙ୍କ ପରିବାର ପାଇଁ ୨ ମାସର ରାସନ ଓ ପକ୍ଷାଘାତରେ ପଡ଼ିଥିବା ମା’ଙ୍କ ନିମନ୍ତେ କିଛି ଆର୍ଥିକ ସାହାଯ୍ୟ ଦେଇଛନ୍ତି। ତଥାପି ରିଙ୍କି ଭାଙ୍ଗିପଡ଼ିଛନ୍ତି। କହିଛନ୍ତି, ରାସନ କାର୍ଡଟିଏ ବି ଆମ ପରିବାରକୁ ମିଳିନାହିଁ। ଏବେ ସାହାଯ୍ୟ ପାଇଁ ସ୍ଥାନୀୟ ନେତାଙ୍କ ଦ୍ବାରସ୍ଥ ହେଲେ ହେଁ ସେ କହୁଛନ୍ତି, କରୋନା ଯାଉ। ହେଲେ ଆମେ ଏ କରୋନା କାଳରେ କେମିତି ବଞ୍ଚିବୁ? ଏଭଳି ଦୁର୍ଦ୍ଦିନରେ ଅଭିନେତ୍ରୀ ତାଙ୍କ ମା’ ଓ ବାପାଙ୍କ ପାଇଁ ସହାୟତା ଲୋଡ଼ିଛନ୍ତି। ଏ କରୋନା କାଳରେ କୌଣସି ବଦାନ୍ୟ ବ୍ୟକ୍ତି ରିଙ୍କିଙ୍କୁ ତାଙ୍କ ଫୋନ୍‌ ନମ୍ବର ୬୩୭୧୭୫୮୮୫୭ରେ ଯୋଗାଯୋଗ କରି ସହାୟତାର ହାତ ବଢ଼େଇ ପାରିବେ। ହୁଏତ ସେଇ ବଦାନ୍ୟତାର ଋଣରେ ପୁଣି ମଞ୍ଚରେ ନାୟିକା ସାଜି ଭବିଷ୍ୟତରେ ରିଙ୍କି ପୁଣି ଆପଣଙ୍କ ଭରପୂର ମନୋରଂଜନ କରିପାରିବେ।

ରିଙ୍କିଙ୍କ ଅଭିନୟ ଜୀବନ:

 କରୋନା ଲକଡାଉନ ପାଇଁ ଏବେ ମନୋରଞ୍ଜନ ଇଣ୍ଡଷ୍ଟ୍ରିରେ ତାଲା ଝୁଲୁଛି।  ଅନେକ ଏବେ କାମ ଧନ୍ଦା ଅଭାବରୁ ଘରେ ରହିଛନ୍ତି।  ଏଭଳି ଅବସ୍ଥାରେ କାମ ଧନ୍ଦା ଅଭାବରୁ ଅର୍ଥାଭାବରେ ପଡ଼ିଛନ୍ତି କଳାକାର ଓ ଟେକନିସିଆନ।   ଏଭଳି ଅବସ୍ଥାରେ ଫଳ ବିକୁଛନ୍ତି ବିଗତ ଦିନର ହିଟ୍  ହିରୋଇନ ରିଙ୍କି । ଭୁବନେଶ୍ବର କଳିଙ୍ଗନଗର କେ ଫୋର୍  ସ୍ଥିତ ରାସ୍ତା କଡ଼ରେ ସେ ଏକ ଫଳ ଦୋକାନ ଖୋଲିଛନ୍ତି । କଳିଙ୍ଗନଗରରେ ଭଡ଼ାଘରେ ରହୁଥିବା ବେଳେ ଘର ମାଲିକଙ୍କଠାରୁ କିଛି ଟଙ୍କା ଧାର ଆଣି ସେ ଏହି ଦୋକାନ ଚଳାଉଛନ୍ତି। 

ଏକଦା ଆଲବମ ଇଣ୍ଡଷ୍ଟ୍ରିରେ ଖୁବ୍  ଜଣାଶୁଣା ଥିଲେ ପ୍ରତିଭା ମହାରଣା।  ତୋ ଚକଲେଟ ଖିଆ ବୟସ ଯାଇନି  ତାଙ୍କର ସବୁଠୁ ହିଟ୍  ଆଲବମ ଥିଲା।  ଏଥିସହିତ ସେ ଯାତ୍ରାରେ ମଧ୍ୟ ଅଭିନୟ କରିଛନ୍ତି।  ମନ ଦେଇଥିଲି ମନୁ ଭାଇକୁ, ମିଛୁଆ ରାଧୁଆ ଗପ ସରିଲା, କିଣି ନେଲା ମନ କଳା ନାଗର, ହେ ଈଶ୍ବର କାନ୍ଦିବା ଆସ, ଭଲ ପାଇ କିଏ ଭଲରେ ଅଛି ଭଳି ଯାତ୍ରାରେ ସେ ଅଭିନୟ କରିଥିଲେ। 

‘ତୋ’ର ଚକଲେଟ ଖିଆ ବୟସ ଯାଇନି ପ୍ରେମ କୋଉଠୁ ଶିଖିଲୁ…..

0 Comments

Leave Your Comment

Your email address will not be published. Required fields are marked *

%d bloggers like this: