ଫ୍ରାଏଡ୍ ଆଇସକ୍ରିମ୍

ଫ୍ରାଏଡ୍ ଆଇସକ୍ରିମ୍

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଫ୍ରାଏଡ୍ ଆଇସକ୍ରିମ୍! ପଢି଼କି ଆଶ୍ଚର୍ଯ୍ୟ ଲାଗିଥିବ ନିଶ୍ଚୟ। ପାଠକ ଯେମିତି ଆଶ୍ଚର୍ଯ୍ୟ ହେଲେ, ତାର ଏକ ଭାଇରାଲ ଉଦାହରଣ ରଖୁଛୁ ଆମେ। ତରୁଣୀ ଆମେରିକୀୟ ବ୍ଳଗର ସାରା ଯେବେ ଇଟାଲୀୟ ପୁରୁଷ ବନ୍ଧୁ କାର୍ଲୋ ଙ୍କୁ ଫ୍ରାଏଡ୍ ଆଇସକ୍ରିମ ଖାଇବେ କି ପଚାରିଲେ, ସେତେବେଳେ କାର୍ଲୋ ଙ୍କ ପ୍ରତିକ୍ରିୟା ହିଁ ଏହି ମଜାଦାର ଖବର।
ଆମେରିକାରେ ଏକ ରେସ୍ତୋରାଁରେ ସାରା ପୁରୁଷ ବନ୍ଧୁ କାର୍ଲୋଙ୍କୁ ଫ୍ରାଏଡ୍ ଆଇସକ୍ରିମ୍ ଚଖେଇବାକୁ ଚାହୁଁଥିଲେ। ଉଭୟଙ୍କ ବ୍ଲଗିଂ ଇନଷ୍ଟାଗ୍ରାମ୍ ଏକାଉଣ୍ଟରୁ ଏହି ଭିଡିଓ ସେୟାର ହେଇଛି।

କାର୍ଲୋ ଫ୍ରାଏଡ୍ ଆଇସକ୍ରିମ୍ ଶୁଣି ଚମକି ପଡି଼ଲେ। ସେ କୌଣସି ପ୍ରକାରେ କଥା ହଜମ କରିପାରିଲେନି। ତେଣେ ଟେବୁଲରେ ଉପସ୍ଥିତ ଫେଁ ଫେଁ ହେଇ ହସିଥିଲେ। ତାଙ୍କୁ ଲାଗୁଥିଲା ଯେ, ସେ ଥଟ୍ଟାର ଶିକାର ହେଉଛନ୍ତି। ଏହାର ସତ ଜାଣିବାକୁ ସେ ରାଜି ହେଲେ। କିଛି ସମୟ ପରେ ୱେଟର ଆଇସକ୍ରିମଟି ଆଣିବା ପରେ କାର୍ଲୋଙ୍କ ଆଖି ପଲକ ପଡ଼ି ନଥିଲା।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: