ମହାଦେବଙ୍କ ଚରିତ୍ର ଦେଇଛି ଭିନ୍ନ ପରିଚୟ

ମହାଦେବଙ୍କ ଚରିତ୍ର ଦେଇଛି ଭିନ୍ନ ପରିଚୟ

ପ୍ରିଜମ ନ୍ୟୁଜ ବ୍ୟୁରୋ : ଟିଭି ପରଦାରେ ଶିବଙ୍କ କଥା ଉଠିଲେ ମନରେ ତରୁଣ ଖାନ୍ନାଙ୍କ ମୁଖ ସାମ୍ନାକୁ ଆସେ। ଲୋକପ୍ରିୟ କଳାକାର ଭାବେ ତରୁଣ ଛୋଟ ପରଦାରେ ଆଠରୁ ଅଧିକ ଥର ମହାଦେବଙ୍କ ଭୂମିକାରେ ନଜର ଆସିଛନ୍ତି। ପ୍ରଥମ ଥର ପାଇଁ ସେ ସନ୍ତୋଷୀ ମା’ ଧାରାବାହିକରେ ଶିବ ହୋଇଥିଲେ। ଏହାପରେ ସେ କର୍ମଫଳ ଦାତା ଶନି, ପରମାବତାର ଶ୍ରୀକୃଷ୍ଣ, ରାଧାକୃଷ୍ଣ, ଦେବୀ ଆଦି ପରାଶକ୍ତି, ନମଃ, ରାମ ସିୟା କେ ଲବକୁଶରେ ସମାନ ଭୂମିକାରେ ନଜରକୁ ଆସିଥିଲେ। ତେବେ ସେ ଷ୍ଟାର ଭାରତର ଧାରାବାହିକ ଜୟ କହ୍ନୈୟା ଲାଲ କିରେ ଭଗବାନ ଶିବଙ୍କ ଭୂମିକାରେ ନଜରକୁ ଆସିବେ। ତରୁଣ ଷ୍ଟାର ପ୍ଲସରେ ପ୍ରସାରିତ ହେଉଥିବା ଧାରାବାହିକ ଅବିନାଶ ଆଇପିଏସ୍ ଜରିଆରେ ଅଭିନୟ ଦୁନିଅାରେ ଡେବ୍ୟୁ କରିଥିଲେ । ୨୦୧୪ରେ ସେ ସ୍ମୃତି ଖାନ୍ନାଙ୍କୁ ବିବାହ କରିଥିଲେ । ସେ ମିଶନ ଜୁଲାଇ ଏବଂ ଢିସୁମ୍ ଆଦି ଚଳଚ୍ଚିତ୍ରରେ ମଧ୍ୟ କାମ କରିଛନ୍ତି।ମହାଦେବ ଚରିତ୍ର ତାଙ୍କୁ ଏକ ଭିନ୍ନ ପରିଚୟ ଦେଇଛି ବୋଲି ସେ କହିଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: