ଭାରତୀୟ ଛାତ୍ରଙ୍କ ମୃତ୍ୟୁର ତଦନ୍ତ କରିବ ରୁଷିଆ

ଭାରତୀୟ ଛାତ୍ରଙ୍କ ମୃତ୍ୟୁର ତଦନ୍ତ କରିବ ରୁଷିଆ

ପ୍ରିଜମ ନ୍ୟୁଜ ବ୍ୟୁରୋ : ରୁଷୀୟ ସୈନ୍ୟଙ୍କ ଆକ୍ରମଣରେ ୟୁକ୍ରେନର ଖର୍କିଭ ସହରରେ ମଙ୍ଗଳବାର ଭାରତୀୟ ଛାତ୍ର ନବୀନ ଶେଖରପ୍ପାଙ୍କ ମୃତ୍ଯୁ ଘଟିଛି। ଏହି ଘଟଣାର ତଦନ୍ତ କରାଯିବ ବୋଲି ରୁଷିଆ ରାଷ୍ଟ୍ରଦୂତ ଡେନିସ୍ ଆଲିପୋଭ୍ ଗଣମାଧ୍ୟମକୁ କହିଛନ୍ତି। ସେ କହିଛନ୍ତି, ମେଡିକାଲ ଛାତ୍ର ନବୀନ ଶେଖରପ୍ପାଙ୍କ ମୃତ୍ୟୁରେ ସେ ଦୁଃଖତ୍ତ। ତାଙ୍କ ପରିବାର ସହ ପୂରା ଦେଶକୁ ସେ ସମବେଦନା ଜଣାଇଛନ୍ତି । ସମସ୍ତ ଭାରତୀୟ ଛାତ୍ରୀଛାତ୍ରଙ୍କୁ ସୁରକ୍ଷିତ ଫେରାଇ ଆଣିବା ନିମନ୍ତେ ରୁଷିଅା ସବୁ ପଦକ୍ଷେପ ନେବ। ଏହି ଦୁର୍ଭାଗ୍ୟଜନକ ଭାବେ ନବୀନଙ୍କ ନିହତ ଘଟଣାର ତଦନ୍ତ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି। ଖକିର୍ଭ ଏବଂ ଅନ୍ୟ ଯୁଦ୍ଧ ପ୍ରଭାବିତ ଅଞ୍ଚଳରୁ ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ଉଭୟ ରୁଷିଆ ଏବଂ ୟୁକ୍ରେନ୍ ରାଷ୍ଟ୍ରଦୂତଙ୍କ ସହ କଥା ହୋଇଥିବା ବହିଃର୍ବ୍ୟାପାର ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା କହିଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: