ବଲିଉଡ ଛାଡ଼ୁଛନ୍ତି ବଡ଼ବଡ଼ ନିର୍ଦ୍ଦେଶକ, ଏଥର ବଲିଉଡ ନୁହେଁ, ଭାରତୀୟ ସିନେମା

ପ୍ରିଜମ୍ ନ୍ୟୁଜ୍ ବ୍ୟୁରୋ: ବଲିଉଡରୁ ଇସ୍ତଫା ଦେବାକୁ ସ୍ଥିର କରିଛନ୍ତି ଫିଲ୍ମ ନିର୍ମାତା ଅନୁଭବ ସିହ୍ନା।ଏହାକୁ ନେଇ ସିନେମାପ୍ରେମୀ କାଳେ ସିଏ ଆଉ ଫିଲ୍ମ କରିବେ ନାହିଁ ବୋଲି ମନଦୁଃଖ କରୁଥିଲେ। କିନ୍ତୁ, ପରେ ସେ ସଫେଇ ଦେଇଛନ୍ତି। କେବଳ ହିନ୍ଦୀ ଫିଲ୍ମ କରିବେ ଏବଂ ବଲିଉଡ ସହ ସମସ୍ତ ସମ୍ପର୍କ ଛିନ୍ନ କରିବେ ବୋଲି କହିଛନ୍ତି। ଏପରିକି ସେ ତାଙ୍କ ଟ୍ୱିଟର୍ ଆକାଉଣ୍ଟରେ ‘ନଟ୍ ବଲିଉଡ’ ବୋଲି ଉଲ୍ଲେଖ ମଧ୍ୟ କରିଛନ୍ତି। ସେହିପରି ଫିଲ୍ମ ନିର୍ଦ୍ଦେଶକ ସୁଧୀର ମିଶ୍ର ଏବଂ ହଂସଲ ମେହେଟ୍ଟା ମଧ୍ୟ ବଲିଉଡକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି। ସୁଧୀର ମିଶ୍ର ନିଜର ଟ୍ୱିଟରରେ ଲେଖିଛନ୍ତି ଯେ, ବଲିଉଡ କ’ଣ ? ମୁଁ ସତ୍ୟଜିତ ରୟ, ରାଜ କପୁର, ଗୁରୁ ଦତ୍ତ, ରିତ୍ତ୍ୱିକ ଘଟକ, ବିମଲ ରୟ, ମୃଣାଳ ସେନ, ହୃଶିକେଷ ମୁଖାର୍ଜୀ, କେ.ଅସିଫ, ବିଜୟ ଆନନ୍ଦ, ଜାଭେଦ ଅଖତର, ପତନ ସିହ୍ନା, ଗୁଲଜାର, ଶେଖର କପୁର, କେତନ ମେହେଟ୍ଟା ପ୍ରମୁଖଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବଲିଉଡକୁ ଆସିଥିଲି ବୋଲି ସେ ଟ୍ୱିଟ୍ କରିଛନ୍ତି। ହଂସଲ ମେହେଟ୍ଟା ମଧ୍ୟ ବଲିଉଡ ଛାଡ଼ିବା ନେଇ ଟ୍ୱଟ୍ କରିଛନ୍ତି।

ବର୍ତ୍ତମାନର ବଲିଉଡ ସ୍ଥିତିକୁ ନେଇ ବଡ଼ବଡ଼ ନିର୍ଦ୍ଦେଶକ, କଳାକାର ତଥା ଫିଲ୍ମ ନିର୍ମାତା ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି। ବିଶେଷ କରି ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ପରେ ବଲିଉଡରେ ଅଶାନ୍ତି ଜୋର୍ ଧରିଛି। ତେଣୁ, ଏବେ ବଲିଉଡ ଛାଡ଼ିବା ସହ ଭାରତୀୟ ସିନେମା ଆଡ଼କୁ ଅଗ୍ରସର ହେବାକୁ ବଡ଼ବଡ଼ ନିର୍ଦ୍ଦେଶକମାନେ ଇଚ୍ଛାପ୍ରକାଶ କରୁଛନ୍ତି।

Leave a Reply

Your email address will not be published. Required fields are marked *