ଏହି ଗାଁରେ ୧୦ ବର୍ଷ ହେଲା ଜନ୍ମ ହୋଇନାହାନ୍ତି ଗୋଟିଏ ବି ପୁଅ, ଅଭିଶାପ ନା ଆଉ କିଛି?

ଏହି ଗାଁରେ ୧୦ ବର୍ଷ ହେଲା ଜନ୍ମ ହୋଇନାହାନ୍ତି ଗୋଟିଏ ବି ପୁଅ, ଅଭିଶାପ ନା ଆଉ କିଛି?

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ବିଶ୍ୱର ବିଭିନ୍ନ ପ୍ରାନ୍ତରେ ବେଳେ ବେଳେ ଅଜବ ଘଟଣା ଘଟିଥାଏ, ଯାହା ସମସ୍ତଙ୍କୁ ଚକିତ କରିଦିଏ। ବିଜ୍ଞାନ ବି ତାର ରହସ୍ୟ ଭେଦ କରିପାରେ ନାହିଁ । କେତେକ ଜିନିମ୍ଷ ଜାଣିବା ପରେ ଏହା କିପରି ସମ୍ଭବ ହୋଇପାରିବ ବୋଲି ଲୋକମାନେ ଚିନ୍ତା କରି ବସନ୍ତି। ଏହିଭଳି ଏକ ବିସ୍ମୟ ଘଟଣା ବିଷୟରେ ଆମେ ଏଠାରେ କହିବାକୁ ଯାଉଛୁ । ଦୁନିଆରେ ଏମିତି ଗୋଟିଏ ଗାଁ ଅଛି ଯେଉଁ ଠାରେ ଗତ ୧୦ ବର୍ଷ ହେଲା ଗୋଟିଏ ବି ପୁଅ ଜନ୍ମ ହୋଇନାହାନ୍ତି। କଥାଟା ଆଶ୍ଚର୍ଯ୍ୟ ଲାଗିଲେ ବି ସତ।
ପୋଲାଣ୍ଡର ମିଜେସ୍କେ ଓଡ୍ରଜାନସ୍କି ନାମକ ଗାଁରେ ଏହି ଅଦ୍ଭୂତ ଘଟଣା ଦେଖିବାକୁ ମିଳିଛି। ଦି ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ଅନୁଯାୟୀ, ଗତ ଏକ ଦଶନ୍ଧି ଧରି ଏହି ଗାଁରେ କୌଣସି ପୁଅ ଜନ୍ମ ହୋଇନାହନ୍ତି । ଯେଉଁଥିପାଇଁ ସେଠାକାର ମେୟର ଘୋଷଣା କରିଛନ୍ତି ଯେ, ଯଦି କାହା ଘରେ ପୁଅ ଜନ୍ମ ହୁଏ ତେବେ ତାଙ୍କୁ ବହୁମୂଲ୍ୟ ପୁରସ୍କାର ଦିଆଯିବ। ଏହି ଗାଁ ବିଷୟରେ ଜାଣିବା ପରେ ବୈଜ୍ଞାନିକମାନେ ଏହାର କାରଣ ଜାଣିବାକୁ ଅନୁସନ୍ଧାନ କରିବାକୁ ଲାଗିପଡିଛନ୍ତି । କେବଳ ଏତିକି ନୁହେଁ, ସାମ୍ବାଦିକମାନେ ପୋଲାଣ୍ଡର ଏହି ଗାଁର ସ୍ୱତନ୍ତ୍ର ଜନସଂଖ୍ୟା ବିଷୟରେ ଅନୁସନ୍ଧାନ କରି ରହସ୍ୟ ଖୋଜିବାକୁ ଚେଷ୍ଟା କରିଛନ୍ତି ।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ଗାଁରେ ପ୍ରାୟ ୩୦୦ ଲୋକ ରୁହନ୍ତି । ପୋଲାଣ୍ଡ ଗଣମାଧ୍ୟମରେ ଏହି ଗାଁର ଘଟଣା ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ଅଗ୍ନିଶମ ବିଭାଗର ଯୁବ ସ୍ୱେଚ୍ଛାସେବୀମାନଙ୍କ ପାଇଁ ଏକ ଆଞ୍ଚଳିକ ପ୍ରତିଯୋଗିତା ହେବା ସମୟରେ ସମଗ୍ର ଟିମ୍ ବାଳିକାମାନଙ୍କର ପହଞ୍ଚିଥିଲା। ଏନେଇ ସେଠାକା ମେୟର ଅନେକ ରୋଚକ ତଥ୍ୟ ଦେଉଛନ୍ତି। ଏନେଇ ମେୟର ଖ୍ରୀଷ୍ଟିନା ଜିଡଜିଆକ୍ କହିଛନ୍ତି, ‘ଏହି ଗାଁର ସ୍ଥିତି ଟିକେ ନିଆରା ଏବଂ ଏହା ଆମ ହାତରୁ ଖସି ସାରିଛି । ସେହିଭଳି ସିସେକ ସମ୍ପ୍ରଦାୟର ମେୟର ରାଜମୁଣ୍ଡ ଫ୍ରିସ୍କୋ କହିଛନ୍ତି ଯେ, ଏଠାରେ କେବଳ ଝିଅମାନେ କାହିଁକି ଜନ୍ମ ହୁଅନ୍ତି ତାହା ଅନୁସନ୍ଧାନ କରିବାକୁ କିଛି ବୈଜ୍ଞାନିକ ଆଗ୍ରହ ପ୍ରକାଶ କରିଛନ୍ତି। ବୈଜ୍ଞାନିକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଯେ, ଏଠାରେ କେବଳ ଝିଅ କାହିଁକି ଜନ୍ମ ନେଉଛନ୍ତି ।
କେବଳ ଏତିକି ନୁହେଁ, ଏହି ଗାଁରେ ପୁଅର ଜନ୍ମ ପାଇଁ କଣ କରାଯିବା ଉଚିତ ତାହା ଉପରେ ବିଶ୍ଵର ବିଭିନ୍ନ ସ୍ଥାନରୁ ବିଶେଷଜ୍ଞ ଡାକ୍ତରମାନଙ୍କୁ ଡକାଯାଇଛି ପରୀକ୍ଷା ନିରୀକ୍ଷା ଚାଲିଛି। ଏହି ପ୍ରସଙ୍ଗରେ ଅନୁସନ୍ଧାନ ଏବେ ଜାରି ରହିଛି। ତେବେ କିଛି ସ୍ଥାନୀୟ ଲୋକ ଏହାକୁ କୌଣସି ଦୈବିକ ଶକ୍ତିର ଅଭିଶାପ ବା ନକରାତ୍ମକ ଶକ୍ତିର ପ୍ରଭାବରେ ହେଉଛି ବୋଲି କୁହନ୍ତି। ତେବେ ଗ୍ରାମବାସୀ ଚାତକ ପରି ନିଜ ଗାଁରେ ଗୋଟିଏ ପୁଅର ଜନ୍ମକୁ ଅପେକ୍ଷା କରି ରହିଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: