ଘୋଡ଼ା ଛଅକୁ ଦାନା ନଅ ଟଙ୍କା, ଚାଲାଣ ନଦେବାରୁ ପୋଲିସ ଉଠେଇ ନେଲା ଦାମୀ କାର୍

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ପ୍ରତ୍ୟେକ ଦେଶରେ ସଡକରେ ଗାଡ଼ି ଚଲେଇବା ପାଇଁ ଅନେକ ନିୟମ ରହିଥାଏ । ଆଉ ଏହି ନିୟମ ଭଙ୍ଗୁଥିବା ଲୋକଙ୍କ ପାଇଁ କଠୋର ଦଣ୍ଡ ବିଧାନ ବ୍ୟବସ୍ଥା ମଧ୍ୟ ରହିଥାଏ। ସଡକ ନିୟମ ଭାଙ୍ଗିଥିବା ଲୋକଙ୍କୁ ଥରେ ନୁହେଁ କି ଦୁଇଥର ବହୁଥର ମୋଟା ଅଙ୍କର ଜରିମାନା ଦେବାକୁ ପଡିଥାଏ । ସେହିଭଳି ଋଷିଆରେ ଜଣେ ମହିଳା ଏବେ ସଡକ ନିୟମ ଭାଙ୍ଗି ସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛନ୍ତି। ଏହି ମହିଳା ଜଣକ ଜଣେ ସୋସିଆଲ୍ ମିଡିଆ ତାରକା ହୋଇଥିବା ବେଳେ ସେ ୧୯୯ ଚାଲାଣ ଦେଇ ଚର୍ଚ୍ଚାରେ ଅଛନ୍ତି। କେବଳ ଚର୍ଚ୍ଚାରେ ନୁହେଁ, ଏଥିପାଇଁ ତାଙ୍କୁ ବହୁ ମୂଲ୍ୟ ବି ଦେବାକୁ ପଡ଼ିଛି । ପୋଲିସ ତାଙ୍କର ଦାମୀ ଲମ୍ବୋର୍ଗିନି ଗାଡ଼ି ଉଠାଇ ନେଇ ଯାଇଥିଲେ ।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ନାସ୍ତିଆ ଇଭଲେଭା ନାମକ ଏହି ମହିଳା ଜଣକ ଜଣେ ବ୍ଲଗର୍ ମଧ୍ୟ ଅଟନ୍ତି। ସେ ପୂର୍ବରୁ ୧୯୯ଟି ଜରିମାନା ଭରି ନଥିବାରୁ ତାଙ୍କ ଦାମୀ କାରକୁ ପୋଲିସ ଉଠେଇ ନେବାକୁ ବାଧ୍ୟ ହୋଇଥିଲେ ବୋଲି ଜଣା ପଡିଛି । ଇଭଲିଭା ମସ୍କୋରେ ରୁହନ୍ତି। ତେବେ ସେ ଗତ ଏକ ବର୍ଷ ମଧ୍ୟରେ ସ୍ଥାନରେ ୧୯୯ଥର ଟ୍ରାଫିକ୍ ନିୟମ ଭାଙ୍ଗି ଚାଲାଣ ପାଇଥିଲେ ମଧ୍ୟ ତାହାକୁ ଭରି ନଥିଲେ । ତେବେ ପୋଲିସ ଜବତ କରିଥିବା ତାଙ୍କ କାର୍ Lamborghini Aventador(ଲମ୍ବୋର୍ଗିନି ଆଭେଣ୍ଟାଡୋର)ର ମୂଲ୍ୟ ପ୍ରାୟ ୧ କୋଟି ୯୪ ଲକ୍ଷ ବୋଲି ଜଣାପଡିଛି।
ସେ କହିଛନ୍ତି ଯେ, ମୋ କାରକୁ ମୋ ପାଖରୁ ପ୍ରଥମ ଥର ପାଇଁ ଅଲଗା କରିବାକୁ ପଡ଼ିଛି। ମୁଁ ସମସ୍ତ ଚାଲାଣ ପୂରଣ କରି ଶୀଘ୍ର ମୋ କାର୍ ଚଳାଇବାକୁ ଯାଉଛି। ସୂଚନା ଅନୁଯାୟୀ, ଏହି ସମସ୍ତ ଚାଲାଣ କାର୍ ଦ୍ରୁତ ଗତିରେ ଚଲେଇବା, ଲାଇନ ଅତିକ୍ରମ କରିବା ଏବଂ ବେଆଇନ ମୋଡ଼ ପାଇଁ ଥିଲା । ପରେ ସେ ଏହି ସମସ୍ତ ଚାଲାଣ ପୂରଣ କରି ତାଙ୍କ କାର ଏବେ ମୁକୁଳେଇ ନେଇଥିବାର ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *