ସୁଶାନ୍ତ ସିଂହ ରାଜପୁତଙ୍କ ଉପରେ ନିର୍ମିତ ‘ନ୍ୟାୟ’ର ଟିଜର ଆଉଟ୍

ସୁଶାନ୍ତ ସିଂହ ରାଜପୁତଙ୍କ ଉପରେ ନିର୍ମିତ ‘ନ୍ୟାୟ’ର ଟିଜର ଆଉଟ୍

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଦିବଙ୍ଗତ ଅଭିନେତା ସୁଶାନ୍ତି ସିଂହ ରାଜପୁତଙ୍କ କେମିତି ହେଲା ? ମୃତ୍ୟୁ ତାହା ଆଜି ବି ରହସ୍ୟ ଘେରରେ । ତାଙ୍କ ଜୀବନୀ ଓ ମୃତ୍ୟୁ ସସପେନ୍ସକୁ ନେଇ ନିର୍ମାଣ ହେଉଛି ଫିଲ୍ମ ନ୍ୟାୟ: ଦ ଜଷ୍ଟିସ୍ । ଏହାର ଟିଜର ରିଲିଜ୍ ହୋଇଯାଇଛି । ବର୍ତ୍ତମାନ ଏହି ଟିଜର ଆଉଟ୍ ହେବା ପରେ ପ୍ରଶଂସକମାନେ ପୁଣି ଥରେ ଭାବପ୍ରବଣ ହୋଇଯାଇଛନ୍ତି |


ଫିଲ୍ମ ନ୍ୟାୟ: ଦ ଜଷ୍ଟିସ୍ (Nyay: The Justice) ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଭୂମିକାରେ ଜୁବେର ଏବଂ ଶ୍ରେୟା ବିପକ୍ଷରେ ରିୟା ଚକ୍ରବର୍ତ୍ତୀ ଭୂମିକାରେ ନଜର ଆସିଛନ୍ତି । ଫିଲ୍ମର ଟିଜରରୁ ଏହା ସ୍ପଷ୍ଟ ହୋଇଛି ଯେ, ଅଭିନେତାଙ୍କ ମୃତ୍ୟୁ ପୂର୍ବରୁ ମଧ୍ୟ ବିଭିନ୍ନ ସିନ୍ ଦେଖିବାକୁ ମିଳିଛି । ଏହି ଫିଲ୍ମ ସୁଶାନ୍ତ ସିଂହ ରାଜପୁତଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଜୁନ୍ ୧୧ ତାରିଖରେ ମୁକ୍ତିଲାଭ କରିବ । ପାଖାପାଖି ୫୫ ସେକେଣ୍ଡର ଏକ ଟିଜରରେ ସୁଶାନ୍ତ ଏବଂ ରିୟାଙ୍କୁ ନଜର ଆସିଛି | ସୁଶାନ୍ତଙ୍କ କିପରି ମୃତ୍ୟୁ ହୋଇଛି, ସେନେଇ ଟିଜରରେ ସସପେନ୍ସ ଦେଖିବାକୁ ମିଳିଛି ।
ବିକାଶ ପ୍ରଡକ୍ସନ୍ ଅଧୀନରେ ନିର୍ମିତ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଦିଲୀପ ଗୁଲାଟୀ । ଏହି ଚଳଚ୍ଚିତ୍ରରେ ଅମନ ବର୍ମା ଇଡି ମୁଖ୍ୟ ଭାବରେ ନଜର ଆସିଛନ୍ତି । ସୁଶାନ୍ତଙ୍କ ପିତା ଭୂମିକାରେ ଅସରାନୀ, ଏନସିବି ପ୍ରମୁଖ ଭୂମିକାରେ ଶକ୍ତି କପୁର ନଜର ଆସିବେ । ମହେନ୍ଦ୍ର ଅର୍ଥାତ୍ ଅନନ୍ତ ଜୋଗ ସୁଶାନ୍ତ ସିଂଙ୍କ ପିତାଙ୍କ ଓକିଲ ଏବଂ ସୁଧା ଚନ୍ଦ୍ରନଙ୍କୁ ସିବିଆଇ ମୁଖ୍ୟ ଭାବେ ଦେଖିବାକୁ ମିଳିବ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: