ଅଭିନୟ ସାରି ବାହୁଡ଼ିଗଲେ ଓଲିଉଡର ଜଗା: ଚିକିତ୍ସାଧୀନ ଅବସ୍ଥାରେ ପରଲୋକ, ଦର୍ଶକଙ୍କ ଆଖିରେ ଲୁହ

ଅଭିନୟ ସାରି ବାହୁଡ଼ିଗଲେ ଓଲିଉଡର ଜଗା: ଚିକିତ୍ସାଧୀନ ଅବସ୍ଥାରେ ପରଲୋକ, ଦର୍ଶକଙ୍କ ଆଖିରେ ଲୁହ

ଭୁବନେଶ୍ୱର: ଫିଲ୍ମ ସେଟ୍ ରେ ଆଉ ଶୁଣିବାକୁ ମିଳିବନି ବିଜୟ ସାର୍ ସଟ୍ ରେଡି । କାହିଁକିନା ଏଣିକି କ୍ୟାମେରା ଆଗରେ ଆଉ ଅଭିନୟ କରିବାକୁ ଇହ ଜଗତରେ ନାହାନ୍ତି ଓଲିଉଡର ଜଗା । ଆଜି ବିଳମ୍ବିତ ସଂଧ୍ୟାରେ ଚିକିତ୍ସିତ ଅବସ୍ଥାରେ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି । ଦୀର୍ଘ ଦିନ ଧରି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଦେଇ ଗତି କରୁଥିବା ବର୍ଷିୟାନ ଅଭିନେତା ବିଜୟ ମହାନ୍ତି ହାଇଦ୍ରାବାଦରୁ ଫେରି ଭୁବନେଶ୍ୱରରେ ଚିକିତ୍ସିତ ହେଉଥିଲେ । ଧିରେ ଧିରେ ସେ ସୁସ୍ଥ ହୋଇ ଘରକୁ ଚାଲିଯାଇଥିଲେ ହେଲେ ଆଜି ଅଚାନକ ତାଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି ।
ଶେଷରେ ମେଡିକାଲରେ ଜୀବନ ସହ ଲଢ଼ି ଲଢ଼ି ଆଖି ବୁଝିଛନ୍ତି । ଆଜି ରାତି ପାଖାପାଖି 9ଟା ସମୟରେ ପରଲୋକ ଗମନ ହୋଇଥିବା ସ୍ପଷ୍ଟ ହୋଇଛି । ଆଜି ସଂନ୍ଧ୍ୟାରେ ଅଚାନକ ବିଜୟ ମହାନ୍ତିଙ୍କ ଅବସ୍ଥା ଗୁରୁତର ହୋଇପଡ଼ିବାରୁ ରାଜଧାନୀର ଏକ ଘରୋଇ ମେଡିକାଲକୁ ବିଜୟ ମହାନ୍ତିଙ୍କୁ ଅଣାଯାଇଥିଲା କିନ୍ତୁ ସେଠାରେ ଡାକ୍ତରଙ୍କ ବହୁ ପରିଶ୍ରମ ପରେ ବି ବିଜୟଙ୍କୁ ବଞ୍ଚାଇ ରଖିବାରେ ବିଫଳ ହୋଇଛନ୍ତି ଡାକ୍ତର । ପରବର୍ତ୍ତୀ ସମୟରେ ବିଜୟ ମହାନ୍ତିଙ୍କୁ ଡାକ୍ତରୀ ଟିମ୍ ବିଜୟ ମହାନ୍ତିଙ୍କ ମୃତ୍ୟୁ ଖବର ନେଇ ସ୍ପଷ୍ଟ କରିଥିଲେ ।
ମେ ମାସରେ ଛାତିରେ ଯନ୍ତ୍ରଣା କାରଣରୁ ବିଜୟ ମହାନ୍ତିଙ୍କୁ ହାଇଦ୍ରାବାଦର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ନିଶ୍ୱାସ ପ୍ରଶ୍ୱାସ ସହ ଛାତିରେ କଷ୍ଟ ହେବାରୁ ତାଙ୍କୁ ହାଇଦ୍ରାବାଦରେ ଚିକିତ୍ସା କରାଯାଉଥିଲା । ତେବେ ଗତ ଜୁନ ୧୪ରେ ହାଇଦ୍ରାବାଦରୁ ଭୁବନେଶ୍ୱର ଫେରି କେୟାର ହସ୍ପିଟାଲରେ ଚିକିତ୍ସା ହେଉଥିଲେ ବିଜୟ । ଆଉ ଆଜି ପୁଣି ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଶେଷରେ କିନ୍ତୁ ଆଜି ଆମ ସମସ୍ତଙ୍କୁ ପରକରି ଚାଲିଯାଇଛନ୍ତି ବିଜୟ ମହାନ୍ତି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: