ବିଗିଡ଼ିଲା ବିଜୟ ମହାନ୍ତିଙ୍କ ସ୍ୱାସ୍ଥ୍ୟବସ୍ଥା: ହସ୍ପିଟାଲ ସମ୍ମୁଖରେ ପ୍ରବଳ ଭିଡ଼…

ପ୍ରିଜୟ ନ୍ୟୁଜ୍ ବ୍ୟୁରୋ: ଓଡ଼ିଆ ଫିଲ୍ମର ବରିଷ୍ଠ ଅଭିନେତା ବିଜୟ ମହାନ୍ତି ଗୁରୁତର ହୋଇ ଯାଇଛନ୍ତି। ତାଙ୍କୁ ଭୁବନେଶ୍ୱର କେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ଗତ କିଛିଦିନ ତଳେ ବିଜୟ ମହାନ୍ତି ଅସୁସ୍ଥ ଥିଲେ। ହୃଦ ରୋଗଜନିତ ରୋଗରେ ପୀଡ଼ିତ ହୋଇ ହାଇଦ୍ରାବାଦର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଗତ ଜୁନ୍‌ ୧୪ ତାରିଖରେ ସେ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଓଡ଼ିଶା ଫେରିଥିଲେ। ସେ ତାଙ୍କ ଘରେ ଥିଲେ। ହେଲେ ଆଜି ତାଙ୍କ ସ୍ୱାସ୍ଥ୍ୟ ପୁଣି ଗୁରୁତର ହେବାରୁ ତାଙ୍କୁ ଘରୁ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ମେ ମାସରେ ଛାତିରେ ଯନ୍ତ୍ରଣା କାରଣରୁ ବିଜୟ ମହାନ୍ତିଙ୍କୁ ହାଇଦ୍ରାବାଦର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ନିଶ୍ୱାସ ପ୍ରଶ୍ୱାସ ସହ ଛାତିରେ କଷ୍ଟ ହେବାରୁ ତାଙ୍କୁ ହାଇଦ୍ରାବାଦରେ ଚିକିତ୍ସା କରାଯାଉଥିଲା । ତେବେ ଗତ ଜୁନ ୧୪ରେ ହାଇଦ୍ରାବାଦରୁ ଭୁବନେଶ୍ୱର ଫେରି କେୟାର ହସ୍ପିଟାଲରେ ଚିକିତ୍ସା ହେଉଥିଲେ ବିଜୟ । ଆଉ ଆଜି ପୁଣି ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: