ପ୍ରାଣ ହରାଇଥିବା ଚାଷୀଙ୍କୁ ୧ କୋଟି ଦେବେ ମୋଦି!

ପ୍ରାଣ ହରାଇଥିବା ଚାଷୀଙ୍କୁ ୧ କୋଟି ଦେବେ ମୋଦି!

ପ୍ରିଜମ ନ୍ୟୁଜ ବ୍ୟୁରୋ: ପ୍ରଧାନମନ୍ତ୍ରୀ ମୋଦୀ ଗତକାଲି ୩ କୃଷି ଆଇନ୍‌ ପ୍ରତ୍ୟାହାର କରିବା ଘୋଷଣା ପରେ ବିଭିନ୍ନ ରାଜନୈତିକ ନେତାମାନେ ନିଜ ନିଜ ମତ ରଖିଛନ୍ତି। ତେବେ ପ୍ରଧାମନ୍ତ୍ରୀଙ୍କ ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ବିଜେପି ସାଂସଦ ବରୁଣ ଗାନ୍ଧୀ। କୃଷି ଆନ୍ଦୋଳନକୁ ନେଇ ଅନ୍ୟ ଦଳରୁ ବିରୋଧର ସ୍ବର ଉଠୁଥିଲା । କିନ୍ତୁ ଏବେ ଚାଷୀ ଆନ୍ଦୋଳନ ଓ ଲକ୍ଷ୍ମୀପୁର ଖେରୀ ଘଟଣାକୁ ନେଇ ମୋଦିଙ୍କୁ ଚିଠି ଲେଖିଛନ୍ତି ବିଜେପି ସାଂସଦ ବରୁଣ ଗାନ୍ଧୀ । ଏହା ସହିତ କେନ୍ଦ୍ର ସରକାରଙ୍କ ନିକଟରେ ଚାଷୀଙ୍କ ପାଇଁ ସେ ନିଜର ଦାବି ରଖିଛନ୍ତି। ଶନିବାର ମୋଦୀଙ୍କୁ ଏକ ପତ୍ର ଲେଖି ବରୁଣ ଗାନ୍ଧୀ ଦାବି କରିଛନ୍ତି ଯେ ଖୁବଶୀଘ୍ର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ଉପରେ ନିଷ୍ପତ୍ତି ନିଆଯିବା ଦରକାର। ଏହା ଦ୍ବାରା ଚାଷୀମାନେ ଘରକୁ ଫେରିପାରିବେ। ଏହା ସହ କୃଷକ ଆନ୍ଦୋଳନରେ ପ୍ରାଣ ହରାଇଥିବା ୭୦୦ କୃଷକ ପରିବାରକୁ ଏକ କୋଟି ଟଙ୍କା ଲେଖାଏଁ ଅନୁକମ୍ପା ରାଶି ପ୍ରାଦାନ କରିବାକୁ ସେ କହିଛନ୍ତି ।ସେ ଲକ୍ଷ୍ମୀପୁର ଖେରୀରେ ହୋଇଥିବା ହିଂସା ମାମଲାଲେ କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ନିଜ ଚିଠିରେ ଲେଖିଛନ୍ତି । ପ୍ରଧାମନ୍ତ୍ରୀ ​‌ତିନି କୃଷି ଆଇନ୍‌ ପ୍ରତ୍ୟାହାର ନେଇ ଘୋଷଣା କରିବାର ଗୋଟିଏ ଦିନ ପରେ ଅର୍ଥାତ୍ ଆଜି ବରୁଣ ଗାନ୍ଧୀ ଟ୍ବିଟ୍‌ କରିଛନ୍ତି। ଏହାସହ କହିଛନ୍ତି ଦେଶର କୃଷକ ବର୍ଷା, ତୋଫାନ୍‌ ଏବଂ ପ୍ରତିକୂଳ ପାଣିପାଗର ସାମ୍ନା କରି ଶାନ୍ତିପୂର୍ଣ୍ଣ ଉପାୟରେ ଆନ୍ଦୋଳନ ଜାରି ରଖିଥିଲେ। ତେଣୁ ଚାଷୀମାନଙ୍କୁ ଧନ୍ୟବାଦ ଦେବା ଦରକାର। ଯଦି ଉଚିତ ସମୟରେ କୃଷି ଆଇନ୍‌ ପ୍ରତ୍ୟାହାର କରିନିଆଯାଇଥାନ୍ତା ତେବେ ଆନ୍ଦୋଳନରେ ୭୦୦ କୃଷକଙ୍କ ଜୀବନ ବଳି ପଡ଼ିନଥାନ୍ତା। ତେଣୁ କୃଷି ମୂଲ୍ୟ ଆୟୋଗର C2=50% ଆଧାରରେ ଏମଏସପି ଆସିବା ଦରକାର ବୋଲି କହିଛନ୍ତି ବିଜେପି ସାଂସଦ ବରୁଣ ଗାନ୍ଧୀ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: