ଦେଶର ଦ୍ୱିତୀୟ ଶ୍ରେଷ୍ଠ ଥାନା ପୁରସ୍କାର ହତେଇଲା ଗଞ୍ଜାମ ଗାଙ୍ଗପୁର ଥାନା

ଦେଶର ଦ୍ୱିତୀୟ ଶ୍ରେଷ୍ଠ ଥାନା ପୁରସ୍କାର ହତେଇଲା ଗଞ୍ଜାମ ଗାଙ୍ଗପୁର ଥାନା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ସର୍ବଭାରତୀୟ ସ୍ତରରେ ଓଡ଼ିଶାର ଏକମାତ୍ର ଶ୍ରେଷ୍ଠ ଥାନା ଭାବେ ଗୌରବ ଅର୍ଜନ କରିଛି ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା । ଲକ୍ଷ୍ନୌ ସ୍ଥିତ ପୋଲିସ୍‌ ମୁଖ୍ୟାଳୟରେ ଆଜି ଆୟୋଜିତ ଡିଜି ସମ୍ମିଳନୀରେ ଏହି ପୁରସ୍କାର ପ୍ରଦାନ କରାଯାଇଛି। କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ପୁରସ୍କାର ପ୍ରଦାନ କରିଛନ୍ତି । ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନାଧିକାରୀ ଧିରେଶ କୁମାର ଦାସ କାର୍ଯ୍ୟକ୍ରମରେ ଯୋଗଦେଇ ପୁରସ୍କାର ଗ୍ରହଣ କରିଛନ୍ତି । ଓଡ଼ିଶା ପୋଲିସ ଡିଜି ଅଭୟ ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।ଦେଶର ବିଭିନ୍ନ ରାଜ୍ୟର ୪୮ ଥାନାକୁ ଗୃହମନ୍ତ୍ରୀ ଅମିତ ଶାହ ପୁରସ୍କାର ପ୍ରଦାନ କରିଥିବା ବେଳେ ସେଥିରୁ ଦେଶର ୩ଟି ଶ୍ରେଷ୍ଠ ଥାନାକୁ ମଧ୍ୟ ପୁରସ୍କାର ପ୍ରଦାନ କରାଯାଇଛି । ପ୍ରଥମ ସ୍ଥାନରେ ନୂଆଦିଲ୍ଲୀ ସଦର ବଜାରର ଥାନା ରହିଥିବା ବେଳେ ଏହି କାର୍ଯ୍ୟକ୍ରମରେ ଥାନା ଅଧିକାରୀ କହ୍ନେୟା ଲାଲ୍‌ ଯାଦବ୍‌, ଦ୍ଵିତୀୟରେ ଓଡ଼ିଶା ଗଞ୍ଜାମ ଜିଲ୍ଲାର ଗାଙ୍ଗପୁର ଥାନାଧିକାରୀ ଧିରେଶ କୁମାର ଦାସ ଓ ତୃତୀୟରେ ହରିୟଣାର ଭାଟୁକୁଲା ଥାନା ରହିଥିବା ବେଳେ ତାହାର ଏମ୍‌ ଆଇ – ଓମପ୍ରକାଶ ଚୁଗ୍‌ ଯୋଗ ଦେଇ ମାନପତ୍ର ଓ ଟ୍ରଫି ଗ୍ରହଣ କରିଥିଲେ । ବିଭିନ୍ନ ଦିଗକୁ ଆଧାର କରି ଗାଙ୍ଗପୁର ଥାନାକୁ କେନ୍ଦ୍ରର ଏକ ଟିମ୍‌ ଅନୁସନ୍ଧାନ କରି ରିପୋର୍ଟ ପ୍ରଦାନ କରିଥିଲେ । ଏ ନେଇ ଗଞ୍ଜାମ ଏସ୍‌ପି ବ୍ରିଜେଶ୍ ରାଏ ସୂଚନା ଦେଇଛନ୍ତି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: