ବୈଷ୍ଣୋ ଦେବୀ ଯାତ୍ରା ଆରମ୍ଭ, ଏତିକି ଶ୍ରଦ୍ଧାଳୁଙ୍କୁ ଦିନକୁ ମିଳିବ ଅନୁମତି

ପ୍ରିଜମ୍ ନ୍ୟୁଜ୍ ବ୍ୟୁରୋ: କୋରୋନା ପାଇଁ ୫ ମାସ ବନ୍ଦ ରହିବା ପରେ ବୈଷ୍ଣୋ ଦେବୀ ଯାତ୍ରା ଆରମ୍ଭ ହୋଇଛି। ଦିନକୁ ମାତ୍ର ୨ ହଜାର ଶ୍ରଦ୍ଧାଳୁଙ୍କୁ ଗସ୍ତ ପାଇଁ ଅନୁମତି ମିଳିବ। ପ୍ରଥମ ସପ୍ତାହରେ କେବଳ ଜମ୍ମୁ କାଶ୍ମୀରର ୧୯ ଶହ ଓ ଦେଶର ଅନ୍ୟ ରାଜ୍ୟରୁ ଶହେ ଜଣ ଶ୍ରଦ୍ଧାଳୁଙ୍କୁ ଗସ୍ତ ପାଇଁ ଅନୁମତି ମିଳିବ। ଗସ୍ତ କରୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ମାସ୍କ ପରିଧାନ ବାଧ୍ୟତାମୂଳକ ହୋଇଥିବାବେଳେ ଶ୍ରଦ୍ଧାଳୁ ମୋବାଇଲ ଆରୋଗ୍ୟ ସେତୁ ଆପ ଇନଷ୍ଟଲ ରଖିବା ମଧ୍ୟ ବାଧ୍ୟତାମୂଳକ କରିଛି ଶ୍ରାମାତା ବୈଷ୍ଣୋ ଦେବୀ ଶ୍ରାଇନ ବୋର୍ଡ। ଗର୍ଭବତୀ ମହିଳା, ୬୦ ବର୍ଷରୁ ଅଧିକ ବୟସର ବ୍ୟକ୍ତି ଓ କୋରୋନା ସଂକ୍ରମିତଙ୍କୁ ଦେବୀ ପୀଠକୁ ନଯିବା ପାଇଁ ବୋର୍ଡ ପରାମର୍ଶ ଦେଇଛି। ଯାତ୍ରୀଙ୍କ ପାଇଁ ଇ-ରିକ୍ସା, ରେଳ ଓ ହେଲିକପ୍ଟର ବ୍ୟବସ୍ଥା ରହିଛି। ଗତ ୧୮ ମାର୍ଚ୍ଚରେ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ଦେବୀ ପୀଠ ଯାତ୍ରା ଉପରେ ରୋକ୍ ଲଗାଇଥିଲେ।

Leave a Reply

Your email address will not be published. Required fields are marked *