ଭାରତକୁ ନେଇ କ’ଣ କହିଲେ ଆମେରିକା ରାଷ୍ଟ୍ରପତି ପ୍ରାର୍ଥୀ

ପ୍ରିଜମ୍ ନ୍ୟୁଜ୍ ବ୍ୟୁରୋ: ଭାରତ ସହ ଆମେରିକା ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନ୍। ଦେଶର ୭୪ ତମ ସ୍ୱାଧୀନତା ଦିବସରେ ଲାଲକିଲ୍ଲାରେ ଚୀନକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଚେତାବନୀ ପରେ ସହାୟତା ପାଇଁ ବିଡେନ ପ୍ରତିଶ୍ରୁତି ଦେଇଛନ୍ତି। ସୀମା ସୁରକ୍ଷା ନେଇ ଭାରତର ଆଭିମୁଖ୍ୟକୁ ସମର୍ଥନ କରିବା ସହ ସେ ଭାରତ ପକ୍ଷରେ ଅଛନ୍ତି ବୋଲି କହିଛନ୍ତି। ଆସନ୍ତା ନଭେମ୍ବରରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ଜୋ ବିଡେନ। ଆସନ୍ତା ନିର୍ବାଚନରେ ଡେମୋକ୍ରାଟିକ ଉପ ରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି ଭାରତୀୟ ବଂଶୋଦ୍ଭବ କମଲା ହାରିସ।

Leave a Reply

Your email address will not be published. Required fields are marked *