ଆଉ ନାହାନ୍ତି ଚେତନ ଚୌହାନ

ଆଉ ନାହାନ୍ତି ଚେତନ ଚୌହାନ

ପ୍ରିଜମ୍ ନ୍ୟୁଜ୍ ବ୍ୟୁରୋ: ପୂର୍ବତନ ଭାରତୀୟ ଓପନର୍ ଚେତନ୍ ଚୌହାନ୍ ଆଉ ନାହାନ୍ତି। ୭୩ ବର୍ଷରେ ଆଖି ବୁଜିଛନ୍ତି ଚେତନ୍ ଚୌହାନ। ଜୁଲାଇ ମାସରେ ସେ କୋରୋନା ପଜିଟିଭ୍ ଥିବା ଜଣାପଡ଼ିଥିଲା । ପରେ ତାଙ୍କୁ PGI, ଲକ୍ଷ୍ନୌକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରୁ ସେ ମେଦାନ୍ତକୁ ସ୍ଥାନାନ୍ତର ହୋଇଥିଲେ। କିଛିଦିନ ଧରି ତାଙ୍କୁ ଲାଇଫ୍ ସପୋର୍ଟରେ ରଖାଯାଇଥିଲା। ଏବେ ଏକାଧିକ ଅଙ୍ଗ ତାଙ୍କର କାମ କରିବା ବନ୍ଦ କରିଦେବାରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଭାରତ ପାଇଁ ସେ ୪୦ଟି ଟେଷ୍ଟ ଖେଳିଛନ୍ତି । ତେବେ ଜୀବନର ଦ୍ୱିତୀୟାର୍ଦ୍ଧରେ ସେ BJP ସହ ରାଜନୀତି ମଇଦାନକୁ ଓହ୍ଲାଇଥିଲେ ଏବଂ ଉତ୍ତରପ୍ରଦେଶ ସରକାରରେ ମନ୍ତ୍ରୀ ମଧ୍ୟ ଥିଲେ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: