ସ୍କୁଲରେ ପିଲା ପଢୁଥିବା ବେଳେ ପଡ଼ିଲା ବିଜୁଳି, ତା’ପରେ ଯାହା ହେଲା…

ସ୍କୁଲରେ ପିଲା ପଢୁଥିବା ବେଳେ ପଡ଼ିଲା ବିଜୁଳି, ତା’ପରେ ଯାହା ହେଲା…

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଠିଆ ଠିଆ ଜଳିଗଲା ଗଛ । ମାତ୍ର କେଇ ସେକେଣ୍ଡରେ ଗଛଟି ମାଟିରେ ମିଶିଗଲା । ଏମିତି ଏକ ଏକ ଭିଡିଓ ଦିନକୁ ଦିନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆପଣ ବି ଏହି ଦୃଶ୍ୟ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ | ୟୁଏସର (US)ର ୱିସ୍କନ୍ସିନ୍ ହାଇସ୍କୁଲ(Wisconsin high school) ବାହାରେ ଥିବା ଏକ ସିସିଟିଭି କ୍ୟାମେରାରେ ଏହି ଦୃଶ୍ୟ ରେକର୍ଡ କରାଯାଇଥିଲା । ଯେଉଁଥିରେ ବଜ୍ରପାତ ପଡ଼ିବା ପରେ କେମିତି ବିଲଡିଂ ନିକଟରେ ଠିଆ ହୋଇଥିବା ଏକ ଗଛଟି ହୁତୁହୁତ ହୋଇ ଜଳିବା ପରେ ଆଖି ପିଛୁଳାକେ ମାଟିରେ ମିଶି ଯାଉଛି, ତାହା ଦେଖିବାକୁ ମିଳିଛି ।
ୱାଟୋମା ହାଇସ୍କୁଲର ପ୍ରିନ୍ସପାଲ୍ ଜେନିଫର୍ ଜାନସନ କହିଛନ୍ତି ଯେ, ଗୁରୁବାର ଦିନ ସକାଳ ୮.୨୫ରେ ଛାତ୍ରମାନେ ବାହାରେ ବସି ଆକ୍ଟ ଆସ୍ପାୟାର ପରୀକ୍ଷା ଦେଉଥିଲେ । ଠିକ୍ ସେତିକି ବେଳେ ଗଛ ଉପରେ ବିଜୁଳି ପଡ଼ିଥିଲା । ସୌଭାଗ୍ୟବଶତଃ ଏଥିରେ କାହାର କିଛି କ୍ଷତି ହୋଇନାହିଁ ।

https://www.facebook.com/NWSGreenBay/videos/522099975619840/


ଏହି ଭିଡିଓଟିକୁ ଏପ୍ରିଲ୍ ୯ ତାରିଖରେ ଆମେରିକାର ଜାତୀୟ ପାଣିପାଗ ସେବା ଗ୍ରୀନ୍ ବାଇ ୱିସ୍କନ୍ସିନ୍ ଦ୍ୱାରା ସେୟାର କରାଯାଇଥିଲା । ଏହି ଭିଡିଓକୁ ହଜାର ହଜାର ଭ୍ୟୁ ମିଳିଥିବା ବେଳେ ଲାଇକ୍ ଓ କମେଣ୍ଟ ମିଳୁଛି |

0 Comments

Leave Your Comment

Your email address will not be published. Required fields are marked *

%d bloggers like this: