ସିକ୍ୟୁରିଟି ଗାର୍ଡରୁ IIM ପ୍ରଫେସର


ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନରେ ଅନେକ ବାଧାବିଘ୍ନ ଆସିଥାଏ । ସେହି ସବୁ ଚ୍ୟାଲେଞ୍ଜର ସମ୍ମୁଖୀନ କରି ଆଗକୁ ବଢ଼ିଲେ ହିଁ ବିଜୟର ସ୍ବାଦ ଚାଖି ହୁଏ । ଆମ ମଧ୍ୟରୁ ଏଭଳି କିଛି ଲୋକ ରହିଛନ୍ତି ଯେଉଁ ମାନେ ସମସ୍ତ ସୁବିଧା ପରେ ମଧ୍ୟ ନିଜର ଗୋଟିଏ ପରିଚୟ ତିଆରି କରି ପାରନ୍ତିନାହିଁ। ସେହିଭଳି କିଛି ଲୋକ ଅଛନ୍ତି, ଯେଉଁମାନେ ସମସ୍ତ ପ୍ରତିକୂଳ ପରିସ୍ଥିତିକୁ ପାର କରି ନିଜ ସ୍ୱପ୍ନକୁ ସାକାର କରନ୍ତି। ଏହିଭଳି ଗୋଟିଏ ଘଟଣା କେରଳରୁ ସମ୍ନାକୁ ଆସିଛି । କେରଳରେ ରହୁଥିବା ରଂଜିତ ରାମଚନ୍ଦ୍ରନ୍ ଆଇଆଇଏମ୍ ରାଞ୍ଚିରେ ପ୍ରଫେସର ଭାବରେ ମନୋନୀତ ହୋଇଛନ୍ତି। ହେଲେ ଏହି ସ୍ଥାନରେ ପହଞ୍ଚିବା ପାଇଁ ସେ ଯେଉଁ ସଂଘର୍ଷ କରିଛନ୍ତି ତାହା ଜାଣିବା ପରେ ଆପଣଙ୍କ ଆଖିରେ ଲୁହ ଆସିଯିବ। ତାଙ୍କର ସଂଘର୍ଷ କାହାଣୀ ଆମ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ କହିଲେ ଭୁଲ ହେବନି…


ରଂଜିତ୍ ରାମଚନ୍ଦ୍ରନ୍ ବର୍ତ୍ତମାନ ବାଙ୍ଗାଲୋରର CREST ବିଶ୍ୱବିଦ୍ୟାଳୟରେ ସହକାରୀ ପ୍ରଫେସର ଭାବରେ କାର୍ଯ୍ୟ କରୁଛନ୍ତି। ଶନିବାର ଦିନ ସେ ସୋସିଆଲ ମିଡିଆରେ କେରଳରେ ଥିବା ତାଙ୍କ ଘରର ଏକ ଚିତ୍ର ସେୟାର କରି ଲେଖିଛନ୍ତି – ‘ଆଇଆଇଏମ ପ୍ରଫେସର ଏହି ଘରେ ଜନ୍ମ ହୋଇଛନ୍ତି’। ଇଟା, ଜରି ଛପର ଥିବା ଏହି ଘର କୌଣସି ଝୁମ୍ପୁଡି ଠାରୁ କମ୍ ନୁହେଁ । ତେବେ ଗଣମାଧ୍ୟମ ସହ ସାକ୍ଷାତକାର ବେଳେ ସେ କହିଛନ୍ତି ଯେ, ତାଙ୍କ କାହାଣୀରୁ ଆଜିର ଯୁବପିଢି ପ୍ରେରଣା ନିଅନ୍ତୁ ବୋଲି ସେ ଚାହାନ୍ତି। ରାମଚନ୍ଦ୍ରନ୍ କହିଛନ୍ତି, ‘ମୋର ସଫଳତା ଅନ୍ୟମାନର ସ୍ୱପ୍ନକୁ ପ୍ରେରିତ କରିବା ଉଚିତ୍। ଗୋଟେ ସମୟ ଥିଲା ଯେତେବେଳେ ମୁଁ ପରିବାର ଚଳାଇବା ପାଇଁ ପାଠପଢା ଛାଡିବାକୁ ନିଷ୍ପତ୍ତି ନେଇଥିଲି। ‘
ରାମଚନ୍ଦ୍ରନ୍ଙ୍କ ପିତା ରବୀନ୍ଦ୍ରନ୍ ଜଣେ ଟେଲର ଭାବରେ କାର୍ଯ୍ୟ କରୁଥିବା ବେଳେ ମାଆ ବେବି ଜଣେ ଶ୍ରମିକ ଭାବେ କାର୍ଯ୍ୟ କରନ୍ତି। ତାଙ୍କର ତିନି ଭାଇଭଉଣୀ ଅଛନ୍ତି, ଏବଂ ସେମାନେ ସମସ୍ତେ ଏକ ଛୋଟ ଘରେ ରୁହନ୍ତି । କାସରଗୋଡ ଜିଲ୍ଲାରେ ରହୁଥିବା ରଂଜିତ୍ ଯେତେବେଳେ ପାୟସ ଟେନ୍ଥ କଲେଜରୁ ଅର୍ଥନୀତିରେ ଡିଗ୍ରୀ ହାସଲ କରିଥିଲେ ସେତେବେଳେ ସେ କାସରଗୋଡର ପାନାଥୁର ବିଏସ୍ଏନ୍ଏଲ୍ ଟେଲିଫୋନ୍ ଏକ୍ସଚେଞ୍ଜରେ ସିକ୍ୟୁରିଟି ଗାର୍ଡ ଭାବରେ କାର୍ଯ୍ୟ କରୁଥିଲେ । ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ମୁଁ ଦିନରେ କଲେଜ ଯାଉଥିବା ବେଳେ ରାତିରେ ଟେଲିଫୋନ୍ ଏକ୍ସଚେଞ୍ଜରେ କାମ କରୁଥିଲି । ଏହା ପରେ ସେ ଆଇଆଇଟି ମାଡ୍ରାସରେ ଆଡମିଶନ ପାଇଲେ କିନ୍ତୁ ତାଙ୍କୁ ହିନ୍ଦୀ କି ଇଂରାଜୀ ଭାଷା ନଆସି କେବଳ ମାଲାୟାଲମ୍ ଭାଷା ଆସୁଥିବାରୁ ଅନେକ ଅସୁବିଧା ସମ୍ମୁଖୀନ ହୋଇଥିଲେ। ଏଥିରେ ହତାଶ ହୋଇ ସେ ପିଏଚଡି ଛାଡିବାକୁ ସ୍ଥିର କରିଥିଲେ । କିନ୍ତୁ ତାଙ୍କ ଗାଇଡ୍ ସୁଭାଷ ତାଙ୍କୁ ଏହିଭଳି ନ କରିବାକୁ ଯେହ୍ନେତେହ୍ନେ ପ୍ରକାର ରାଜି କରାଯାଇଥିଲେ । ତାପରେ ସେ ସଂଘର୍ଷ କରିଥିଲି ଓ ନିଜର ସ୍ୱପ୍ନକୁ ସାକାର କରିଥିଲେ । ସେ ଗତ ବର୍ଷ ପିଏଚଡି ସମାପ୍ତ କରିଥିଲେ। ଗତ ଦୁଇମାସ ଧରି ସେ ବାଙ୍ଗାଳୁରୁ ଖ୍ରୀଷ୍ଟ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଥିଲେ । ସେ ଗଣମାଧ୍ୟମକୁ କହିଛନ୍ତି ଯେ ମୁଁ ଭାବି ନଥିଲି ଯେ ତାଙ୍କ କାହାଣୀ ଏତେ ଲୋକପ୍ରିୟ ହେବ ବୋଲି । ବାସ୍ତବରେ ମୁଁ ଚାହେଁ ସମସ୍ତେ ଏକ ଭଲ ସ୍ୱପ୍ନ ଦେଖନ୍ତୁ ଏବଂ ତାହାକୁ ସାକାର କରିବା ପାଇଁ ସଂଗ୍ରାମ ଜାରି ରଖନ୍ତୁ। ”

Leave a Reply

Your email address will not be published. Required fields are marked *