୧୦୫ ମିନିଟରେ ପଢ଼ିଲେ ୩୬ ବହି

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ବୟସ କମ୍, ହେଲେ କାର୍ଯ୍ୟ ଅସାଧାରଣ । ଯେ କେହି ବି ତାଙ୍କ ପ୍ରତିଭା ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବ। ସେ ଏମିତି ଏକ ପ୍ରତିଭାର ଅଧିକାରିଣୀ ଯାହାକୁ ବଡ଼ ବଡ଼ ଲୋକ କରିବାକୁ ଅସମର୍ଥ ଅଟନ୍ତି । ଏମିତି ଏକ କୁନି ପ୍ରତିଭାଙ୍କ ବିଷୟରେ ଆଜି ଆମେ ଜଣାଉଛୁ, ଯାହା ଜାଣିବା ପରେ ଆପଣ ବି ତାଙ୍କର ପ୍ରଶଂସା ନକରି ରହିପାରିବେ ନାହିଁ ।


ଆପଣମାନେ ଦେଖି ଥିବେ ଏମିତି ଅନେକ ପିଲା ଅଛନ୍ତି, ଯେଉଁମାନେ ନୃତ୍ୟ, ଗୀତ, ଖେଳ, ଅଧ୍ୟୟନ କିମ୍ବା ଅଳ୍ପ ବୟସରେ ଅନ୍ୟ କୌଣସି କାର୍ଯ୍ୟକଳାପରେ ପାରଙ୍ଗମ ରହିଥାନ୍ତି। ସେହିଭଳି ଏକ କୁନି ଝିଅ ହେଉଛନ୍ତି କିଆରା କୌର। ଯିଏ ମାତ୍ର ୫ ବର୍ଷ ବୟସରେ ଦୁଇ ଦୁଇଟି ବିଶ୍ୱ ରେକର୍ଡ କରିବାରେ ସକ୍ଷମ ହୋଇଛନ୍ତି। ବାସ୍ତବରେ କିଆରା କୌର ହେଉଛନ୍ତି, ଭାରତୀୟ ଆମେରିକୀୟ ବଂସଭବ। ସେ ନିଜ ପରିବାର ସହ ୟୁଏଇରେ ରୁହନ୍ତି। ତେବେ ସେ ୧୦୫ ଘଣ୍ଟା ମଧ୍ୟରେ କ୍ରମାଗତ ୩୬ଟି ପୁସ୍ତକ ପଢ଼ି ସୃଷ୍ଟି କରିଛନ୍ତି ନିଆରା ରେକର୍ଡ। ଏବେ ଲଣ୍ଡନର ୱାର୍ଲ୍ଡ ବୁକ୍ ଅଫ୍ ରେକର୍ଡସ ଏବଂ ଏସିଆ ବୁକ୍ ଅଫ୍ ରେକର୍ଡରେ ତାଙ୍କ ନାମ ସ୍ଥାନ ପାଇଛି । କିଆରାଙ୍କୁ ଲଣ୍ଡନର ୱାର୍ଲ୍ଡ ବୁକ୍ ଅଫ୍ ରେକର୍ଡସ ‘ୱାଣ୍ଡର ଚାଇଲ୍ଡ’ ନାମରେ ନାମିତ କରିଛି । ଫେବୃଆରୀ ୧୩ରେ ସେ କ୍ରମାଗତ ୧୦୫ ମିନିଟ୍ ରେ ଗୋଟିଏ ପରେ ଗୋଟିଏ ୩୬ଟି ପୁସ୍ତକ ପଢ଼ିବାର ରେକର୍ଡ କରିଥିଲେ। ସେତେବେଳେ ତାଙ୍କ ବୟସ ୪ ବର୍ଷ ହୋଇଥିଲା। ଏଥି ସହିତ ଏସିଆ ବୁକ୍ ଅଫ୍ ରେକର୍ଡସ କହିଛି ଯେ, କ୍ରମାଗତ ଭାବରେ ସର୍ବାଧିକ ସଂଖ୍ୟକ ପୁସ୍ତକ ପଢୁପାରୁଥିବା ଶିଶୁ କିଆରା ଅତ୍ୟନ୍ତ ବିସ୍ମୟ । ଆବୁଧାବୀରେ ନର୍ସରୀ କ୍ଲାସରେ ଥିବା ବେଳୁ ହିଁ କିଆରାଙ୍କୁ ବହି ପଢିବାକୁ ବହୁତ ଭଲ ଲାଗେ ବୋଲି ତାଙ୍କ ପରିବାର ଲୋକ କୁହନ୍ତି। ସେତେବେଳେ ସେଠାରେ ଥିବା ଜଣେ ଶିକ୍ଷକ କିଆରାଙ୍କ ଏହି ପ୍ରତିଭା ସମ୍ପର୍କରେ ଜାଣିଥିଲେ । ଏହାପରେ କରୋନା ମହାମାରୀ କାରଣରୁ ଲକଡାଉନ୍ ହୋଇଯିବାରୁ ସ୍କୁଲ ବନ୍ଦ ହୋଇଯାଇଥିଲା। ସେପଟେ କିଆରା ମା’ବାପା କହିଛନ୍ତି, ତାଙ୍କୁ ବହି ପଢିବା ବହୁତ ପସନ୍ଦ । ଗତ ଏକ ବର୍ଷ ମଧ୍ୟରେ ସେ ପାଖାପାଖି ୨୦୦ ଶହ ବହି ପଢ଼ି ସାରିଲେଣି । କିଆରାଙ୍କ ବାପାମାଆ ଚେନ୍ନାଇ ବାସିନ୍ଦା ହୋଇଥିବା ବେଳେ ତାଙ୍କର ଜନ୍ମ ଆମେରିକାରେ ହୋଇଥିଲା । ଭବିଷ୍ୟତରେ ଡାକ୍ତର ହେବାକୁ ଲକ୍ଷ୍ୟ ରଖିଛନ୍ତି କିଆରା । ତେବେ ଏହି ଖବର ଜଣା ପଡିବା ପରେ ସୋସିଆଲ ମିଡିଆରେ ତାଙ୍କୁ ପ୍ରଶଂସା ସହ ଶୁଭେଚ୍ଛାର ସୁଅ ଛୁଟିଛି।

Leave a Reply

Your email address will not be published. Required fields are marked *