ରୁଷ ବିରୋଧରେ ଆମେରିକାର ବଡ଼ ପଦକ୍ଷେପ

ରୁଷ ବିରୋଧରେ ଆମେରିକାର ବଡ଼ ପଦକ୍ଷେପ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ୟୁକ୍ରେନରେ ସ୍ଥିତି ଧୀରେଧୀରେ ଅଧିକ ଜଟିଳ ହେବାରେ ଲାଗିଛି। ରୁଷ ନିଜ ଜିଦରେ ଅଟଳ ଥବା ଭିତରେ ଆମେରିକା ନେଇଛି ବଡ଼ ପଦକ୍ଷେପ। ଆସନ୍ତାକାଲିଠାରୁ ରୁଷ ବିରୋଧରେ ଏକାଧିକ କ୍ଷେତ୍ରରେ ପ୍ରତିବନ୍ଧକ ଲଗାଇବ ଆମେରିକା। ଏନେଇ ଆମେରିକା ରାଷ୍ଟ୍ରପତି ଜୋ ବିଡେନ୍ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ଦେଶ ବାହାରେ ସେନାର ବ୍ୟବହାର କରିବା ନେଇ ରାଷ୍ଟ୍ରପତି ପୁଟିନଙ୍କୁ ରୁଷ ସଂସଦ ଅନୁମତି ଦେବା ପରେ ଆମେରିକା ଅର୍ଥନୈତିକ ପ୍ରତିବନ୍ଧକ ଜାରି କରିବ। ରୁଷକୁ ପଶ୍ଚିମ ଦେଶଗୁଡ଼ିକରୁ ଆଉ କୌଣସି ପ୍ରକାର ସହାୟତା ପ୍ରଦାନ କରାଯିବନି। ରୁଷ ବାରମ୍ବାର ଅନ୍ତର୍ଜାତୀୟ ନିୟମର ଉଲ୍ଲଂଘନ କରୁଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ବିଡେନ କହିଛନ୍ତି।
ତେବେ ରୁଷର ପଦକ୍ଷେପ ପରେ ଆମେରିକୀୟ ସେନା ୟୁକ୍ରେନ ଯିବେ। ଏହି ସେନା କେବଳ ରକ୍ଷାତ୍ମକ ପ୍ରକ୍ରିୟା ପାଇଁ ଉଦ୍ଦିଷ୍ଟ ରହିବ ବୋଲି ବିଡେନ କହିଛନ୍ତି। ଏହାସହ ଆମେରିକା କେବେ ବି ଯୁଦ୍ଧ ଚାହେଁ ନାହିଁ। ସେଥିପାଇଁ ଯୁଦ୍ଧ ଟାଳିବାକୁ ବାରମ୍ବାର ପ୍ରୟାସ ଜାରି କରାଯାଉଛି ବୋଲି ସେ କହିଛନ୍ତି।
ଆମେରିକା ରାଷ୍ଟ୍ରପତି କହିଛନ୍ତି ଯେ, ଗତ କିଛିଦିନ ଧରି ଲଗାତାର ଭାବେ ଘଟଣା ଉପରେ ନଜର ରଖାଯାଇଛି ଏବଂ ପରିସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯାଇଛି। ସେହିପରି ନାଟୋ ସହ ମିଶି ସବୁ ପ୍ରକାର କାର୍ଯ୍ୟ କରିବାକୁ ସ୍ଥିର କରିଥିବା ସେ କହିଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: