ମ୍ୟାପରେ ନାହିଁ ଭିତରକନିକା ପାର୍କ

ମ୍ୟାପରେ ନାହିଁ ଭିତରକନିକା ପାର୍କ

ପ୍ରିଜମ ନ୍ୟୁଜ ବ୍ୟୁରୋ: ପାଠ୍ୟକ୍ରମର ମ୍ୟାପରେ ନାହିଁ ଓଡ଼ିଶାର ଏକମାତ୍ର ନ୍ୟାସନାଲ ପାର୍କର ନାଁ। ସିବିଏସଇର ଏନସିଇଆରଟି ତରଫରୁ ପ୍ରଣୀତ ନବମ ଶ୍ରେଣୀ ସାମାଜିକ ବିଜ୍ଞାନ ବହି “ସୋସିଆଲ ସାଇନ୍ସ କଣ୍ଟେମ୍ପରାରି ଇଣ୍ଡିଆ-୧ ‘ ବହିରେ ପଞ୍ଚମ ଅଧ୍ୟାୟରେ ପୃଷ୍ଠା ନମ୍ବର ୪୯ ରେ ଦିଆଯାଇଥିବା ୱାଇଲଡ ଲାଇଫ ରିଜର୍ଭ ମ୍ୟାପରେ ଭୁଲ ତଥ୍ୟ ଦିଆ ଯାଇଛି । ଭାରତ ମ୍ୟାପରେ ଓଡ଼ିଶାର ଏକମାତ୍ର ନ୍ୟାସନାଲ ପାର୍କ ଭିତରକନିକା ନାଁ ନାହିଁ । କେବଳ ଚନ୍ଦକା-ଡମପଡାକୁ ୱାଇଲଡ ଲାଇଫ ସାଙ୍କଚୁଆରୀ ଏବଂ ଶିମିଳିପାଳକୁ ନ୍ୟାସନାଲ ପାର୍କ ବୋଲି ଚିହ୍ନ ଦିଆଯାଇଛି ।

୧୯୯୮ ମସିହାରୁ କେନ୍ଦ୍ର ସରକାରଙ୍କ ପରିବେଶ ଓ ଜଙ୍ଗଲ ମନ୍ତ୍ରାଳୟ ତରଫରୁ ଏନେଇ ନୋଟିଫିକେସନ ଜାରି କରାଯାଇଥିଲା । ହେଲେ ୨୪ ବର୍ଷ ପରେ ଏନସିଇଆରଟି ତରଫରୁ ଭାରତ ମ୍ୟାପରେ ଓଡ଼ିଶାର ଭିତରକନିକା ନ୍ୟାସନାଲ ପାର୍କ ସ୍ଥାନ ନ ପାଇବା ନିଶ୍ଚୟ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ଖୋର୍ଦ୍ଧା ଜିଲ୍ଲାର ଅବୈତନିକ ବନ୍ୟ ପ୍ରାଣୀ ତତ୍ତ୍ଵାବଧାରକ ଶୁଭେନ୍ଦୁ ମଲ୍ଲିକ । ଏହି ବହିର ତ୍ରୁଟିକୁ ତୁରନ୍ତ ସୁଧାରିବା ପାଇଁ ଉପଯୁକ୍ତ ସ୍ତରରେ ପଦକ୍ଷେପ ନେବା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଇମେଲ ମାଧ୍ୟମରେ ପତ୍ର ଲେଖିଛନ୍ତି । ଏହାର ନକଲ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ରାଜ୍ୟର ମୁଖ୍ୟ ବନ୍ୟ ପ୍ରାଣୀ ତତ୍ତ୍ଵାବଧାରକ, ଏବଂ ସିବିଏସଇ ଚେୟାରମ୍ୟାନଙ୍କୁ ଦେଇଛନ୍ତି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: