୧୭ହଜାର ବଦଳରେ ୧୦ ହଜାର ଦେବେ ସୁମିତ୍

୧୭ହଜାର ବଦଳରେ ୧୦ ହଜାର ଦେବେ ସୁମିତ୍

ପ୍ରିଜମ ନ୍ୟୁଜ ବ୍ୟୁରୋ: ବହୁ ଚର୍ଚ୍ଚିତ ସୁମିତ ତପସ୍ୱିନୀ ମାମଲାରେ ଗୁରୁତ୍ୱପୁର୍ଣ୍ଣ ରାୟ ଦେଇଛନ୍ତି କୋର୍ଟ। ଏବେ ୧୦ ତାରିଖ ସୁଦ୍ଧା ତପସ୍ୱିନୀଙ୍କୁ ମିଳିବ ୧୦ ହଜାର ଟଙ୍କା । ତପସ୍ୱିନୀଙ୍କ ଭରଣପୋଷଣ ପାଇଁ ମାସିକ ୧୭ହଜାର ଟଙ୍କା ବଦଳରେ ୧୦ହଜାର ଦେବାକୁ ରାୟ ଦେଇଛନ୍ତି କୋର୍ଟ । ସୁମିତଙ୍କ ଆର୍ଥିକ ଅବସ୍ଥା ଠିକ୍ ନ ଥିବାରୁ ସେ ୧୭୦୦୦ ଦେଇ ପାରିବେନି ବୋଲି ନୋଟିସରେ ଜଣାଇଥିଲେ। ମାମଲାକୁ ନେଇ ହାଇକୋର୍ଟ ଏକ ଅନ୍ତରୀଣ ନିର୍ଦ୍ଦେଶ ଜାରି କରିଛନ୍ତି । ମାସେ ମଧ୍ୟରେ ଶଶୁର ଘର ଛାଡି ଅନ୍ୟତ୍ର ଭଡା ଘରେ ରହିବାକୁ ତପସ୍ୱିନୀଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆସ୍କାରେ ଭଡା ଘର ନେଇ ରହିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି ହାଇକୋର୍ଟ । ଘର ଖୋଜି ଶଶୁର ଘର ତପସ୍ୱୀନିଙ୍କୁ ଜଣାଇବା ପରେ ଭଡା ଘରେ ରହିବା ପାଇଁ କୁହାଯାଇଛି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୨୮ ତାରିଖରେ ରହିଥିବା ତପସ୍ୱିନୀଙ୍କ ଓକିଲ ମାନସ ଚାନ୍ଦ ସୂଚନା ଦେଇଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: