ଚାକିରି ଛାଡ଼ିଲେ ଅଧିକ ଦରମା ଦେଉଛି କମ୍ପାନୀ

ଚାକିରି ଛାଡ଼ିଲେ ଅଧିକ ଦରମା ଦେଉଛି କମ୍ପାନୀ

ପ୍ରିଜମ ନ୍ୟୁଜ ବ୍ୟୁରୋ:କର୍ମଚାରୀଙ୍କୁ ନେଇ ପ୍ରତ୍ୟେକ କମ୍ପାନୀର ନିଜସ୍ୱ ନୀତି ରହିଛି, ଯାହାକି ଚାକିରୀରେ ଯୋଗଦେବା ଦିନରୁ କର୍ମଚାରୀଙ୍କୁ ଜଣାଇ ଦିଆଯାଇଥାଏ। ସାଧାରଣତଃ, ଏହି ନୀତିଗୁଡିକ କମ୍ପାନୀ ସହିତ ଜଡିତ ସମୟର ନିୟମ ଓ ନିୟମାବଳୀ ଏବଂ ବିଦାୟ ସମୟ ପାଇଁ ପଦ୍ଧତି ବିଷୟରେ ମଧ୍ୟ ଉଲ୍ଲେଖ କରିଥାଏ। ଯେକୌଣସି ଅନୁଷ୍ଠାନରେ ଯୋଗଦେବା ପରେ ବେତନ ବୃଦ୍ଧି ପାଇଥାଏ, କିନ୍ତୁ ସେଠାରୁ ଯିବାବେଳେ ସେପରି ସୁବିଧା ମିଳେନାହିଁ । କିନ୍ତୁ ଆଜି ଆମେ ଆପଣଙ୍କୁ ଏକ କମ୍ପାନୀ ବିଷୟରେ କହିବାକୁ ଯାଉଛୁ, ଯାହା ଲୋକମାନଙ୍କୁ ବିଦାୟ ଦେବା ସହ ସେମାନଙ୍କର ଦରମା ବୃଦ୍ଧି କରି ଦେଇଥାଏ।

କଥାଟି ଅଜବ ଲାଗୁଥାଇପାରେ, କିନ୍ତୁ ସତରେ ଏହି ଭଳି ଗୋଟିଏ କମ୍ପାନୀର ନୀତି ଅଦ୍ଭୁତ ବିଷୟ ପାଲଟିଛି। ଆମେରିକାର ଏକ ମାର୍କେଟିଂ କମ୍ପାନୀ ଏହାର କର୍ମଚାରୀମାନଙ୍କ ପାଇଁ ଏକ ଭିନ୍ନ ପ୍ରକାରର ନିୟମ ଆଣିଛି । ଏଠାରେ କାର୍ଯ୍ୟରତ କର୍ମଚାରୀ ଚାକିରିରୁ ଇସ୍ତଫା ଦେବା ମାତ୍ରେ ତାଙ୍କର ୧୦ ପ୍ରତିଶତ ବେତନ ବୃଦ୍ଧି କରଯାଇଥାଏ। ଏହା ପଛର କାରଣ ମଧ୍ୟ ଆକର୍ଷଣୀୟ । ଇସ୍ତଫା ଦେବା ମାତ୍ରେ କର୍ମଚାରୀଙ୍କ ପାଇଁ ମାଲିକଙ୍କ ମନୋଭାବ ଭିନ୍ନ ହୋଇଥିବାବେଳେ ଏହି କମ୍ପାନୀ ଇସ୍ତଫା ପରେ କର୍ମଚାରୀଙ୍କ ବେତନ ବୃଦ୍ଧି କରିଥାଏ।

ଇସ୍ତଫା ଦିଅ, ଦରମା ବୃଦ୍ଧି କର:

ଆମେରିକାର ଏହି ଶିଳ୍ପ ମାର୍କେଟିଂ ଏଜେନ୍ସି ଗୋରିଲା ତାହାର ଅଭୂତ ନିୟମ ପାଇଁ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛି। କମ୍ପାନୀ ପ୍ରତିଷ୍ଠାତା ଜନ୍ ଫ୍ରାଙ୍କୋ ଏକ ଲିଙ୍କଡାଇନ୍ ପୋଷ୍ଟରେ କହିଛନ୍ତି ଯେ – ‘ ଯେତେବେଳେ କୌଣସି କର୍ମଚାରୀ ଆମକୁ କହନ୍ତି ଯେ ସେ ଗୋରିଲା ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି ଏବଂ ଏକ ନୂତନ ଚାକିରି ଖୋଜୁଛନ୍ତି। ସେ ଯିବାର ୬ ସପ୍ତାହ ପୂର୍ବରୁ ତାଙ୍କୁ ଅବଶିଷ୍ଟ ସମୟ ପାଇଁ ୧୦% ବେତନ ବୃଦ୍ଧି କରାଯାଇ ପ୍ରଦାନ କରାଯାଇଥାଏ। ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ ତାଙ୍କୁ ୩ ମାସ ମଧ୍ୟରେ ବିଦାୟ ନେବାକୁ କୁହାଯାଇଥାଏ ଏବଂ ଆମେ ପ୍ରତିଜ୍ଞା କରୁଛୁ ଯେ ତାଙ୍କ ପାଇଁ ଆମର କୌଣସି ଖରାପ ଭାବନା ନାହିଁ। ସେ କହିଛନ୍ତି ଯେ ଏହିପରି ଭାବରେ ସେମାନେ ଲୋକଙ୍କୁ କିଛି ଅଲଗା କରିବାକୁ ଉତ୍ସାହିତ କରନ୍ତି, ଯଦି ସେମାନେ ଭୁଲ୍ ସ୍ଥାନରେ ଅଟକି ରହିବା ଭଳି କିଛି ଅନୁଭବ କରନ୍ତି।

କମ୍ପାନୀର ପ୍ରତିଷ୍ଠାତା ଜନ୍ ଫ୍ରାଙ୍କୋଙ୍କ କହିବାନୁସାରେ, ନିକଟରେ ତାଙ୍କର ଜଣେ ଉତ୍ତମ କର୍ମଚାରୀ ତାଙ୍କୁ କହିବାକୁ ଆସିଥିଲେ ଯେ ସେ ଚାକିରି ଛାଡ଼ିବାକୁ ଚାହୁଁଛନ୍ତି। ତେଣୁ ତାଙ୍କ ସହ ହାତ ମିଳାଇ ଅଭିନନ୍ଦନ ଦେବା ସହ ତାଙ୍କ ଦରମା ୧୦ ପ୍ରତିଶତ ବୃଦ୍ଧି କରାଯାଇଥିଲା ଏବଂ ଆମେ ଜଣେ ନୂତନ କର୍ମଚାରୀ ଖୋଜିବା ଆରମ୍ଭ କଲୁ । କମ୍ପାନୀ ବିଶ୍ବାସ କରେ ଯେ, କର୍ମଚାରୀଙ୍କୁ ଯିବାକୁ ଦେବା ଉଚିତ୍ ନୁହେଁ, କିନ୍ତୁ ସେଠାରୁ ଅବସର ନେବେ ବୋଲି ଭାବିବା ମଧ୍ୟ ମୂର୍ଖାମୀ ହେବ। ସେମାନେ ଏହି ଉପାୟରେ ଲୋକଙ୍କ ବିଦାୟକୁ ଏକ ସହଜ ପ୍ରକ୍ରିୟା କରିବାକୁ ଚାହୁଁଛନ୍ତି। ତେବେ ଲୋକମାନେ ଏହି ପୋଷ୍ଟରେ ଆକର୍ଷଣୀୟ ମନ୍ତବ୍ୟ ଦେଉଥିବାର ଦେଖିବାକୁ ମିଳିଛି। ଜଣେ ଉପଭୋକ୍ତା ଲେଖିଛନ୍ତି ଯଦି ଦରମା ବୃଦ୍ଧି ପରେ କେହି ଯିବାକୁ ଚାହାଁନ୍ତି ନାହିଁ?

0 Comments

Leave Your Comment

Your email address will not be published. Required fields are marked *

%d bloggers like this: